ETV Bharat / city

ରାଜ୍ୟ ବଜେଟରେ ପର୍ଯ୍ୟଟନକୁ ଗୁରୁତ୍ବ, 500 କୋଟି ବ୍ୟୟବରାଦ

ରାଜ୍ୟ ବଜେଟରେ ପର୍ଯ୍ୟଟନ ପାଇଁ 500 କୋଟିର ବ୍ୟୟବରାଦ ହୋଇଛି । ଅଧିକ ପଢନ୍ତୁ...

author img

By

Published : Feb 22, 2021, 7:55 PM IST

ରାଜ୍ୟ ବଜେଟ
ରାଜ୍ୟ ବଜେଟ

ଭୁବନେଶ୍ବର: ରାଜ୍ୟ ବଜେଟରେ ପର୍ଯ୍ୟଟନକୁ ଗୁରୁତ୍ବ ଦେଇଛନ୍ତି ସରକାର । ଗତବର୍ଷ ବଜେଟ ତୁଳନାରେ ଚଳିତ ବର୍ଷ ବଜେଟରେ 25 ପ୍ରତିଶତ ବଢାଇ 500 କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଭିତ୍ତିଭୂମି ସଜାଡିବା ପାଇଁ ଏହି ଟଙ୍କା ଖର୍ଚ୍ଚ କରାଯିବ ବୋଲି କୁହାଯାଉଛି ।

ସେହିପରି ଅବଢା ଯୋଜନାରେ ପୁରୀକୁ ବିଶ୍ବ ଐତିହ୍ୟ ସହରର ମାନ୍ୟତା ପାଇଁ 542 କୋଟିର ବ୍ୟୟବରାଦ କରାଯାଇଛି । ଏକାମ୍ର କ୍ଷେତ୍ରର ଉନ୍ନତି ପାଇଁ 200 କୋଟିର ବ୍ୟୟବରାଦ କରାଯାଇଥିବା ଅର୍ଥମନ୍ତ୍ରୀ କହିଛନ୍ତି ।

ସେପଟେ ସମ୍ବଲପୁରର ମା ସମଲେଇ ମନ୍ଦିର ପାଇଁ 200 କୋଟି ଟଙ୍କାର ବ୍ୟୟବରାଦ ହୋଇଛି । ଅନ୍ୟପଟେ ପର୍ଯ୍ୟଟନ ଭିତ୍ତିଭୂମି ବିକାଶ ଓ ପରିଚାଳନା ପାଇଁ 349 କୋଟି ଓ ପର୍ଯ୍ୟଟନର ପ୍ରଚାର ପ୍ରସାର ପାଇଁ 83 କୋଟି ଟଙ୍କା ବ୍ୟୟବରାଦ ହୋଇଛି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.