ହ୍ୟାଣ୍ଡଲୁମ ହ୍ୟାଣ୍ଡକ୍ରାପ୍ଟ ରେଷମ ଶିଳ୍ପ ପାଇଁ ୮୪ କୋଟି ଟଙ୍କା ମଞ୍ଜୁର ହୋଇଛି । ପର୍ଯ୍ୟଟନ ପାଇଁ ୫୦୦ କୋଟି ଟଙ୍କା ବ୍ୟୟବରାଦ, ଯାହାକି ଗତବର୍ଷ ତୁଳନାରେ ୧୦୦ କୋଟି ଅଧିକ । ସେହିପରି ସମଲେଇ ବିକାଶ ପାଇଁ ୨୦୦ କୋଟି ଟଙ୍କା ବ୍ୟୟବରାଦ ।
ସେହିପରି କ୍ରିଡା ପାଇଁ ୧୦୯ କୋଟି ଟଙ୍କା ମଞଅଜୁର କରିଛନ୍ତି ରାଜ୍ୟ ସରକାର । ପଶ୍ଚିମ ଓଡିଶା ବିକାଶ ପାଇଁ ୧୮୦ କୋଟି । ଓଡିଆ ଭାଷା ସାହିତ୍ୟ ସଂସ୍କୃତି ପ୍ରତି ବଜାରରେ ବ୍ୟବସ୍ଥା ପାଇଁ ୧୩୫ କୋଟି ବ୍ୟୟବରାଦ ।ଯୋଜନା ସଂଯୋଜନା ପାଇଁ ୧ ହଜାର ୪୬୮ କୋଟି ଟଙ୍କା ଖର୍ଚ୍ଚ ହେବ ।
ଓଡିଶା ବଜେଟ 2021: ମୋଟ 1 ଲକ୍ଷ 70 ହଜାର କୋଟି ବ୍ୟୟବରାଦ - ରାଜ୍ୟ ବଜେଟ ଉପସ୍ଥାପନ
17:56 February 22
ପଶ୍ଚିମ ଓଡିଶା ବିକାଶ ପାଇଁ ୧୮୦ କୋଟି ବ୍ୟୟବରାଦ, ସ୍ବାଭିମାନ ଅଞ୍ଚଳକୁ ୫୦ କୋଟି
17:53 February 22
ହାତୀ କରିଡ଼ର ବିଦ୍ୟୁତ୍ ଯୋଗାଣ ପାଇଁ ୧୨୦ କୋଟି ମଞ୍ଜୁର
ଟଙ୍କିଆ ଚାଉଳ ଯୋଗାଣ ପାଇଁ ମଧ୍ୟ ବ୍ୟୟ ମଞ୍ଜୁର କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। ୧ ଟଙ୍କାରେ ଚାଉଳ ଯୋଗାଣ ପାଇଁ ୯୬୯ କୋଟି ବ୍ୟୟବରାଦ ହୋଇଛି। ତା ସହିତ ବିପର୍ଯ୍ୟୟ ସହନୀୟ ବିଦ୍ୟୁତ୍ ଯୋଗାଣ ପାଇଁ ୫୦ କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି ରାଜ୍ୟ ସରକାର।
ହାତୀ କରିଡ଼ର ବିଦ୍ୟୁତ୍ ଯୋଗାଣ ପାଇଁ ୧୨୦ କୋଟି ମଞ୍ଜୁର ହୋଇଥିବା ବେଳେ ବିଜୁ ଏକ୍ସପ୍ରେସ ୱେ ପାଇଁ ମଧ୍ୟ ଶହେ କୋଟି ବ୍ୟୟବରାଦ କରିଛନ୍ତି ଅର୍ଥମନ୍ତ୍ରୀ। ବିଜୁ ସେତୁ ଯୋଜନା ପାଇଁ ୯୧୨ କୋଟି ଟଙ୍କା ଖର୍ଚ୍ଚ ହେବ । ନୂଆ ବିମାନ ବନ୍ଦର ଜମି ଅଧିଗ୍ରହଣ ପାଇଁ ଶହେ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।
17:48 February 22
ଏମଏସଏମଇ ପାଇଁ ୪୬୫ କୋଟି ବ୍ୟୟବରାଦ
ଏମଏସଏମଇ ପାଇଁ ୪୬୫ କୋଟି , ଶିଳ୍ପ ପାଇଁ ଇଡିକୋକୁ ୧୫୫କୋଟି ଇଡକଲ୍ ପାଇଁ ୫୦ କୋଟି ଖର୍ଚ୍ଚ ହେବ । ଲ୍ୟାଣ୍ଡ ବ୍ୟାଙ୍କ ୫୦ କୋଟି । ଓଡିଶା ଇକୋନୋମିକ୍ କରିଡର ପାଇଁ ୨୦ କୋଟି । ସେହିପରି ଧାମରା ଟେକ୍ସଟାଇଲ ପାର୍କ ପାଇଁ ୧୦ କୋଟି ଖର୍ଚ୍ଚ ହେବ ।
17:40 February 22
ରେଳ ଭିତ୍ତିଭୂମି ପାଇଁ ୩୯୬ କୋଟି ଟଙ୍କା ବ୍ୟୟବରାଦ
ରେଳ ଭିତ୍ତିଭୂମି ପାଇଁ ୩୯୬ କୋଟି ଟଙ୍କା । ସେଥିରୁ ଅନୁଗୁଳ ଓ ସୁକିନ୍ଦା ପାଇଁ ଖର୍ଚ୍ଚ ହେବ ୫୦ କୋଟି ।
17:31 February 22
ମଧ୍ୟାହ୍ନ ଭୋଜନ ପାଇଁ ୯୫୭ କୋଟି ବ୍ୟୟବରାଦ
ଶିକ୍ଷା କ୍ଷେତ୍ର ପାଇଁ ମୋଟ 24, 370 କୋଟି ବ୍ୟୟବରାଦ ହୋଇଛି । ଆଦର୍ଶ ସ୍କୁଲ ପାଇଁ 280କୋଟି ଟଙ୍କା ବ୍ୟୟବରାଦ ମଧ୍ୟାହ୍ନ ଭୋଜନ ଯୋଜନା ପାଇଁ 957 କୋଟି ବ୍ୟୟବରାଦ ହୋଇଛି । ମୋ ସ୍କୁଲ ପାଇଁ 253 କୋଟି ଓ ମୋ କଲେଜ ପାଇଁ 7 କୋଟି ବ୍ୟୟବରାଦ । ସତ୍ୟବାଦୀ ଓଡ଼ିଆ ବିଶ୍ବବିଦ୍ୟାଳୟ ପାଇଁ 10 କୋଟି ଟଙ୍କା ବ୍ୟୟବରାଦ ହୋଇଛି । ମଧ୍ୟାହ୍ନ ଭୋଜନ ପାଇଁ ୯୫୭ କୋଟି ଖର୍ଚ୍ଚ ହେବ ।
17:30 February 22
ମୁଖ୍ୟମନ୍ତ୍ରୀ ସଡକ ଯୋଜନା ପାଇଁ 300 କୋଟି ବ୍ୟୟବରାଦ
ମୁଖ୍ୟମନ୍ତ୍ରୀ ସଡକ ଯୋଜନା ପାଇଁ 300 କୋଟି ବ୍ୟୟବରାଦ । କଟକ ବସ ଟର୍ମିନାଲ ପାଇଁ 100 କୋଟି । ପ୍ରତି ବ୍ଲକକୁ ମିଳିବ 100 କୋଟିର ସହାୟତା । ବରମୁଣ୍ଡା ବସ୍ଷ୍ଟାଣ୍ଡ ପାଇଁ ୧୦୦ କୋଟି ଟଙ୍କା OSRTCରେ ଅଂଶଧନ ନିବେଶ ଲାଗି ୩୪ କୋଟି । ସଡ଼କ ସୁରକ୍ଷା ପାଇଁ ୨୦ କୋଟି ଟଙ୍କା ବୟବରାଦ ।
17:29 February 22
ସ୍ବାସ୍ଥ୍ୟ ସେବା ପାଇଁ ମୋଟ ୯୧୬୪ କୋଟି ବ୍ୟୟବରାଦ, SCBକୁ ଏମ୍ସ ପ୍ଲସ କରିବାକୁ ଖର୍ଚ୍ଚ ହେବ ୩୫୦୦ କୋଟି
ସ୍ବାସ୍ଥ୍ୟ ବଜେଟ ଅନ୍ତର୍ଗତ ଦୁର୍ଘଟଣାରେ ଗୁରୁତରଙ୍କୁ ଚିକିତ୍ସା ପାଇଁ ଫ୍ରି ଟ୍ରମା କେୟାର ଯୋଜନା। ଫ୍ରି ଟ୍ରମା କେୟାର ଯୋଜନା ପାଇଁ ୪୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି। SCBକୁ ଏମ୍ସ ପ୍ଲସ କରିବାକୁ ୩୫୦୦ କୋଟି ବ୍ୟୟ ଯୋଜନା ରହିଛି। SCB ପାଇଁ ଚଳିତ ବର୍ଷ ୫ଶହ କୋଟି ବ୍ୟୟବରାଦ । ସାର୍ବଜନୀନ ସ୍ବାସ୍ଥ୍ୟ ସେବା ଓ ବୀମା ପାଇଁ ୯ ହଜାର ୧୬୪ କୋଟି ବ୍ୟୟବରାଦ ।
17:22 February 22
ବଜେଟରେ ୧.୭୦ ଲକ୍ଷରୁ ୧, ୨୫, ୬୦୦ କୋଟି ଟିକସ ଓ ଅନୁଦାନରୁ ପ୍ରାପ୍ତି ଲକ୍ଷ୍ୟ ରହିଛି। ଋଣରୁ ପ୍ରାୟ ୪୪ ହଜାର ୪୦୦ କୋଟି ପ୍ରାପ୍ତି ଲକ୍ଷ୍ୟ ରହିଛି । ନେଟ୍ ଋଣ ପରିମାଣ ୧୮, ୪୬୫ କୋଟି ରହିବ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ।
17:18 February 22
ପୁରୀ ପାଇଁ ଅବଢ଼ା ଯୋଜନାରେ ୫୪୨ କୋଟି ବ୍ୟୟବରାଦ
ରାଜ୍ୟ ବଜେଟରେ ଶ୍ରୀକ୍ଷେତ୍ର ପୁରୀ ପାଇଁ ଅବଢ଼ା ଯୋଜନାରେ ୫୪୨ କୋଟି ବ୍ୟୟବରାଦ । ଏକାମ୍ର କ୍ଷେତ୍ର ପାଇଁ ୨ଶହ ଓ ସମଲେଇ ପାଇଁ ୨ଶହ କୋଟି ବ୍ୟୟବରାଦ। ରାଉରକେଲା ହକି ଷ୍ଟାଡିୟମ ପାଇଁ ୯୦ କୋଟି ବ୍ୟୟବରାଦ। ସ୍ୱାସ୍ଥ୍ୟ ସେବା ପାଇଁ ମୋଟ ୯୧୬୪ କୋଟି ବ୍ୟୟବରାଦ ।
17:17 February 22
ସ୍ବଚ୍ଛ ଭାରତ ମିଶନ ଅଧିନରେ ଗ୍ରାମାଞ୍ଚଳ ପାଇଁ 2 ଶହ କୋଟି ଟଙ୍କା ସହରାଞ୍ଚଳ ପାଇଁ 2 ଶହ 15 କୋଟି ଟଙ୍କା ବ୍ୟୟ ବରାଦ ହୋଇଛି । ସହର ଗୁଡିକୁ ନିର୍ମଳ ରଖିବାକୁ ୩ ଶହ ୯୫ କୋଟି ଟଙ୍କା ।
ଅର୍ବାନ ସ୍ୱରେଜ ପ୍ରକଳ୍ପ ପାଇଁ ୧ ଶହ ୬୦ କୋଟି ଟଙ୍କା ବ୍ୟୟବରାଦ । ଅର୍ବାନ ସାନିଟେସନ ପ୍ରକଳ୍ପ ପାଇଁ ୧ ଶହ ୯୦ କୋଟି ।
17:14 February 22
ମଧୁବାବୁ ପେନସନ ଯୋଜନାରେ 1 ହଜାର 5 ଶହ 9 କୋଟି ଟଙ୍କା ବ୍ୟୟବରାଦ
ମଧୁବାବୁ ପେନସନ ଯୋଜନାରେ 1 ହଜାର 5 ଶହ 9 କୋଟି ଟଙ୍କା ବ୍ୟୟବରାଦ ହୋଇଥିବା ବେଳେ ଜାତୀୟ ସାମାଜିକ ସହାୟତା ଯୋଜନାରେ 9 ଶହ 23 କୋଟି ଟଙ୍କା, ଦିବ୍ୟାଙ୍ଗ ମାନଙ୍କର ସଶକ୍ତିକରଣ ପାଇଁ 1 ଶହ 5 କୋଟି ଟଙ୍କା ବ୍ୟୟବରାଦ ହୋଇଛି ।
ବରିଷ୍ଠ ନାଗରିକ, ଦିବ୍ୟାଙ୍ଗ ଏବଂ ଦୁଃସ୍ଥ ବ୍ୟକ୍ତିମାନଙ୍କ ପରି ସାମାଜିକସ୍ତରକରେ ଦୁର୍ବଳ ଜନସାଧାରଣଙ୍କୁ ଗୁଣାତ୍ମକ ଆବାସିକ ସହାୟତା ଯୋଗାଇଦେବା ପାଇଁ ପ୍ରଥମ ପର୍ଯ୍ୟାୟରେ ରାଜ୍ୟର 10ଟି ଜିଲ୍ଲାର ସଦର ମହାକୁମାରେ ଇଣ୍ଟିଗ୍ରେଟେଡ ଇନଫ୍ରାଷ୍ଟକ୍ଚର କମ୍ପଲେକ୍ସ ସ୍ଥାପନ କରିବା ପାଇଁ 1 ଶହ 33 କୋଟି ଟଙ୍କା ବ୍ୟୟ ବରାଦ ।
ଓଡିଶା ସମନ୍ବିତ ପରିମଳ ଉନ୍ନୟନ ପ୍ରକଳ୍ପ ଅଧିନରେ 3 ଶହ 95 କୋଟି ଟଙ୍କା ଅର୍ବାନ ସ୍ବରେଜ ପ୍ରକଳ୍ପରେ 1 ଶହ 60 କୋଟି ଟଙ୍କା ଅର୍ବାନ ସାନିଟେସନ ପ୍ରକଳ୍ପରେ 1 ଶହ 90 କୋଟି ଖର୍ଚ୍ଚ ହେବ ।
17:10 February 22
ରାଜ୍ୟ ପ୍ରତିଷ୍ଠା ହେବ ପଶୁ ଚିକିତ୍ସା ବିଜ୍ଞାନ ବିଶ୍ୱବିଦ୍ୟାଳୟ
ମାଛଧରା ଜେଟି ଓ ମାଛ ବଜାର ପାଇଁ ୧୦୦ କୋଟି ବ୍ୟୟବରାଦ । ପଶୁଙ୍କ ଚିକିତ୍ସା ପାଇଁ ଆରମ୍ଭ ହେବ ପଶୁ ହେଲପ ଲାଇନ ସେବା । ସେହିପରି ରାଜ୍ୟରେ ପଶୁ ଚିକିତ୍ସା ବିଜ୍ଞାନ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେବ ବୋଲି ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ।
17:08 February 22
କଳାହାଣ୍ଡି-ନବରଙ୍ଗପୁରରେ ହେବ 2 ମଧ୍ୟମ ଜଳସେଚନ ପ୍ରକଳ୍ପ
କଳାହାଣ୍ଡି ଏବଂ ନବରଙ୍ଗପୁରରେ ୨ଟି ମଧ୍ୟମ ଜଳସେଚନ ପ୍ରକଳ୍ପ ହେବ। ଜଳସେଚନ ପାଇଁ ମୋଟ ୨୨୫୮ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ବନ୍ୟା ନିୟନ୍ତ୍ରଣ ପାଇଁ ମୋଟ ୭୧୦ କୋଟି ବ୍ୟୟବରାଦ, ପାର୍ବତୀ ଗିରି ଜଳସେଚନ ଯୋଜନା ପାଇଁ ୮୬୦ କୋଟି ବ୍ୟୟବରାଦ। ଗଭୀର ନଳକୂପ ଖନନ ପାଇଁ ୩୮୯ କୋଟି ଟଙ୍କା ବ୍ୟୟବରାଦ ହୋଇଥିବା କହିଛନ୍ତି ଅର୍ଥମନ୍ତ୍ରୀ ।
17:06 February 22
ବିପର୍ଯ୍ୟୟ ପ୍ରଶମନ ବ୍ୟୟ ଲାଗି 3 ହଜାର 50 କୋଟି ବ୍ୟୟ ବରାଦ
2021-22 ଆର୍ଥିକ ବର୍ଷ ପାଇଁ ପୁଞ୍ଜି ବ୍ୟୟବରାଦ ଅଟକଳ 25 ହଜାର 7 ଶହ 88 କୋଟି ଯାହା ସାମଗ୍ରିକ ରାଜ୍ୟ ଘରୋଇ ଉତ୍ପାଦର 4.4 ପ୍ରତିଶତ ଅଟେ । ବିପର୍ଯ୍ୟୟ ପ୍ରଶମନ ବ୍ୟୟ ଲାଗି 3 ହଜାର 50 କୋଟି । ସ୍ଥାନୀୟ ନିକାୟ ସଂସ୍ଥା ଓ ଉନ୍ନୟନ ସଂସ୍ଥାକୁ ହସ୍ତାନ୍ତର ପାଇଁ 6 ହଜାର କୋଟି 9 ଶହ 50 କୋଟି । ଏହା ବାଦ ଓଡିଶା ଖଣିଜ ସମ୍ପଦ ଧାରକ ଅଞ୍ଚଳ ଉନ୍ନୟନ ନିଗମ, ଜିଲ୍ଲା ଖଣିଜ ପାଣ୍ଠି ଓ ସରକାରୀ ଉଦ୍ୟୋଗମାନଙ୍କଠାରୁ ପ୍ରାପ୍ତ 8 ହଜାର କୋଟି ଟଙ୍କା ବଜେଟ ବହିର୍ଭୁତ ସମ୍ବଳ ବ୍ୟୟ କରାଯିବ । କାର୍ଯ୍ୟକ୍ରମ ବ୍ୟୟ ବାବଦକୁ 75 ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ।
17:00 February 22
କୃଷି ପାଇଁ 17 ହଜାର 468 କୋଟି ବ୍ୟୟ ବରାଦ
ପ୍ରଥମେ କୃଷି ବଜେଟ ଆଗତ କରିଛନ୍ତି ଅର୍ଥମନ୍ତ୍ରୀ । ଓଡିଶା କୃଷି ଓ ବୈଶ୍ବିକ ବିଦ୍ୟାଳୟକୁ ସମ୍ପ୍ରସାରିତ ସହ କୃଷି ଗବେଷଣା ଓ ଅନୁସନ୍ଧାନ ପାଇଁ 148 କୋଟିର ବ୍ୟୟ ବରାଦ । ଯାହା 2019-20 ବଜେଟର 5 ଗୁଣା ଅଧିକ । ସେହିପରି ଉଦ୍ୟାନ କୃଷି ବିକାଶ ପାଇଁ 132 କୋଟି ଟଙ୍କା ବୟବରାଦ ହୋଇଛି ।
16:54 February 22
କାଳିଆ ଯୋଜନା ପାଇଁ ୧୮୦୦ କୋଟି ଟଙ୍କା ବ୍ୟୟବରାଦ
କାଳିଆ ଯୋଜନା ପାଇଁ ୧୮୦୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ସେହିପରି ବିହନ ପାଇଁ 100 ଓ ସାର ପାଇଁ ୧୦୦ କୋଟି ଅତିରିକ୍ତ ପାଣ୍ଠି ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ।
16:50 February 22
ଗୃହରେ ଅର୍ଥମନ୍ତ୍ରୀଙ୍କ ବୟାନ, ମହାମାରୀ ପାଇଁ ପ୍ରଭାବିତ ରାଜ୍ୟର ବିକାଶ
ମହାମାରୀ ପାଇଁ ରାଜ୍ୟର ବିକାଶ ପ୍ରଭାବିତ ହୋଇଛି ବୋଲି କହିଛନ୍ତି ଅର୍ଥମନ୍ତ୍ରୀ । ସେ କହିଛନ୍ତି କୋରୋନାର ସଫଳ ମୁକାବିଲା କରିଛନ୍ତି ରାଜ୍ୟ ସରକାର । କୋରୋନା ସତ୍ତ୍ବେ ବହୁ ସଂସ୍କାରମୂଳକ ପଦକ୍ଷେପ ନିଆଯାଇଥିବା ନିରଞ୍ଜନ କହିଛନ୍ତି ।
16:45 February 22
୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ବଜେଟ
ଅର୍ଥମନ୍ତ୍ରୀ କହିଛନ୍ତି, ଏଥର ୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ବଜେଟ । ପ୍ରସାସନିକ ପାଇଁ ୮୫ ହଜାର କୋଟି ଟଙ୍କା ବୟବରାଦ ।
16:42 February 22
ଶଶକ୍ତିକରଣ ଓଡିଶା ପାଇଁ ବଜେଟ: ଅର୍ଥମନ୍ତ୍ରୀ
ବିଧାନସଭାରେ ବଜେଟ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ଅର୍ଥମନ୍ତ୍ରୀ କହିଛନ୍ତି, ଶଶକ୍ତିକରଣ ଓଡିଶା ପାଇଁ ବଜେଟ ସ୍ଵାସ୍ଥ୍ୟ କୃଷି ଶିକ୍ଷା ଭିତିଭୂମି ଉପରେ ଗୁରୁତ୍ୱ ଦିଆଯାଇଛି ।
16:39 February 22
ରାଜ୍ୟ ବଜେଟ ଉପସ୍ଥାପନ ଆରମ୍ଭ
ଆରମ୍ଭ ହେଲା ରାଜ୍ୟ ବଜେଟ ଉପସ୍ଥାପନ । ଗୃହରେ ବଜେଟ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ।
14:50 February 22
ଆଉ କିଛି ସମୟ ପରେ ଆରମ୍ଭ ହେବ ରାଜ୍ୟ ବଜେଟ ଉପସ୍ଥାପନ
ଆଉ କିଛି ସମୟ ପରେ ବିଧାନସଭାରେ ଆର୍ଥିକ ବର୍ଷ 2021-22ର ବଜେଟ ଉପସ୍ଥାପନ ଆରମ୍ଭ ହେବ । ଗୃହରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବଜେଟ ଆଗତ କରିବେ ।