ETV Bharat / city

ଏଥର ରେକର୍ଡ ଭାଙ୍ଗିଛି ରେଳ ବଜେଟ୍, ଓଡିଶାର ବିକାଶ ପାଇଁ ପ୍ରତିଶ୍ରୁତିବଦ୍ଧ ମୋଦି: ବିଜେପି

author img

By

Published : Feb 3, 2022, 5:25 PM IST

କେନ୍ଦ୍ର ରେଳ ବଜେଟରେ ଓଡିଶାକୁ ୯,୭୩୪ କୋଟିର ଅନୁଦାନ ନେଇ ପ୍ରତିକ୍ରିୟା ରଖିଲା ବିଜେପି । ରେଳ ବଜେଟରୁ ଓଡିଶା ପ୍ରତି ପ୍ରଧାନମନ୍ତ୍ରୀଙ୍କ ଭଲ ପାଇବା ପ୍ରମାଣିତ ହେଉଛି ବୋଲି କହିଲା ଦଳ । ଅଧିକ ପଢନ୍ତୁ

ଏଥର ରେକର୍ଡ ଭାଙ୍ଗିଛି ରେଳ ବଜେଟ୍, ଓଡିଶାର ବିକାଶ ପାଇଁ ପ୍ରତିଶ୍ରୁତିବଦ୍ଧ ମୋଦି: ବିଜେପି
ଏଥର ରେକର୍ଡ ଭାଙ୍ଗିଛି ରେଳ ବଜେଟ୍, ଓଡିଶାର ବିକାଶ ପାଇଁ ପ୍ରତିଶ୍ରୁତିବଦ୍ଧ ମୋଦି: ବିଜେପି

ଭୁବନେଶ୍ବର: କେନ୍ଦ୍ର ରେଳ ବଜେଟ୍‌ରେ ଓଡିଶାକୁ ମିଳିଛି ୯,୭୩୪ କୋଟି । ରେଳ ପ୍ରକଳ୍ପକୁ ଏତେ ପରିମାଣର ଅନୁଦାନ ପରେ ପ୍ରତିକ୍ରିୟା ରଖିଲା ଓଡିଶା ବିଜେପି । ମୋଦି ସରକାରରେ କିଛି ମାଗିବାକୁ ପଡିବ ନାହିଁ । ରାଜ୍ୟ ସରକାର ଯାହା ମାଗିଛନ୍ତି, କେନ୍ଦ୍ରରୁ ତା ଠାରୁ ଅଧିକ ମିଳିଛି । ଚଳିତ ବର୍ଷ ସବୁ ବର୍ଷର ରେକର୍ଡ ଭାଙ୍ଗିଛି ରେଳ ବଜେଟ୍ । ଓଡିଶା ପାଇଁ ପାଖାପାଖି ୧୦ ହଜାର କୋଟି ଟଙ୍କାର ବ୍ୟୟବରାଦ କରିବା, ଓଡିଶାବାସୀଙ୍କ ପ୍ରତି ପ୍ରଧାନମନ୍ତ୍ରୀଙ୍କ ଭଲପାଇବା ଓ ରାଜ୍ୟର ବିକାଶ ଦିଗରେ ପ୍ରତିବଦ୍ଧତାକୁ ପ୍ରମାଣ କରୁଛି ।

ଓଡିଶା ରେଳ ପ୍ରକଳ୍ପ ପାଇଁ ୯,୭୩୪ କୋଟି ମିଳିବା ପରେ ମଧ୍ୟ କେନ୍ଦ୍ର ଅବହେଳା କଥା କହିବା ହାସ୍ୟାସ୍ପଦ ବୋଲି ବିଜେପି କହିଛି । ଓଡିଶା ରେଳ ପ୍ରୋଜେକ୍ଟ ପାଇଁ ମୋଦି ସରକାରଙ୍କ ଏହି ଅନୁଦାନକୁ ନବୀନ ସରକାର କିପରି କାର୍ଯ୍ୟକାରୀ କରୁଛନ୍ତି ଏବଂ ପ୍ରକଳ୍ପ ପାଇଁ ସରକାର କେମିତି ଜମି ଅଧିଗ୍ରହଣ କରୁଛନ୍ତି ଓ ଆଇନ ଶୃଙ୍ଖଳା କିଭଳି ବଜାୟ ରଖି କିପରି କାମ ସମ୍ପୂର୍ଣ୍ଣ କରୁଛନ୍ତି ତାହା ବଡ ଚ୍ୟାଲେଞ୍ଜ ହେବ । ଏବେ ନରେନ୍ଦ୍ର ମୋଦି ସରକାର ମାପକାଠିରେ ନାହାନ୍ତି, ବର୍ତ୍ତମାନ ନବୀନ ବାବୁଙ୍କ ସରକାରଙ୍କୁ ଆମେ ମାପିବୁ । ସେ ଏହି ଅର୍ଥ ଓଡିଶାବାସୀଙ୍କ କାମରେ ଲଗାଇ ପାରୁଛନ୍ତି କିମ୍ବା ନାହିଁ ତାହା ଆମେ ଦେଖିବୁ ବୋଲି କହିଛି ବିଜେପି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.