ଭୁବନେଶ୍ବର: ବିଧାନସଭାରେ ଆଜି ଉପସ୍ଥାପନ ହୋଇଛି ରାଜ୍ୟ ବଜେଟ୍ । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଧାନସଭାରେ ମୋଟ ୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ପେପର ଲେସ୍ ବଜେଟ ଉପସ୍ଥାପନ କରିଛନ୍ତି । 2021-22 ଆର୍ଥିକ ବର୍ଷ ପାଇଁ ଆୟବ୍ୟୟ ଅଟକଳର ଚିଠା ଖୋଲିଲେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ରାଜସ୍ବ ହ୍ରାସ ଓ ଆୟ ଅଭାବ ମଧ୍ୟରେ ଏ ବର୍ଷର ଆବଣ୍ଟନ ଗତ ବର୍ଷ ତୁଳନାରେ 13 ପ୍ରତିଶତ ଅଧିକ ରହିଛି । ତେବେ ଆସନ୍ତୁ ଜାଣିବା ବଜେଟରେ ବ୍ୟୟବରାଦ ଏକ ଟଙ୍କାରେ । କେଉଁଠୁ ଆସୁଛି ଆଉ କେଉଁ କେଉଁ କ୍ଷେତ୍ରରେ ଏହା ଖର୍ଚ୍ଚ ହେବ ଏକ ଟଙ୍କା ...
କେଉଁଠୁ ଆସିବ ଟଙ୍କା ?
ରାଜ୍ୟ ନିଜସ୍ବ ଅଣ ଟ୍ୟାକ୍ସ-11.8%
ରାଜ୍ୟ ନିଜସ୍ବ ଟ୍ୟାକ୍ସ-22.6%
ଟିକସ ବାବଦରେ ଅଂଶଧନ-17.7%
କେନ୍ଦ୍ରୀୟ ଅନୁଦାନ-22.3%
ପୁଞ୍ଜିପ୍ରାପ୍ତି-26.12%
କେଉଁଠି ଖର୍ଚ୍ଚ ହେବ ଟଙ୍କା ?
ସୁଧ ପୈଠ-4.71%
ଋଣ ପରିଶୋଧ-13.84%
ପ୍ରଶାସନିକ ବ୍ୟୟ-64.86%
ପୁଞ୍ଜି କ୍ଷେତ୍ରରେ ବ୍ୟୟ-15.2%
ବିପର୍ଯ୍ୟୟ ପ୍ରଶମନ ପାଣ୍ଠି-1.79%
ରାଜ୍ୟରୁ ସ୍ଥାନାନ୍ତର-4.09%