ETV Bharat / city

Omicron Update: ଆଜି ବସିବ ଉଚ୍ଚସ୍ତରୀୟ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟ ଶାସନ ସଚିବ - odisha Chief Secretary to chair high level meeting

ରାଜ୍ୟରେ ଓମିକ୍ରମ ମାମଲା ଚିହ୍ନଟ ପରେ ସଜାଗ ହେଉଛନ୍ତି ସରକାର । ଆଜି ଓମିକ୍ରନ ମୁକାବିଲା ନେଇ ବସିବ ଉଚ୍ଚସ୍ତରୀୟ ବୈଠକ । ମୁଖ୍ୟ ଶାସନ ସଚିବଙ୍କ ଅଧକ୍ଷତାରେ ବସିବ ବୈଠକ । ଅଧିକ ପଢନ୍ତୁ

ଓମିକ୍ରନ ମୁକାବିଲା ବସିବ ଉଚ୍ଚସ୍ତରୀୟ ବୈଠକ
ଓମିକ୍ରନ ମୁକାବିଲା ବସିବ ଉଚ୍ଚସ୍ତରୀୟ ବୈଠକ
author img

By

Published : Dec 22, 2021, 10:44 AM IST

Updated : Dec 22, 2021, 2:30 PM IST

ଭୁବନେଶ୍ବର: ଚିନ୍ତା ବଢାଇଲାଣି କୋରୋନାର ନୂଆ ଭାରିଏଣ୍ଟ ଓମିକ୍ରନରାଜ୍ୟରେ ଓମିକ୍ରନ ମାମଲା ଚିହ୍ନଟ ପରେ ସଜାଗ ହେଉଛନ୍ତି ସରକାର । ଆଜି ଓମିକ୍ରନ ମୁକାବିଲା ନେଇ ବସିବ ଉଚ୍ଚସ୍ତରୀୟ ବୈଠକ । ମୁଖ୍ୟ ଶାସନ ସଚିବଙ୍କ ଅଧକ୍ଷତାରେ ବସିବ ବୈଠକ । ଲୋକସଭା ଭାବନରେ ବସିବ ବୈଠକ ।

ଗତକାଲି ରାଜ୍ୟରେ ଦୁଇଜଣ ଓମିକ୍ରନ ପଜିଟିଭ ଚିହ୍ନଟ ହୋଇଛନ୍ତି । ଜଣେ ନାଇଜେରିଆ ଓ ଅନ୍ୟ ଜଣେ କାତାରରୁ ଫେରିଥିବା ସୂଚନା ମିଳିଛି । ବିଦେଶରୁ ଫେରିବା ପରେ ସେମାନଙ୍କୁ ଆଇସୋଲେସନରେ ରଖାଯାଇଥିଲା ଦୁଇଦିନ ପରେ ତାଙ୍କର ଲକ୍ଷଣ ଦେଖା ଦେଇଥିଲା । ପରେ ତାଙ୍କ ଜେନମ ସିକ୍ୟୁଏନ୍ସିଂ ପାଇଁ ପଠାଯାଇଥିଲା । ଓମିକ୍ରନ ମାମଲା ଚିହ୍ନଟ ପରେ ରାଜଧାନୀକୁ କଣ୍ଟେନମେଣ୍ଟ ଜୋନ ଫେରିଛି ।

ଆଗକୁ ଏହି ସଂକ୍ରମଣ ତିନିଗୁଣା ହୋଇପାରେ । ୨୦ ଦିନରେ ୧୪ ରଜ୍ୟରୁ ବ୍ୟାପିଲାଣି ଏହି ଭାରିଏଣ୍ଟ । ଏ ନେଇ କେନ୍ଦ୍ର ରାଜ୍ୟଗୁଡୁକୁ ସତର୍କ କରାଇଛି କେନ୍ଦ୍ର । ଜିଲ୍ଲା ସ୍ତରର କଣ୍ଟେନମେଣ୍ଟ ପଦକ୍ଷେପ ଓ ୱାରରୁମ ଖୋଲିବାକୁ ନିର୍ଦ୍ଦେଶ ହୋଇଛି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

Last Updated : Dec 22, 2021, 2:30 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.