ETV Bharat / city

ଡବଲ ଇଞ୍ଜିନ ସରକାରରେ ଲୋକେ ଅଧିକ ଉପକୃତ ହେଉଛନ୍ତି: ସମୀର ମହାନ୍ତି

author img

By

Published : Mar 11, 2022, 2:54 PM IST

୫ ରାଜ୍ୟର ନିର୍ବାଚନ ଫଳାଫଳ ନେଇ ପ୍ରତିକ୍ରିୟା ରଖିଲେ ବିଜେପି ସଭାପତି । ସମଗ୍ର ଭାରତ ବର୍ଷରେ ମୋଦିଙ୍କ ଯୋଜନା ଓ କାର୍ଯ୍ୟକୁ ଲୋକେ ଗ୍ରହଣ କରୁଛନ୍ତି କହିଲେ ସମୀର ମହାନ୍ତି । ଅଧିକ ପଢନ୍ତୁ

ଡବଲ ଇଞ୍ଜିନ ସରକାରରେ ଲୋକେ ଅଧିକ ଉପକୃତ ହେଉଛନ୍ତି: ସମୀର ମହାନ୍ତି
ଡବଲ ଇଞ୍ଜିନ ସରକାରରେ ଲୋକେ ଅଧିକ ଉପକୃତ ହେଉଛନ୍ତି: ସମୀର ମହାନ୍ତି

ଭୁବନେଶ୍ବର: ଗୁରୁବାର ୫ ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି । ବିଜେପି ୪ ରାଜ୍ୟରେ ବହୁମତ ହାସଲ କରିଛି । ଏନେଇ ପ୍ରତିକ୍ରିୟା ରଖିଛନ୍ତି ଓଡିଶା ବିଜେପି ସଭାପତି ସମୀର ମହାନ୍ତି । ସମଗ୍ର ଭାରତ ବର୍ଷରେ ମୋଦିଙ୍କ ଯୋଜନା ଓ କାର୍ଯ୍ୟକୁ ଲୋକେ ଗ୍ରହଣ କରୁଛନ୍ତି । ନିର୍ବାଚନରେ ଜନ ସମର୍ଥନ ମିଳୁଛି । ଏହା ପ୍ରମାଣ କରୁଛି ମୋଦିଙ୍କ ନେତୃତ୍ୱ ପ୍ରତି ଆସ୍ଥା ସ୍ଥାପନ କରୁଛନ୍ତି ଭାରତବାସୀ ।

ବିଶେଷକରି ଡବଲ ଇଞ୍ଜିନର ସରକାର ଯେଉଁଠି ଅଛି ସେଠାରେ ଲୋକେ ଅଧିକ ଉପକୃତ ହେଉଛନ୍ତି । ସେହି ଦୃଷ୍ଟିରୁ ଲୋକେ ପୁଣିଥରେ ବିଜେପି ସରକାରଙ୍କୁ ବାଛୁଛନ୍ତି ବୋଲି ସମୀର କହିଛନ୍ତି । ମୋଦିଙ୍କ ଲୋକପ୍ରିୟତା ଏବଂ ଉତ୍ତର ପ୍ରଦେଶରେ ଯୋଗୀଙ୍କର 5 ବର୍ଷର ସୁଶାସନ ଲୋକଙ୍କ ମଧ୍ୟରେ ଆସ୍ଥା ସ୍ଥାପନ କରିଛି । ସମାଜର ସବୁ ବର୍ଗର ଲୋକେ ବିଜେପି ଉପରେ ବିଶ୍ବାସ ରଖି ମୋଦିଙ୍କ ସହ ଛିଡା ହେଉଛନ୍ତି ।

ମହିଳାଙ୍କ ପାଇଁ କଲ୍ୟାଣକାରୀ କାର୍ଯ୍ୟକ୍ରମ ଏବଂ ନାରୀ ଶକ୍ତିକୁ ପ୍ରଧାନମନ୍ତ୍ରୀ ଯେଉଁଭଳି ପ୍ରାଧାନ୍ୟ ଦେଇଛନ୍ତି ନିଶ୍ଚିତ ରୂପେ 5 ରାଜ୍ୟର ଫଳାଫଳରେ ତାହା ପ୍ରତିଫଳିତ ହେଉଛି । ଓଡିଶାରେ ବିଜେପିର ଷ୍ଟ୍ରାଟେଜିକୁ ନେଇ ପ୍ରଶ୍ନରେ ବିଜେପି ସଭାପତି କହିଛନ୍ତି, ଓଡ଼ିଆଙ୍କ ହକ୍ ପାଇଁ ଭାରତୀୟ ଜନତା ପାର୍ଟି ଲଢେଇ କରୁଛି । ଲୋକ ମଧ୍ୟ ଆମକୁ ସେ ଦାୟିତ୍ୱ ଦେଇଛନ୍ତି । ଆମ ଦାୟିତ୍ୱ ପ୍ରତି ଆମେ ସଚେତନ ଅଛୁ । ଲୋକଙ୍କ ସ୍ଵାର୍ଥ ପାଇଁ ଲଢେଇ ଜାରି ରହିବ । ନିର୍ବାଚନ ଏକ ରାଜନୈତିକ ଦଳର ପରୀକ୍ଷା ଥାଏ । ଗଣତନ୍ତ୍ରରେ ଜନତା ହେଲେ ମାଲିକ । ଆମେ ଜନତାଙ୍କ ପାଖକୁ ଯାଉଛୁ ଏବଂ ଆସ୍ଥାଭାଜନ ହେବୁ । ପୌର ନିର୍ବାଚନରେ ଏହାର ପ୍ରତିଫଳନ ହେବ ବୋଲି ଆଶା ରଖିଥିବା ସମୀର ମହାନ୍ତି ପ୍ରକାଶ କରିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.