ETV Bharat / city

ନୀଳାଦ୍ରୀ ବିଜେରେ ଓଡିଆଙ୍କ 'ରସଗୋଲା ଦିବସ'

author img

By

Published : Jul 4, 2020, 8:59 AM IST

ଆଜି ଓଡିଶା ପାଳୁଛି ରସଗୋଲା ଦିବସ । ବାଲୁକା କଳା ମାଧ୍ୟମରେ ସୁଦର୍ଶନ ପଟ୍ଟନାୟକ ଜଣାଇଲେ ଅଭିନନ୍ଦନ । ମା' ଲକ୍ଷ୍ମୀ ଠାକୁରାଣୀଙ୍କୁ ରସଗୋଲା ଦେଇ ମାନଭଞ୍ଜନ କରିବା ପରେ ବଡ ଦେଉଳକୁ ପ୍ରବେଶ କରନ୍ତି ବଡ ଠାକୁର । ଏହି ଦିନକୁ ରାଜ୍ୟରେ ରସଗୋଲା ଦିବସ ଭାବରେ ପାଳନ କରାଯାଇଥାଏ । ଅଧିକ ପଢନ୍ତୁ...

ନୀଳାଦ୍ରୀ ବିଜେରେ ଓଡିଆଙ୍କ 'ରସଗୋଲା ଦିବସ'
ନୀଳାଦ୍ରୀ ବିଜେରେ ଓଡିଆଙ୍କ 'ରସଗୋଲା ଦିବସ'

ଭୁବନେଶ୍ବର: ଆଜି ମହାପ୍ରଭୁଙ୍କ ନିଳାଦ୍ରୀ ବିଜେ । ମା' ଲକ୍ଷ୍ମୀ ଠାକୁରାଣୀଙ୍କୁ ରସଗୋଲା ଦେଇ ମାନଭଞ୍ଜନ କରିବା ପରେ ବଡ ଦେଉଳକୁ ପ୍ରବେଶ କରନ୍ତି ବଡ ଠାକୁର । ଏହି ଦିନକୁ ରାଜ୍ୟରେ ରସଗୋଲା ଦିବସ ଭାବରେ ପାଳନ କରାଯାଇଥାଏ । ଏହି ଅବସରରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ବାଲୁକା କଳା ମାଧ୍ୟମରେ ମହାପ୍ରଭୁଙ୍କ ନୀଳାଦ୍ରୀ ବିଜେ ଓ ରସଗୋଲା ଦିବସ ଉପଲକ୍ଷେ ଶୁଭେଚ୍ଛା ଜଣାଇଛନ୍ତି ।

ରସଗୋଲା ଦିବସ
ରସଗୋଲା ଦିବସ

ବିଶ୍ବବ୍ୟାପୀ ରସଗୋଲାର ପ୍ରଚାର ପ୍ରସାର ପାଇଁ ଏହି ଦିବସ ପାଳନ କରାଯାଉଛି । ପ୍ରତିବର୍ଷ ଆଜିର ଦିନରେ ମିଠା ଦୋକାନରେ ଲୋକଙ୍କ ଗହଳି ଦେଖିବାକୁ ମିଳିଥାଏ । କିନ୍ତୁ ଚଳିତ ବର୍ଷ କୋରୋନା କଟକଣା ଯୋଗୁଁ ଏହା ଫିକା ପଡିଯାଇଛି ।

କୁହାଯାଏ, ମା’ଲକ୍ଷ୍ମୀଙ୍କୁ ସାଙ୍ଗରେ ନନେଇ ପ୍ରଭୁ ଜଗନ୍ନାଥ, ଭାଇ ଓ ଭଉଣୀଙ୍କ ସହ ଗୁଣ୍ଡିଚା ରାଣୀ ମନ୍ଦିରକୁ ଏକାକୀ ଚାଲିଯାଇଥିଲେ । ଯାହାକୁ ନେଇ ମା’ ଲକ୍ଷ୍ମୀ କାଳିଆ ଠାକୁରଙ୍କ ଉପରେ ଅଭିମାନ କରିଥା’ନ୍ତି । ପରେ ନିଜର ନବ ଦିନାତ୍ମକ ଲୀଳାଖେଳା ସାରି ପ୍ରଭୁ ଘର ବାହୁଡିବା ପରେ ଏହି ତିଥିରେ ମହାଲକ୍ଷ୍ମୀଙ୍କ ମାନଭଞ୍ଜନ ଲାଗି ଶ୍ରୀଜଗନ୍ନାଥଙ୍କ ପକ୍ଷରୁ ରସଗୋଲା ଅର୍ପଣ କରାଯାଇଥାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.