ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ଵାରା ପାରିତ ହୋଇଥିବା ଆର୍ଥିକ ଅନଗ୍ରସର ବର୍ଗ ବା EWSକୁ ଶୁକ୍ରବାର ଦୁଇବର୍ଷ ପୂରିଛି । ଏହା ଏବେ କେନ୍ଦ୍ର ସରକାର ପୂରା ଦେଶରେ ଲାଗୁ କରିଛନ୍ତି । କିନ୍ତୁ, ଓଡ଼ିଶାରେ ଏହାକୁ ଏପର୍ଯ୍ୟନ୍ତ କାର୍ଯ୍ୟକାରୀ କରାଯାଇ ନାହିଁ । ଯାହାକୁ ବିରୋଧ କରିଛି ରାଜ୍ୟ ବିଜେପି ।
ସବୁ ବର୍ଗର ବିକାଶ ହିଁ ଦେଶର ବିକାଶ, ପ୍ରଧାନମନ୍ତ୍ରୀ ଜାତି ଭେଦରୁ ଊର୍ଦ୍ଧ୍ବକୁ ଯାଇ ଆର୍ଥିକ ଅନଗ୍ରସର ଲୋଙ୍କ କଥା ଭବିଛନ୍ତି । ଆଉ ଏହି ନୀତିକୁ ପାରିତ କରିଛନ୍ତି । ଏହାକୁ ଏବେ ଦୁଇବର୍ଷ ପୂରିଥିଲେ ମଧ୍ୟ ରାଜ୍ୟ ସରକାର ଏହାକୁ ଅଣଦେଖା କରୁଛନ୍ତି ବୋଲି ଅଭିଯୋଗ କରିଛି ବିଜେପି । ଏହାକୁ ବିରୋଧ କରି ରାଜ୍ୟ ବିଜେପି ଆନ୍ଦୋଳନ କରିବା ନେଇ ଚେତାବନୀ ଦେଇଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର