ETV Bharat / city

Dhamnagar By-Poll: ପ୍ରକାଶ ପାଇଲା ବିଧିବଦ୍ଧ ବିଜ୍ଞପ୍ତି, ପ୍ରସ୍ତୁତି ଜୋରଦାର

author img

By

Published : Oct 7, 2022, 5:31 PM IST

ଧାମନଗର ଉପନିର୍ବାଚନ ନେଇ ପ୍ରକାଶ ପାଇଲା ବିଧିବଦ୍ଧ ବିଜ୍ଞପ୍ତି । ଆସନ୍ତାକାଲି(ଶନିବାର)ଠାରୁ ଆରମ୍ଭ ହେବ ଇଭିଏମର ପ୍ରାଥମିକ ଯାଞ୍ଚ। ଜାନୁଆରୀ 2022 ଇଲେକ୍ଟ୍ରାରୋଲ ଅନୁସାରେ ଧାମନଗରର ମୋଟ ଭୋଟର ସଂଖ୍ୟା 2 ଲକ୍ଷ 38 ହଜାର 360 ଜଣ । ଅଧିକ ପଢନ୍ତୁ

Dhamnagar By-Poll: ପ୍ରକାଶ ପାଇଲା ବିଧିବଦ୍ଧ ବିଜ୍ଞପ୍ତି

ଭୁବନେଶ୍ବର: ଧାମନଗର ଉପନିର୍ବାଚନ(Dhamnagar By-Election ) ନେଇ ବାଜି ସାରିଛି ବିଗୁଲ । ଆସନ୍ତା ନଭେମ୍ବର ୩ ତାରିଖରେ ହେବ ଧାମନଗର ଉପନିର୍ବାଚନ । ଏନେଇ ପ୍ରକ୍ରିୟାକୁ ଜୋରଦାର କରିଛନ୍ତି ନିର୍ବାଚନ କମିଶନ । ପ୍ରାଥମିକ ପ୍ରସ୍ତୁତି ଚୂଡାନ୍ତ ହୋଇସାରିଥିବା ବେଳେ ଆଜି(ଶୁକ୍ରବାର) ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ନିର୍ବାଚନ କିପରି ଶାନ୍ତି ଶୃଙ୍ଖଳାର ସହ ହେବ ସେନେଇ ବ୍ୟାପକ ପ୍ରସ୍ତୁତି ହୋଇଛି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନି(Odisha CEO Sushil Kumar Lohani ) ଆଜି ସାମ୍ବାଦିକ ସମ୍ମିଳନୀରେ ସବିଶେଷ ସୂଚନା ଦେଇଛନ୍ତି ।

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା ଅନୁସାରେ, ''ଯେବେ ଠାରୁ ଉପନିର୍ବାଚନ ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା, ସେବେଠାରୁ ଭଦ୍ରକ ଜିଲ୍ଲାରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି । ଜାନୁଆରୀ 2022 ଇଲେକ୍ଟ୍ରାରୋଲ ଅନୁସାରେ ଧାମନଗରର ମୋଟ ଭୋଟର ସଂଖ୍ୟା 2 ଲକ୍ଷ 38 ହଜାର 360 ଜଣ । ସେମାନଙ୍କ ମଧ୍ୟରୁ 1 ଲକ୍ଷ 23 ହଜାର 13 ଜଣ ପୁରୁଷ ଭୋଟର ଅଛନ୍ତି । ମହିଳା ଭୋଟରଙ୍କ ସଂଖ୍ୟା ହେଉଛି 1 ଲକ୍ଷ 15 ହଜାର 314 ଜଣ । 4956 ଜଣ ଭିନ୍ନକ୍ଷମ ଭୋଟର ରହିଛନ୍ତି । ସେମାନଙ୍କ ମଧ୍ୟରୁ 2533 ଜଣ ପୁରୁଷ ଓ 2423 ଜଣ ମହିଳା ଭୋଟର ରହିଛନ୍ତି । ସେହିପରି 33 ଜଣ କିନ୍ନର ଭୋଟର ।

ଏହା ମଧ୍ୟ ପଢନ୍ତୁ: ଧାମନଗର ଉପନିର୍ବାଚନ: ରେସରେ ଅନେକ, କାହାକୁ ଭରସା କରିବେ ନବୀନ ?

80 ବର୍ଷରୁ ଅଧିକ ଭୋଟର ସଂଖ୍ୟା 7206 ଜଣ ରହିଛନ୍ତି । ସେମାନଙ୍କ ମଧ୍ୟରୁ 3495 ପୁରୁଷ ଓ 3711 ମହିଳା ଭୋଟର ଅଛନ୍ତି, ସେହିପରି 456 ଜଣ ସର୍ଭିସ ଭୋଟର ଅଛନ୍ତି । ଶତ ପ୍ରତିଶତ ଭୋଟରଙ୍କୁ ଭୋଟର ଆଇକାର୍ଡ ଦିଆଯାଇଛି । ଜାନୁଆରୀ ପହିଲା 2022ରେ ପ୍ରକାଶିତ ଇଲେକ୍ଟ୍ରାରୋଲ ପରେ ମଧ୍ୟ ତାଲିକାରେ ଅପଗ୍ରେଡ ହେଉଛି । ନାମାଙ୍କନର ଶେଷ ତାରିଖ ଅର୍ଥାତ ଅକ୍ଟୋବର 14 ଯାଏଁ ଅପଗ୍ରେଡ ହୋଇଥିବା ତାଲିକା ନିର୍ବାଚନରେ ବ୍ୟବହାର ହେବ ।'' ଗତ 4 ତାରିଖ ଯାଏଁ ଯେଉଁମାନେ ଭୋଟ ତାଲିକାରେ ସାମିଲ ହେବା ଲାଗି ଆବେଦନ କରିଥିବେ, ସେମାନଙ୍କର ନାଁ ପ୍ରୋସେସିଂ ହେବା ନେଇ କହିଛନ୍ତି ସୁଶୀଲ କୁମାର ଲୋହାନି ।

ଏହା ମଧ୍ୟ ପଢନ୍ତୁ: Dhamnagar By-Poll: ଦଳୀୟ ପ୍ରାର୍ଥୀ କିଏ ହେବେ ଦଳର ନେତୃତ୍ୱ ନିଷ୍ପତ୍ତି ନେବ: ଧର୍ମେନ୍ଦ୍ର

''ଧାମନଗରର ମୋଟ ବୁଥ ସଂଖ୍ୟା 252 ହୋଇଥିବା ବେଳେ ନିର୍ବାଚନରେ ଆବଶ୍ୟକ ଥିବା ଇଭିଏମ ମହଜୁଦ ରହିଛି । 200 ପ୍ରତିଶତ ଇଭିଏମ ଭଦ୍ରକ ଜିଲ୍ଲାପାଳଙ୍କ ତତ୍ବାବଧାନରେ ରହିଛି । ଇଭିଏମର ପ୍ରାଥମିକ ଯାଞ୍ଚ ଆସନ୍ତାକାଲି(ଶନିବାର)ଠାରୁ ଆରମ୍ଭ ହେବ । ECILରୁ ଆସୁଥିବା 15 ଜଣ ଇଞ୍ଜିନିୟର ଏହି କାର୍ଯ୍ୟ କରିବେ । ଏହି FLC ପ୍ରକ୍ରିୟା ସମୟରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ଉପସ୍ଥିତ ରହିବେ । କୋଭିଡ଼ କଟକଣା ମୁକ୍ତ ନିର୍ବାଚନ ହେବ, ଯଦି ରାଜ୍ୟ ସରକାର, ସ୍ୱାସ୍ଥ୍ୟ ବିଭାଗ କିମ୍ବା ଏସଆରସିଙ୍କ ପକ୍ଷରୁ ଜାରୀ ହୋଇଥିବା ପରାମର୍ଶ ଅନୁସାରେ ନିର୍ବାଚନ ହେବ ।''

ଏହା ମଧ୍ୟ ପଢନ୍ତୁ: ଧାମନଗର ଉପନିର୍ବାଚନ: କାହାକୁ ପ୍ରାର୍ଥୀ କରିବ କଂଗ୍ରେସ, ଅଙ୍କ କଷୁଛନ୍ତି ବରିଷ୍ଠ ନେତା

''ନିର୍ବାଚନୀ ସମୟରେ 3 ପ୍ରକାରର ଭୋଟରଙ୍କ ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି । କୋଭିଡ ସଂକ୍ରମିତ କିମ୍ବା କୋଭିଡ ସନ୍ଦିଗ୍ଧ ଭୋଟର, 80 ବର୍ଷରୁ ଅଧିକ ଭୋଟର ଓ ଭିନ୍ନକ୍ଷମ ଭୋଟରଙ୍କ ଲାଗି ପୋଷ୍ଟାଲ ବାଲାଟର ବ୍ୟବସ୍ଥା କରାଯାଇଛି । ପୋଷ୍ଟାଲ ବାଲାଟ ଲାଗି ଅଗୁଆ ଆବେଦନ କରିବାକୁ ପଡିବ । ଫର୍ମ 12(D) ଅନୁସାରେ ଆବେଦନ ହେବ । ଯାଞ୍ଚ ବେଳେ ଆବେଦନ ସଠିକ ଥିଲେ, ଘରେ ରହି ସେମାନେ ଭୋଟ ଦେଇପାରିବେ । ଅପରାଧିକ ମାମଲା ଥିଲେ ପ୍ରାର୍ଥୀମାନେ ଏହାକୁ ଗଣମାଧ୍ୟମରେ 3 ଥର ପ୍ରକାଶ କରିବେ । ''

ଏହା ମଧ୍ୟ ପଢନ୍ତୁ: ଧାମନଗର ଉପନିର୍ବାଚନ: ପ୍ରକାଶ ପାଇଲା ବିଧିବଦ୍ଧ ବିଜ୍ଞପ୍ତି

''ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁଯାୟୀ 50 ପ୍ରତିଶତ ବୁଥରେ ୱେବ କାଷ୍ଟିଙ୍ଗ ହେବ । ସୁରକ୍ଷା ସ୍ଥିତି ନେଇ ଆକଳନ କରାଯାଉଛି । ନିର୍ବାଚନ ସମୟରେ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବଳ ନିୟୋଜନ ହେବ । କେତେ ନିୟୋଜିତ ହେବେ, ସେ ନେଇ ନିର୍ବାଚନ କମିଶନଙ୍କୁ ସୂଚନା ଦିଆଯାଇଛି ।'' ସେହିପରି ସମ୍ବେଦନଶୀଳ ବୁଥର ପ୍ରାଥମିକ ଆକଳନ କରାଯାଉଥିବା ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.