ETV Bharat / city

ଅମର୍ଦ୍ଦା ରୋଡ୍‌ ଏୟାରଷ୍ଟ୍ରିପ ପାଇଁ NOC ମାଗିଲେ ମୁଖ୍ୟ ଶାସନ ସଚିବ

author img

By

Published : Feb 15, 2022, 5:30 PM IST

ଅମର୍ଦ୍ଦା ରୋଡ୍‌ ଏୟାରଷ୍ଟ୍ରିପ କାର୍ଯ୍ୟକ୍ଷମ ନେଇ ପ୍ରତିରକ୍ଷା ସଚିବଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ଅଧିକ ପଢ଼ନ୍ତୁ

odisha chief secretary demand noc to drdo for amarda air strip in mayurbhanj
ଅମର୍ଦ୍ଦା ରୋଡ୍‌ ଏୟାରଷ୍ଟ୍ରିପ ପାଇଁ NOC ମାଗିଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ବର: ଅମର୍ଦ୍ଦା ରୋଡ୍‌ ଏୟାରଷ୍ଟ୍ରିପ କାର୍ଯ୍ୟକ୍ଷମ ନେଇ ପ୍ରତିରକ୍ଷା ସଚିବଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । UDAN 4.1 ଅଧୀନରେ ଭୁବନେଶ୍ୱର-ଅମର୍ଦ୍ଦା ରୋଡ୍(ମୟୂରଭଞ୍ଜ)କୁ ଏକ ସ୍ୱତନ୍ତ୍ର RCS(Radar cross-section) ମାର୍ଗ ଭାବରେ ଅନ୍ତର୍ଭୁକ୍ତ କରିଛି | ଉକ୍ତ ମାର୍ଗ ପାଇଁ Gsec Monarchକୁ ଏୟାରଲାଇନ୍ ଅପରେଟର ଭାବରେ ଚୟନ କରାଯାଇଥିବା ବେଳେ ସପ୍ତାରେ ୭ଟି ୯ ସିଟର ବିମାନ ଏହି ରୁଟ୍‌ରେ ଚଳାଚଳ ପାଇଁ ଅନୁମତି ମାଗିଛନ୍ତି ମୁଖ୍ୟଶାସନ ସଚିବ ।

ଓଡ଼ିଶାର ଉତ୍ତର ଭାଗ ସମସ୍ତ ପ୍ରକାରର ବିମାନସେବାରୁ ବଞ୍ଚିତ ହୋଇଛି । ପର୍ଯ୍ୟଟନସ୍ଥଳୀ ଗୁଡିକ ପାଇଁ ମୟୂରଭଞ୍ଜ ଜିଲ୍ଲାର ଗୁରୁତ୍ବ ରହିଛି । ବିମାନସେବା ଦ୍ବାରା ପର୍ଯ୍ୟଟନକୁ ସୁଗମ ହେବ । ଶିମିଳିପାଳ ଜାତୀୟ ଉଦ୍ୟାନ, କୁଳଡିହା ଅଭୟାରଣ୍ୟ, ଚଣ୍ଡିପୁର ଏବଂ ତଲସାରୀ ସାଗର ବେଳାଭୂମି, ପରି ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଗୁଡ଼ିକୁ ବିମାନ ସେବା ସଂଯୋଗ ହେଲେ ବାଣିଜ୍ୟ ଓ ଅର୍ଥନୈତିକ ଅଭିବୃଦ୍ଧିକୁ ସୁଗମ ହେବ ।

ଏହାଦ୍ବାରା ରୋଜଗାର ବୃଦ୍ଧି ସହ ରାଜସ୍ୱ ବୃଦ୍ଧି ଓ ପଡ଼ୋଶୀ ରାଜ୍ୟ ସହ ସୁସମ୍ପର୍କ ରହିପାରିବ । RCS-UDAN ଅଧୀନରେ ବାଣିଜ୍ୟିକ ବିମାନ ଚଳାଚଳ ପାଇଁ ଏହି ଏୟାରଷ୍ଟ୍ରିପ ବ୍ୟବହାର କରିବାକୁ NOC ଯୋଗାଇଦେବାକୁ ନିବେଦନ କରିଛନ୍ତି ମୁଖ୍ୟ ଶାସନ ସଚିବ । ରାଜ୍ୟ ସରକାର ଏହି ପରିପ୍ରେକ୍ଷୀରେ DRDOକୁ ଅନେକ ଥର ଅନୁରୋଧ କରିଛନ୍ତି କିନ୍ତୁ କୌଣସି ସୁଫଳ ମିଳି ପାରିନାହିଁ ।

ମୟୂରଭଞ୍ଜ ଜିଲ୍ଲାର ଅମର୍ଦ୍ଦା ରୋଡ୍ ଏୟାରଷ୍ଟ୍ରିପ୍ ବ୍ୟବହାର ପାଇଁ DRDOକୁ ଅନୁମତି ମାଗିଛନ୍ତି ମୁଖ୍ୟ ଶାସନ ସଚିବ । ଜନସାଧାରଣଙ୍କ ସ୍ୱାର୍ଥରେ RCS-UDAN ଅଧୀନରେ ବିମାନ ଚଳାଚଳ ପାଇଁ ଏବଂ DRDO NOC ଜାରି କରିବ ବୋଲି ଆଶା କରାଯାଉଛି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.