ETV Bharat / city

Odisha Budget: ଲେଖାନୁଦାନ ନେଇ ବର୍ଷିଲେ ବିରୋଧୀ, ଜବାବ ରଖିଲେ ଅର୍ଥମନ୍ତ୍ରୀ - ଜବାବ ରଖିଲେ ଅର୍ଥମନ୍ତ୍ରୀ

ଆର୍ଥିକ ବର୍ଷ 2022-23 ପାଇଁ ବିଧାନସଭାରେ ଆସନ୍ତା 4 ମାସ (ଏପ୍ରିଲ-ଜୁଲାଇ) ପାଇଁ କାମଚଳା ବଜେଟ ଉପସ୍ଥାପନା କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ଆସନ୍ତା 4 ମାସ ପାଇଁ ଉପସ୍ଥାପିତ ହୋଇଥିବା ବଜେଟର ପରିମାଣ ହେଉଛି 1ଲକ୍ଷ 6 ହଜାର କୋଟି । ତେବେ ବଜେଟକୁ ନେଇ ବିରୋଧୀ ଖୁସି ନାହାଁନ୍ତି । ଅଧିକ ପଢନ୍ତୁ

କାମଚଳା ବଜେଟକୁ ନେଇ ବର୍ଷିଲେ ବିରୋଧୀ, ଜବାବ ରଖିଲେ ଅର୍ଥମନ୍ତ୍ରୀ

author img

By

Published : Mar 30, 2022, 8:27 PM IST

ଭୁବନେଶ୍ବର: ଆର୍ଥିକ ବର୍ଷ 2022-23 ପାଇଁ ବିଧାନସଭାରେ ଆସନ୍ତା 4 ମାସ(ଏପ୍ରିଲ-ଜୁଲାଇ) ପାଇଁ କାମଚଳା ବଜେଟ ଉପସ୍ଥାପନା କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ଆସନ୍ତା 4 ମାସ ପାଇଁ ଉପସ୍ଥାପିତ ହୋଇଥିବା ବଜେଟର ପରିମାଣ ହେଉଛି 1ଲକ୍ଷ 6 ହଜାର କୋଟି । ତେବେ ବଜେଟକୁ ନେଇ ବିରୋଧୀ ଖୁସି ନାହାଁନ୍ତି ।

କାମଚଳା ବଜେଟକୁ ନେଇ ବର୍ଷିଲେ ବିରୋଧୀ, ଜବାବ ରଖିଲେ ଅର୍ଥମନ୍ତ୍ରୀ

ବଜେଟରେ କୌଣସି ନୂତନତ୍ଵ ନାହିଁ ବୋଲି ବିଜେପି କହିଛି। କାମଚଳା ବଜେଟ କଣ ପାଇଁ ଅଣାଗଲା? ପୂର୍ଣ୍ଣାଙ୍ଗ ବଜେଟ କାହିଁକି ଅଣାଗଲା ନାହିଁ? ବୋଲି ବିଜେପି ମୁଖ୍ୟ ସଚେତକ ପ୍ରଶ୍ନ କରିଛନ୍ତି। ଆର୍ଥିକ ବୋଝ ମୁଣ୍ଡ ଉପରେ ପଡିଛି। ଋଣ ଭାର ବୃଦ୍ଧି ପାଇଛି। ନୂଆ ଯୋଜନା କାହିଁକି? ନୂଆ ଆୟ ଉତ୍ସର ବ୍ୟବସ୍ଥା ନାହିଁ । ଗରିବ ଲୋକଙ୍କ ପାଇଁ କିଛି ନାହିଁ । ଦାରିଦ୍ର୍ୟସୀମା ରେଖା ତଳେ ଥିବା ଲୋକଙ୍କ ପାଇଁ କିଛି କଲେ ନାହିଁ । ତେଣୁ ବଜେଟ ନୈରାଶ ଜନକ ବୋଲି ବିଜେପି ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି ।

ସେପଟେ କଂଗ୍ରେସ ବିଧାୟକ ନରସିଂହ ମିଶ୍ର କାମଚଳା ବଜେଟକୁ କଡା ସମାଲୋଚନା କରି କହିଛନ୍ତି ବଜେଟ ଗରିବ ବିରୋଧୀ, ଶ୍ରମିକ ବିରୋଧୀ, ଯୁବକ ବିରୋଧୀ । ମିଥ୍ୟା ତଥ୍ୟ ଉପରେ ଆଧାରିତ ବଜେଟ । କିଛି କାମ ନକରି ସରକାର ବାଃ ବାଃ ନେଉଛନ୍ତି । ଆସନ୍ତାକାଲି ସରକାରଙ୍କ ମୁଖା ଖୋଲାଯିବ ବୋଲି କହିଛନ୍ତି ନରସିଂହ । ଏହାହସହ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରି ନରସିଂହ କହିଛନ୍ତି ସରକାର କହୁଛନ୍ତି ମୋ ସ୍କୁଲ । ହେଲେ ମୋ ସ୍କୁଲ ବାହାରୁ ‘ଚକଚକ’ କରୁଛି ଭିତରେ ଶିକ୍ଷକ ନାହାଁନ୍ତି । ଯେଉଁମାନେ ଶିକ୍ଷକ ହେବାକୁ ଯୋଗ୍ୟ ନୁହଁନ୍ତି ସେମାନଙ୍କୁ ନିଯୁକ୍ତି ଦିଆଯାଇଛି ।

ଅନ୍ୟପଟେ ବଜେଟକୁ ନେଇ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଦୃଢ ଯୁକ୍ତି ବାଢି କହିଛନ୍ତି ସରକାର ଲୋକଙ୍କ ଆବଶ୍ୟକତା ଅନୁସାରେ ବିକାଶକୁ ପ୍ରଧାନ୍ୟ ଦେଇ କାମଚଳା ବଜେଟ ଆଣିଛନ୍ତି । ସରକାର 4 ମାସ ପାଇଁ 1 ଲକ୍ଷ 6 ହଜାର କୋଟିର କାମଚଳା ବଜେଟ ଆଣିଛନ୍ତି । କାଳିଆ ଯୋଜନା, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାକୁ ଫୋକସ ଦିଆଯାଇଛି। କୃଷି ,ଶିକ୍ଷା, ଗ୍ରାମାଞ୍ଚଳ ବିକାଶ ଉପରେ ମଧ୍ୟ ଗୁରୁତ୍ବ ଦିଆଯାଇଛି। ସେହିପରି ନିରଞ୍ଜନ କହିଛନ୍ତି ବିଧି ବ୍ୟବସ୍ଥା ଅନୁସାରେ FRBM ଆଇନ ପାଳନ କରି ବଜେଟ ପ୍ରସ୍ତୁତ କରିଛୁ । ଆସନ୍ତା ଅଧିବେଶନରେ ପୂର୍ଣ୍ଣାଙ୍ଗ ବଜେଟ ଅଣାଯିବ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.