ETV Bharat / city

Koraput Gangrape: OHRCଙ୍କୁ ସାକ୍ଷାତ କଲା BJP ମହିଳା ମୋର୍ଚ୍ଚା - ଜୟପୁର ଦୁଷ୍କର୍ମ ଘଟଣା

କୋରାପୁଟ ଜୟପୁରରେ ଗଣଦୁଷ୍କର୍ମ ଘଟଣାକୁ ୧୨ ଦିନ ବିତି ଯାଇଥିଲେ ମଧ୍ୟ ପୋଲିସର କାର୍ଯ୍ୟାନୁଷ୍ଠାନ ଶୂନ । ଅଭିଯୁକ୍ତମାନଙ୍କୁ ଗିରଫ କରିବା ତ ଦୂରର କଥା ପୋଲିସ କିଛି ପଦକ୍ଷେପ ମଧ୍ୟ ନେଇନାହିଁ । ଏହାକୁ ନେଇ ଆଜି ରାଜ୍ୟ ମାନବାଧିକାର କମିଶନଙ୍କୁ ସାକ୍ଷାତ କରିଛନ୍ତି ବିଜେପି ମହିଳା ମୋର୍ଚ୍ଚାର ଏକ ଟିମ । ଅଧିକ ପଢନ୍ତୁ

OHRC ଙ୍କୁ ସାକ୍ଷାତ କଲା ବିଜେପି ମହିଳା ମୋର୍ଚ୍ଚା

author img

By

Published : Jan 4, 2022, 9:47 PM IST

କୋରାପୁଟ: କୋରାପୁଟ ଜୟପୁରରେ ଗଣଦୁଷ୍କର୍ମ ଘଟଣାକୁ ୧୨ ଦିନ ବିତି ଯାଇଥିଲେ ମଧ୍ୟ ପୋଲିସର କାର୍ଯ୍ୟାନୁଷ୍ଠାନ ଶୂନ । ଅଭିଯୁକ୍ତମାନଙ୍କୁ ଗିରଫ କରିବା ତ ଦୂରର କଥା ପୋଲିସ କିଛି ପଦକ୍ଷେପ ମଧ୍ୟ ନେଇନାହିଁ । ଏହାକୁ ନେଇ ଆଜି ରାଜ୍ୟ ମାନବାଧିକାର କମିଶନ (Odisha Human Right Commission) ଙ୍କୁ ସାକ୍ଷାତ କରିଛନ୍ତି ବିଜେପି ମହିଳା ମୋର୍ଚ୍ଚାର ଏକ ଟିମ ।

Jaypur gangrape: OHRC ଙ୍କୁ ସାକ୍ଷାତ କଲା ବିଜେପି ମହିଳା ମୋର୍ଚ୍ଚା

ରାଜ୍ୟ ମାନବାଧିକାର କମିଶନଙ୍କୁ ସାକ୍ଷାତ ପରେ ବିଜେପି ମହିଳା ମୋର୍ଚ୍ଚା ଜାତୀୟ ସମ୍ପାଦିକା ଐଶ୍ବର୍ଯ୍ୟା ବିଶ୍ବାଳ କହିଛନ୍ତି ଅଭିଯୁକ୍ତଙ୍କ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେଉନାହିଁ। ବିଜେଡି ଠାରୁ ସୁରକ୍ଷା ପାଉଥିବା କିଛି ଅପରାଧୀ ଏହି ଦୁଷ୍କର୍ମ କରିଛନ୍ତି। ଘଟଣାର ୧୨ ଦିନ ବିତିଯାଇ ଥିଲେ ମଧ୍ୟ ପୋଲିସ ହାତ ଖାଲି । ଏହାକୁ ବିଜେପି ନିନ୍ଦା କରୁଛି । ଏହାସହ ପୀଡିତା ମହିଳାଙ୍କୁ କ୍ଷତିପୂରଣ ଦେବାକୁ ଦାବି କରିଥିବା କହିଛନ୍ତି ।

ସେହିପରି ଘଟଣାର ତଦନ୍ତ ସହ ସରକାରଙ୍କ କାର୍ଯ୍ୟାନୁଷ୍ଠାନ ନେଇ ଆସନ୍ତା ମାସ ୭ ତାରିଖ ସୁଦ୍ଧା ପଦକ୍ଷେପ ନେବେ ବୋଲି ମାନବଧିକାର କମିଶନ ବିଜେପି ଟିମକୁ ପ୍ରତିଶ୍ରୁତି ଦେଇଥିବା କହିଛନ୍ତି ଏଶ୍ବର୍ଯ୍ୟା ବିଶ୍ବାଳ ।

ସୂଚନାଯୋଗ୍ୟ, ଗତ ଡିସେମ୍ବର ୨୪ ତାରିଖରେ ସ୍ବାମୀଙ୍କୁ ବନ୍ଧୁକ ମୁନରେ ରଖି ମହିଳାଙ୍କୁ ଦୁଷ୍କର୍ମ କରିଥିଲେ ଅଭିଯୁକ୍ତ । ଏହାକୁ ନେଇ ଜୟପୁର ମହିଳା ଥାନାରେ ଲିଖିତ ଅଭିଯୋଗ ହୋଇଛି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.