ETV Bharat / city

ଓଡିଶା ବ୍ରାଉନସୁଗାର କାରବାରରେ ଅଣ୍ଡରଓ୍ବାର୍ଲଡ ଲିଙ୍କ୍, ଗୌହାଟିରେ ଖୋଳତାଡ କରୁଛି STF

ଏନସିବି ରାଡରରେ ଓଡିଶା ବ୍ରାଉନସୁଗାର ନେଟୱର୍କ । ମୁମ୍ବାଇ, ଦିଲ୍ଲୀ ଭଳି ଓଡିଶାରେ ଚାଲୁଛି ବ୍ରାଉନସୁଗାର ବେପାର । ଏନେଇ ଖୋଜାପଡିଛି ରାଜ୍ୟରେ ବ୍ରାଉନସୁଗାର ନେଟୱର୍କ ଚେର । ଅଧିକ ପଢନ୍ତୁ

ଓଡିଶା ବ୍ରାଉନସୁଗାର କାରବାରରେ ଅଣ୍ଡରଓ୍ବାର୍ଲଡ ଲିଙ୍କ୍, ଗୌହାଟିରେ ଖୋଳତାଡ କରୁଛି STF
ଓଡିଶା ବ୍ରାଉନସୁଗାର କାରବାରରେ ଅଣ୍ଡରଓ୍ବାର୍ଲଡ ଲିଙ୍କ୍, ଗୌହାଟିରେ ଖୋଳତାଡ କରୁଛି STF
author img

By

Published : Apr 24, 2022, 9:06 AM IST

Updated : Apr 24, 2022, 9:36 AM IST

ଭୁବନେଶ୍ବର: NCB ରାଡରରେ ଓଡିଶା ବ୍ରାଉନସୁଗାର ନେଟୱର୍କ । ମୁମ୍ବାଇ ,ଦିଲ୍ଲୀ ଭଳି ଓଡିଶାରେ ଚାଲୁଛି ବ୍ରାଉନସୁଗାର ବେପାର। ଏନେଇ ଖୋଜାପଡିଛି ରାଜ୍ୟରେ ବ୍ରାଉନସୁଗାର ନେଟୱର୍କ ଚେର । NCB ହାତରେ ଧରାପଡିଥିବା ଆଜାଦ ପରଭେଜ ଏନେଇ ଖୁଲାସା କରିଛି । ଓଡିଶାରେ ଏକାଧିକ ବ୍ରାଉନସୁଗାର ସପ୍ଲାଏ ପଛରେ ହାତ ଥିବା ଜାଣିବାକୁ ପାଇଛି ଏନସିବି ଟିମ । ଏନେଇ ଓଡିଶା କ୍ରାଇମବ୍ରାଞ୍ଚର ସହାୟତା ଲୋଡିଛି ଟିମ ।

ଓଡିଶା ବ୍ରାଉନସୁଗାର କାରବାରରେ ଅଣ୍ଡରଓ୍ବାର୍ଲଡ ଲିଙ୍କ୍, ଗୌହାଟିରେ ଖୋଳତାଡ କରୁଛି STF

ଗୌହାଟି ଯାଇ ଆଜାଦକୁ ଜେରା କରିଛି STF । ଆଜାଦ ପରଭେଜ ଓଡିଶାରେ ଜବତ ହୋଇଥିବା ବଡ ପରିମାଣର ବ୍ରାଉନସୁଗାର ସପ୍ଲାୟ କରୁଥିଲା । ଯେକି ନବେ ଦଶକର ଜଣେ ଚର୍ଚ୍ଚିତ ବ୍ରାଉନସୁଗାର ସପ୍ଲାୟର । ଅଣ୍ଡରୱାର୍ଲ୍ଡ ସହ ଆଇଏସଆଇ ଭଳି ସଂସ୍ଥା ସହ ଯୋଗାଯୋଗରେ ଥିଲା ଆଜାଦ । ତେବେ ଏହି ଅଣ୍ଡରୱାର୍ଲ୍ଡ ଲିଙ୍କ ଥିବା ଅଭିଯୁକ୍ତ ୧୯୯୮ରେ‌ ବାଲେଶ଼୍ବରରେ ବେସ ସକ୍ରିୟ ଥିଲା‌, ଏନେଇ ସେତେବେଳେ ଗିରଫ କରିଥିଲା ଓଡିଶା ପୋଲିସ । ପରେ ଦୀର୍ଘ ୧୦ ବର୍ଷ ଧରି ରାଜ୍ୟ ବାହାରେ ଜେଲରେ ରହିବା ପରେ ୨୦୧୪ରେ ଜେଲରୁ ମୁକୁଳିଥିଲା ଆଜାଦ । ପରେ ପୁଣି ବ୍ରାଉନସୁଗାର‌ ନେଟୱର୍କ ଚଳାଇଥିଲା ।

ବିଗତ ଦିନରେ ରସୁଲଗଡ ଛକରୁ ୩କେଜିର ବ୍ରାଉନସୁଗାର‌୍ ଜବତ ଘଟଣା ସହ ଏକାଧିକ ବ୍ରାଉନସୁଗାର ସପ୍ଲାୟ ଚେନ ପଛରେ ଆଜାଦ ରହିଥିବା ଜାଣିବାକୁ ପାଇଛି ଏସଟିଏଫ୍ । ଏନେଇ ଏନସିବି ଅପେକ୍ଷା ଏସଟିଏଫ୍ ରାଜ୍ୟର ବ୍ରାଉନସୁଗାର ମାଫିଆଙ୍କ ଗତିବିଧି ଜାଣିଥିବାରୁ ଆଗାମୀ ଦିନରେ ଓଡିଶାରେ ଆଜାଦ ନେଟୱାର୍କ ଖୋଜି ବାହାର କରିବାକୁ ପ୍ରୟାସ କରିବ । କାରଣ ଏସଟିଏଫ୍ ଆଜାଦକୁ ପଚରାଉଚରା ବେଳେ କହିଛି ଅନେକ ଓଡିଶା ଲିଙ୍କର ରୋଚକ ତଥ୍ୟ । ଯାହାକୁ ଆଧାରକରି ତନାଘନା ଜାରି ରଖିଛି ଏସଟିଏଫ୍ ଓ ଏନସିବି ଟିମ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Apr 24, 2022, 9:36 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.