ETV Bharat / city

ମୁଖ୍ୟମନ୍ତ୍ରୀଙ୍କୁ ମନ୍ତ୍ରୀଙ୍କ ଅସନ୍ତୋଷ ଚିନ୍ତା, ଅବୁଝାଙ୍କୁ ନବୀନ ନିବାସ ଡାକରା

author img

By

Published : Jun 7, 2022, 5:18 PM IST

ପୂର୍ବ ପ୍ରସ୍ତୁତି ଅନୁସାରେ ମନ୍ତ୍ରୀ ମଣ୍ଡଳ ପୁନର୍ବିନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କିନ୍ତୁ ଆଶା ଅନୁସାରେ ବିଭାଗ ମିଳିନଥିବାରୁ ଅନେକ ମନ୍ତ୍ରୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ଯାହାକୁ ପ୍ରଶମିତ କରିବା ଲାଗି ଅଣ୍ଟା ଭିଡିଛନ୍ତି ନବୀନ । ଅସନ୍ତୁଷ୍ଟ ମନ୍ତ୍ରୀ ଓ ନେତାଙ୍କୁ ନବୀନ ନିବାସ ଡାକି ଆଲୋଚନା କରିଛନ୍ତି ଖୋଦ ନବୀନ। ଆସନ୍ତାକାଲି ଆଉ କିଛି ମନ୍ତ୍ରୀଙ୍କୁ ଡାକିଛନ୍ତି ନବୀନ । ଅଧିକ ପଢନ୍ତୁ

ଅବୁଝାଙ୍କୁ ନବୀନ ନିବାସ ଡାକରା
ଅବୁଝାଙ୍କୁ ନବୀନ ନିବାସ ଡାକରା

ଭୁବନେଶ୍ବର: ପୂର୍ବ ପ୍ରସ୍ତୁତି ଅନୁସାରେ ମନ୍ତ୍ରିମଣ୍ଡଳ ପୁନର୍ବିନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କିନ୍ତୁ ଆଶା ଅନୁସାରେ ବିଭାଗ ମିଳିନଥିବାରୁ ଅନେକ ମନ୍ତ୍ରୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ଯାହାକୁ ପ୍ରଶମିତ କରିବା ଲାଗି ଅଣ୍ଟା ଭିଡିଛନ୍ତି ନବୀନ। ଅସନ୍ତୁଷ୍ଟ ମନ୍ତ୍ରୀ ଓ ନେତାଙ୍କୁ ନବୀନ ନିବାସ ଡାକି ଆଲୋଚନା କରିଛନ୍ତି ଖୋଦ ନବୀନ । ଆସନ୍ତାକାଲି ଆଉ କିଛି ମନ୍ତ୍ରୀଙ୍କୁ ଡାକିଛନ୍ତି ନବୀନ।

ମୁଖ୍ୟମନ୍ତ୍ରୀଙ୍କୁ ମନ୍ତ୍ରୀଙ୍କ ଅସନ୍ତୋଷ ଚିନ୍ତା, ଅବୁଝାଙ୍କୁ ନବୀନ ନିବାସ ଡାକରା

ସେଥିପାଇଁ ଜଣକ ପରେ ଜଣେ ଅସନ୍ତୁଷ୍ଟ ମନ୍ତ୍ରୀଙ୍କୁ ନବୀନ ନିବାସ ଡାକି ମାନଭଞ୍ଜନ କରୁଛନ୍ତି ନବୀନ। ନବୀନ ନିବାସରୁ ଡାକରା ପାଇ ଆଜି ପହଁଚିଥିଲେ ରାଜେନ୍ଦ୍ର ଢୋଲକିଆ । ତାଙ୍କୁ ମିଳିଛି କ୍ୟାବିନେଟ ପାହ୍ୟାର ଯୋଜନା ଏବଂ ସଂଯୋଜନା ବିଭାଗ । ହେଲେ ସେ ଅସନ୍ତୁଷ୍ଟ ଥିବା ଚର୍ଚ୍ଚା ହେଉଛି । ବିଭାଗ ଗୌଣ ବୋଲି ରାଜେନ୍ଦ୍ରଙ୍କ ସମର୍ଥକ ଅଭିଯୋଗ କରୁଛନ୍ତି । ଅନ୍ୟ ଗୁରୁତ୍ବପୂର୍ଣ୍ଣ ବିଭାଗ ଦିଆଯାଇଥିଲେ ଭଲ ହୋଇଥାନ୍ତା ବୋଲି ସମର୍ଥକ ଦାବି କରୁଛନ୍ତି । ଖବର ମିଳିବା ପରେ ରାଜେନ୍ଦ୍ରଙ୍କୁ ନବୀନ ନିବାସ ଡକାଯାଇଛି ବୋଲି ଚର୍ଚ୍ଚା ହୋଇଛି । ତେଣୁ ତାଙ୍କୁ ଡାକି ମୁଖ୍ୟମନ୍ତ୍ରୀ ପ୍ରାୟ 30 ମିନିଟ ଆଲୋଚନା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ପ୍ରତିକ୍ରିୟା ରଖିଛନ୍ତି ରାଜେନ୍ଦ୍ର । କାମ କରିବା ଲାଗି ବିଭାଗର ଆବଶ୍ୟକତା କିଛି ନାହିଁ ବୋଲି ସେ କହିଛନ୍ତି । ସେହିପରି ବିଜ୍ଞାନ ଏବଂ କାରିଗରୀ, ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଓ ସ୍କୁଲ ଏବଂ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ବିଭାଗ ନେଇ ମନ ଉଣା କରିଥିବା ଚର୍ଚ୍ଚା ହେଉଛି । ଅଶୋକଙ୍କୁ କ୍ୟାବିନେଟ ଓ ସମୀରଙ୍କୁ ରାଷ୍ଟ୍ର ପାହ୍ୟା ସନ୍ତୁଷ୍ଟ ହେବାକୁ ପଡିଛି । ଉଭୟ ଅନ୍ୟ ଗୁରୁତ୍ବପୂର୍ଣ୍ଣ ବିଭାଗ ମିଳିବ ବୋଲି ଆଶା ବାନ୍ଧିଥିଲେ । ଏମିତିକି ଅଶୋକଙ୍କୁ ନଗର ଉନ୍ନୟନ ବିଭାଗ ମିଳିବ ବୋଲି ତାଙ୍କ କର୍ମୀ କହି ବୁଲୁଥିଲେ । ହେଲେ ସେହି ସମାନ ବିଭାଗ ମିଳିବା ପରେ ଉଭୟ ମନ ଉଣା କରିଥିବା କୁହାଯାଉଛି । ଉଭୟଙ୍କୁ ନବୀନ ନିବାସ ଡାକରା ହୋଇଛି ବୋଲି କୁହାଯାଉଛି ।

ସେହିପରି ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି ବେଶ ଅସନ୍ତୁଷ୍ଟ ଥିବା ନେଇ ଚର୍ଚ୍ଚା ହେଉଛି । ମନ୍ତ୍ରୀ ମଣ୍ଡଳରେ ସ୍ଥାନ ମିଳିବ ବୋଲି ଫୋନ ଯାଇଥିଲା । କିନ୍ତୁ ଶେଷ ମୁହୂର୍ତ୍ତରେ ସବୁ କିଛି ବିଗିଡି ଯାଇଥିଲା । ତାଙ୍କୁ ସରକାରୀ ଦଳ ମୁଖ୍ୟ ସଚେତକ ଭାବେ ଦାୟିତ୍ବ ମିଳିଛି । ଯାହାକୁ ନେଇ ସେ ବେଶ ନିରାଶ ହୋଇଛନ୍ତି । ଜଗତସିଂହପୁର ସଂସଦୀୟ କ୍ଷେତ୍ରରୁ ମନ୍ତ୍ରୀ ଥିବା ତୁଷାରକାନ୍ତି ବେହେରାଙ୍କ ବଦଳରେ ପ୍ରଶାନ୍ତ ମନ୍ତ୍ରୀ ହେବେ ବୋଲି ନିଷ୍ପତ୍ତି ହୋଇଥିଲା । କିନ୍ତୁ ଶେଷ ସମୟରେ ତୁଷାରକାନ୍ତି ଲାଗି ପ୍ରଶାସନିକ ଲବି ପ୍ରଶାନ୍ତଙ୍କ ଲାଗି ଭାରି ପଡିଥିଲା ।

ଅସନ୍ତୁଷ୍ଟ ପ୍ରଶାନ୍ତଙ୍କୁ ବୁଝାଇବା ଲାଗି ଲାଗିପଡିଛନ୍ତି ନବୀନ । ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି ଓ ଉପମୁଖ୍ୟ ସଚେତକ ସରୋଜ ମେହେରଙ୍କୁ ନବୀନ ନିବାସକୁ ଡାକି ଆଲୋଚନା କରିଛନ୍ତି ନବୀନ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.