ETV Bharat / city

ଆଜି ଖୁଦୁରୁକୁଣୀ ଓଷାର ତୃତୀୟ ପାଳି, ମହକୁଛି ପୁରପଲ୍ଲୀ

ବାର ମାସ ତେର ପର୍ବ ଭିତରେ ଏହି ଓଷା ଏକ ପାରମ୍ପରିକ ପର୍ବ । ଭାଦ୍ରବ ମାସର ପ୍ରତି ରବିବାର ଏହି ଓଷା ହୋଇଥାଏ । ଆଜି(ରବିବାର) ଓଷାର ତୃତୀୟ ପାଳି । ଅଧିକ ପଢନ୍ତୁ...

ଆଜି ଖୁଦୁରୁକୁଣୀ ଓଷାର ତୃତୀୟ ପାଳି, ମହକୁଛି ପୁରପଲ୍ଲୀ
ଆଜି ଖୁଦୁରୁକୁଣୀ ଓଷାର ତୃତୀୟ ପାଳି, ମହକୁଛି ପୁରପଲ୍ଲୀ
author img

By

Published : Sep 12, 2021, 7:13 AM IST

ଭୁବନେଶ୍ବର: ଭାଦ୍ରବରେ ଭାଇମାନଙ୍କ ପାଇଁ ଆରମ୍ଭ ହୋଇଯାଇଛି ଭାଲୁକୁଣି ଓଷା ବା ଖୁଦୁରୁକୁଣୀ ଓଷା । ବାର ମାସ ତେର ପର୍ବ ଭିତରେ ଏହି ଓଷା ଏକ ପାରମ୍ପରିକ ପର୍ବ । ଭାଦ୍ରବ ମାସର ପ୍ରତି ରବିବାର ଏହି ଓଷା ହୋଇଥାଏ । ଆଜି(ରବିବାର) ଓଷାର ତୃତୀୟ ପାଳି । ପ୍ରତିବର୍ଷ ଭାଇଙ୍କ ଶୁଭମନାସି ଭଉଣୀମାନେ ଏହି ଓଷା କରିଥାନ୍ତି ।

ସାଧବ ପରମ୍ପରାକୁ ନେଇ ଭାଇଙ୍କ ଶୁଭ ମନାସୀ ଭାଦ୍ରବ ମାସରେ ମା’ ଖୁଦୁରୁକୁଣୀଙ୍କ ପୂଜା ହୋଇଥାଏ । ଓଡିଶାର କୋଣ ଅନୁକୋଣରେ ଏହି ପୂଜା କରାଯାଇଥାଏ । ପ୍ରଥମ ପାଳି ଓ ଦ୍ବିତୀୟ ପାଳି ପରେ ଆଜି ଓଷାର ତୃତୀୟ ପାଳି ପୂଜା କରିଛନ୍ତି ଝିଅମାନେ । ପ୍ରଥମ ଓ ଦ୍ବିତୀୟ ପାଳିରେ ଯେପରି ଝିଆମାନେ ସକାଳୁ ଉଠି ଫୁଲ ତୋଳିବାକୁ ଯାଇଥାନ୍ତି । ତୃତୀୟ ପାଳିରେ ମଧ୍ୟ ସମାନ ରୂପେ ଫୁଲ ତୋଳିଥାନ୍ତି । ରଙ୍ଗବେରଙ୍ଗର ମୁରୁଜରେ ଝୋଟି ଚିତା ପକାଯାଏ । ଫୁଲର ତୋରଣରେ ମନ୍ଦିର ସଜାଯାଏ ।

ଏହି ଓଷାରେ ସିଂହବାହିନୀ ମା ମଙ୍ଗଳାଙ୍କୁ ଖୁଦଭଜା ଲାଗି ହୋଇଥାଏ । ଖୁଦଭଜା ଠାକୁରାଣୀଙ୍କର ସବୁଠୁ ପ୍ରିୟ ବୋଲି କିମ୍ବଦନ୍ତୀରେ ରହିଛି । ଖୁଦରୁ ଏହି ଓଷାର ନାମ ଖୁଦୁରୁକୁଣୀ ହୋଇଛି । ପ୍ରଥମ ପାଳିରେ ଖୁଦ ଭୋଗ ଲାଗିଥାଏ । ଦ୍ବିତୀୟ ପାଳିରେ ଅରୁଆ ଚାଉଳ ଭୋଗ ହୋଇଥାଏ । ତୃତୀୟ ପାଳିରେ ଚୁଡା ଓ ଅନ୍ୟାନ୍ୟ ଫଳମୂଳ ଭୋଗ ଲାଗି ହୋଇଥାଏ । ଓଷାରେ ପୁର ପଲ୍ଲୀ ମହକି ଉଠିଛି ।

ଓଷା ବିଷୟରେ...

ପୂର୍ବେ ଓଡିଆ ସାଧବ ପୁଅ ବାଣିଜ୍ୟ କରିବାକୁ ବିଦେଶକୁ ଯାଉଥିଲେ । ଦିନେ 7ସାଧବ ପୁଅ ମଧ୍ୟ ଦୂରଦେଶକୁ ବଣିଜ କରିବାକୁ ଯାଇଥିଲେ । ଆଉ ଘରେ ଛାଡି ଯାଇଥିଲେ ତାଙ୍କର ଗେହ୍ଲା ଭଉଣୀ ତଅପୋଇକୁ । ଭାଇମାନେ ଥିବା ସମୟରେ ତଅପୋଇକୁ ଯେମିତି ଭଲପାଇବା ମିଳୁଥିଲା ସେମାନେ ଗଲା ପରେ ମଧ୍ୟ ତାକୁ ସେହି ଭଲପାଇବା ଦେଉଥିଲେ ଭାଉଜମାନେ । ହେଲେ ତାହା ଥିଲା କିଛି ଦିନ ପାଇଁ ।

ଭାଇଙ୍କ ବିଦେଶକୁ ଯିବାର କିଛି ଦିନ ପରେ ତଅପୋଇ ଖୁସିରେ ଯେମିତି ଗ୍ରହଣ ଲାଗିଗଲା । ରାଣ୍ଡି ବ୍ରାହ୍ମଣୀ ଆସି ଭାଉଜମାନଙ୍କୁ ଶିଖାଇବାରୁ ନଣନ୍ଦକୁ ସାନ ଭାଉଜ ଛଡା ଆଉ ସମସ୍ତ ଭାଉଜ ଗଞ୍ଜଣା ଦେଉଥିଲେ । ବଣରେ ଛେଳି ଜଗାଇବା ସହିତ ମୂଷା ମାଟି ମିଶାଇ ତଅପୋଇକୁ ଖାଇବାକୁ ଦେଉଥିଲେ । ପାଳି କରି ସାତ ଭାଉଜ ଖାଇବାକୁ ଦେଉଥିଲେ । ସାତ ଭାଉଜଙ୍କ ମଧ୍ୟରେ ସାନ ଭାଉଜ ନିଳେନ୍ଦ୍ରୀ ବଡ ଭାଉଜ ଡରରେ କିଛି କହି ପାରୁନଥିଲା ସତ ହେଲେ ତା ପାଳି ଦିନ ସେ ତଅପୋଇକୁ ଭଲ କରି ଗଣ୍ଡେ ଖାଇବାକୁ ଦିଏ । ସେହି ଗୋଟିଏ ଦିନ ତଅପୋଇ ଶାନ୍ତିରେ ଖାଏ ।

ଅନେକ ଦିନ ହେବ ଭାଇମାନେ ବିଦେଶରୁ ନ ଫେରିବାରୁ ତଅପୋଇ ମନରେ ଭାଇମାନଙ୍କ ଫେରିବାକୁ ନେଇ ଅନେକ ଦୁଶ୍ଚିନ୍ତା ଆସିଲା । ଆଉ ଶେଷରେ ତଅପୋଇ ନଦୀ ବାଲିରେ ମାଟିରେ ମୂର୍ତ୍ତି ଗଢ଼ି ଭାଇମାନଙ୍କର ମଙ୍ଗଳମନାସୀ ଖୁଦୁରୁକୁଣୀ ଓଷା କରିଥିଲା । ପାଖରେ କିଛି ନଥିବାବେଳେ ସେ ଭୋଗ ଆକାରରେ ଠାକୁରାଣୀଙ୍କ ପାଖରେ ଖୁଦ ଭୋଗ କରିଥିଲା । ସେଦିନ ଥିଲା ରବିବାର । ସେହି ଦିନଠୁ 5 ପାଳି ଓଷା କରିଥିଲା ତଅପୋଇ । ତା ଡାକ ଶୁଣି ମା ମଙ୍ଗଳା ଭାଇମାନଙ୍କୁ ଘରକୁ ଫେରାଇ ଆଣିଥିଲେ । ଆଉ ସେବେଠୁ ଭାଇ ମାନଙ୍କ ଦିର୍ଘାୟୁ ଓ ସଫଳତା ପାଇଁ ଭଉଣୀମାନେ ଖୁଦୁରୁକୁଣୀ ଓଷା କରିଆସୁଛନ୍ତି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.