ETV Bharat / city

ବିଜେଡିର ନୂତନ କାର୍ଯ୍ୟାଳୟ ଭୂମିପୂଜା କଲେ ମୁଖ୍ୟମନ୍ତ୍ରୀ - ବିଜେଡି

ନୂଆ ରୂପରେ ନୂଆ ରଙ୍ଗରେ ରାଜ୍ୟ ବିଜେଡି କାର୍ଯ୍ୟାଳୟ । ରାଜ୍ୟରେ ବିଜୁଜନତା ଦଳର ନୂତନ କାର୍ଯ୍ୟାଳୟର ଭିତ୍ତିପ୍ରସ୍ଥର ସ୍ଥାପନ ହୋଇଯାଇଛି । ଅଧିକ ପଢନ୍ତୁ...

ବିଜେଡିର ନୂତନ କାର୍ଯ୍ୟାଳୟର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

author img

By

Published : Jul 12, 2021, 11:42 AM IST

Updated : Jul 12, 2021, 12:22 PM IST

ଭୁବନେଶ୍ବର: ନୂଆ ରୂପରେ ନୂଆ ରଙ୍ଗରେ ରାଜ୍ୟ ବିଜେଡି କାର୍ଯ୍ୟାଳୟ । ରାଜ୍ୟରେ ବିଜୁଜନତା ଦଳର ନୂତନ କାର୍ଯ୍ୟାଳୟର ଭିତ୍ତିପ୍ରସ୍ଥର ସ୍ଥାପନ ହୋଇଯାଇଛି। ଏହି ନୂତନ କାର୍ଯ୍ୟାଳୟର ଭୂମିପୂଜନର କରିଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜେଡିର ରାଜ୍ୟ କାର୍ଯ୍ୟାଳୟକୁ ସଂପ୍ରସାରଣ କରାଯିବ ନେଇ ସମ୍ପୂର୍ଣ ଖସଡ଼ା ପ୍ରସ୍ତୁତ ହୋଇସାରିଛି। ନୂଆ ରୂପ ପାଇବ ବିଜେଡି ରାଜ୍ୟ କାର୍ଯ୍ୟାଳୟ। ୩ ମହଲରେ ସୀମିତ ରହିବ ନୂତନ କାର୍ଯ୍ୟାଳୟ। କର୍ମୀ ବୈଠକ ସ୍ଥଳୀ, କନଫରେସିଂ ହଲ, ଗଣମାଧ୍ୟମ ପାଇଁ ସ୍ବତନ୍ତ୍ର ବୈଠକ ସ୍ଥଳ, ଲାଇବ୍ରେରୀ ରହିବ ତାସହ ଦଳର ବିଭିନ୍ନ ସେଲ ପାଇଁ ସ୍ବତନ୍ତ୍ର କୋଠରୀ, ପାର୍କିଙ୍ଗ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ସହ ବିଭିନ୍ନ ରିସର୍ଚ୍ଚ ପାଇଁ ମଧ୍ୟ ଆନୁସାଙ୍ଗିକା ବ୍ୟବସ୍ଥା କରାଯିବ।

ବିଜେଡିର ନୂତନ କାର୍ଯ୍ୟାଳୟ ଭୂମିପୂଜା କଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ସରଳ ଜୀବନ ଅତିବାହିତ କରିବାକୁ ପସନ୍ଦ କରନ୍ତି। ସେହିଭଳି ରାଜ୍ୟ କାର୍ଯ୍ୟାଳୟ ମଧ୍ୟ ସମୂର୍ଣ୍ଣ ବାସ୍ତୁଭିତିକ ଓ ସରଳ ଭାବରେ ନିର୍ମାଣ ହେବ ବୋଲି କହିଛନ୍ତି ସଞ୍ଜୟ ଦାସବର୍ମା କହିଛନ୍ତି। ସେହିଭଳି ରାଜ୍ୟରେ ଦଳର କର୍ମୀଙ୍କ ସଂଖ୍ୟା ୧ କୋଟିରୁ ଉର୍ଦ୍ଧ୍ବ ହେଲାଣି। ଆଜି ଆମ ଦଳ ପାଇଁ ଏକ ଐତିହାସିକ ଦିନ ବୋଲି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କହିଛନ୍ତି । ଖୁବ କମ ଦିନ ମଧ୍ୟରେ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖିଛି ଦଳ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

Last Updated : Jul 12, 2021, 12:22 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.