ETV Bharat / city

ସଶକ୍ତ ଓଡିଶା ଦିଗରେ ଏବର୍ଷର ବଜେଟ: ନବୀନ ପଟ୍ଟନାୟକ - ରାଜ୍ୟ ବଜେଟ

ଚଳିତ ବର୍ଷର ବଜେଟକୁ ସ୍ବାଗତ କଲେ ମୁଖ୍ୟମନ୍ତ୍ରୀ । ସଶକ୍ତ ଓଡ଼ିଶା ଦିଗରେ ଏହି ବଜେଟ ସହାୟକ ହେବ ବୋଲି କହିଛନ୍ତି ନବୀନ । ସେପଟେ, ବଜେଟ ଯୋଜନାବଦ୍ଧ ନଥିବା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅଧିକ ପଢନ୍ତୁ...

Odisha budget 2020
ସଶକ୍ତ ଓଡିଶା ଦିଗରେ ଏବର୍ଷର ବଜେଟ: ନବୀନ ପଟ୍ଟନାୟକ
author img

By

Published : Feb 18, 2020, 11:32 PM IST

ଭୁବନେଶ୍ବର: 2020-21 ପାଇଁ ଆର୍ଥିକ ବଜେଟ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ରାଜ୍ୟର ବିଭିନ୍ନ କ୍ଷେତ୍ର ପାଇଁ ସର୍ବମୋଟ ଦେଢ ଲକ୍ଷ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । କୃଷି ଠାରୁ କ୍ରୀଡା, ଶିକ୍ଷା ଠାରୁ ଭିତ୍ତିଭୂମି । ସବୁ କ୍ଷେତ୍ରରେ ଫୋକସ କରିଛନ୍ତି ଅର୍ଥମନ୍ତ୍ରୀ । ଅର୍ଥମନ୍ତ୍ରୀଙ୍କ ଏହି ବଜେଟ ସଶକ୍ତ ଓଡିଶା ଗଠନ କରିବାରେ ସହାୟକ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ନବୀନ ନିଜ ଟ୍ବିଟର ଆକାଉଣ୍ଟରେ ଜଣାଇଛନ୍ତି । ଓଡିଶା ଇତିହାସରେ କୃଷକଙ୍କ ପାଇଁ କାଳିଆ ଯୋଜନା ସର୍ବବୃହତ୍ତ ହିତାଧିକାରୀ ଯୋଜନା ବୋଲି ମଧ୍ୟ କହିଥିଲେ ନବୀନ ।

Odisha budget 2020
ସଶକ୍ତ ଓଡିଶା ଦିଗରେ ଏବର୍ଷର ବଜେଟ: ନବୀନ ପଟ୍ଟନାୟକ

ସେପଟେ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ବଜେଟକୁ ନେଇ ଟ୍ବିଟ କରିଥିଲେ । ଯେଉଁଥିରେ ସେ କହିଥିଲେ ରାଜ୍ୟରେ ନୂଆ ଯୋଜନା, ନୂଆ କୌଶଳ ତଥା ନୂଆ ଆଭିମୁଖ୍ୟର ଆବଶ୍ୟକତା ରହିଥିବାବେଳେ ଏହି ବଜେଟ ସେହିପରି ଯୋଜନାବଦ୍ଧ ରାସ୍ତା ପ୍ରଦର୍ଶିତ କରୁନଥିବା କହିଛନ୍ତି ଧର୍ମେନ୍ଦ୍ର ।

ଏହା ସହ ସେ କହିଥିଲେ, ମୋଦି ସରକାରଙ୍କ ପୂର୍ବଦୋୟର ବିକାଶ ପାଇଁ ପ୍ରାଥମିକତା, ଖଣି ନିଲାମୀ ମାମଲାରେ କେନ୍ଦ୍ର ସରକାରଙ୍କର ନୀତି ସୁଧାର କାରଣରୁ ରାଜ୍ୟକୁ ଲାଭ ଓ ଓଡିଶା ପାଇଁ ଅଧିକ ବ୍ୟୟବରାଦର ପ୍ରତିଫଳନ ରାଜ୍ୟ ବଜେଟରେ ପ୍ରତିଫଳିତ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.