ETV Bharat / city

ଆୟୁଷ୍ମାନ ଭାରତ ଯୋଜନା ଲାଗୁ ପାଇଁ ଦାବି କଲେ ରାଜ୍ୟ ବିଜେପି ସଭାପତି

author img

By

Published : Apr 7, 2022, 5:26 PM IST

ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟର ସ୍ବାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ଦର୍ଶାଇବା ସହ ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରିଛନ୍ତି ସମୀର ଏବଂ ଆୟୁଷ୍ମାନ ଯୋଜନା ଲାଗୁ କରିବାକୁ ଦାବି କରିଛନ୍ତି ରାଜ୍ୟ ବିଜେପି ସଭାପତି । ଅଧିକ ପଢନ୍ତୁ

ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିବାକୁ ଦାବି କଲେ ରାଜ୍ୟ ବିଜେପି ସଭାପତି

ଭୁବନେଶ୍ବର: ରାଜ୍ୟର ସ୍ବାସ୍ଥ୍ୟ ସେବା ବିପର୍ଯ୍ୟସ୍ତ । ବିଶ୍ବ ସ୍ବାସ୍ଥ୍ୟ ଦିବସରେ ଏହି ଅଭିଯୋଗ ଆଣି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରିଛନ୍ତି । ଏହାସହ ସହ ଆୟୁଷ୍ମାନ ଯୋଜନା ଲାଗୁ କରିବାକୁ ଦାବି କରିଛନ୍ତି ରାଜ୍ୟ ବିଜେପି ସଭାପତି । ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟର ସ୍ବାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ଦର୍ଶାଇବା ସହ ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରିଛନ୍ତି ସମୀର । କରିବା ସହ ଆୟୁଷ୍ମାନ ଯୋଜନା ଲାଗୁ କରିବାକୁ ଦାବି କରିଛନ୍ତି ରାଜ୍ୟ ବିଜେପି ସଭାପତି । ସମୀର ଅଭିଯୋଗ କରିଛନ୍ତି ଓଡିଶା ଲୋକଙ୍କୁ ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇବାରେ ବିଫଳ ହୋଇଛନ୍ତି ରାଜ୍ୟ ସରକାର ।

କ୍ୟାନସର ହସ୍ପିଟାଲ କେବଳ ପ୍ରଚାରରେ ସୀମିତ ରହିଛି । ଓଡିଶା ବାସୀ ଆୟୁଷ୍ମାନ ଭାରତ ଯୋଜନାରୁ ବଞ୍ଚିତ ହୋଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି କେନ୍ଦ୍ରମନ୍ତ୍ରୀ ମାନେ ମଧ୍ୟ ଅନେକ ଥର ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି । ସ୍ବାସ୍ଥ୍ୟ ଭିତ୍ତିଭୂମିର କିଛି କୋଠା ଘର କେବଳ ଛିଡା ହୋଇଛି । ଓଡିଶାର 60 ଲକ୍ଷ ପରିବାର ଆୟୁଷ୍ମାନ ଭାରତ ଯୋଜନାରୁ ବଞ୍ଚିତ ହୋଇଛନ୍ତି । ଓଡିଶାରେ ଆୟୁଷ୍ମାନ ଯୋଜନା ଲାଗୁ କରିବା ପାଇଁ ରାଜ୍ୟ ସରକାରଙ୍କ ନିକଟରେ ଦାବି କରିଛନ୍ତି ସମୀର ମହାନ୍ତି ।

ବିଜେପିର 42 ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ଆସନ୍ତା 15 ଦିନ ପର୍ଯ୍ୟନ୍ତ ବିଜେପି ସାମାଜିକ ନ୍ୟାୟ ପକ୍ଷ ପାଳନ କରୁଛି । ଆଜି ବିଶ୍ବ ସ୍ବାସ୍ଥ୍ୟ ଦିବସ । ଗତ 8 ବର୍ଷ ଧରି କେନ୍ଦ୍ର ସରକାର 134 କୋଟି ଜନସଂଖ୍ୟା ପାଇଁ 'ଗୋଟିଏ ଦେଶ ଗୋଟିଏ ସ୍ବାସ୍ଥ୍ୟ' ସ୍ଲୋଗାନ ସହ ମିଶନ ମୋଡରେ ଯୋଜନା କରିଛନ୍ତି। 2018 ରେ ଆୟୁଷ୍ମାନ ଯୋଜନା କାର୍ଯ୍ୟକାରୀ ହୋଇଥିଲା । ମିଶନ ଇନ୍ଦ୍ରଧନୁଷରେ ଶିଶୁ ମାନଙ୍କୁ ଟୀକା, ଗର୍ଭବତୀ ମହିଳା ମାନଙ୍କୁ ଟୀକା କରଣ, ଇ- ସଂଜିବନିୀ ଦ୍ବାରା 3 କୋଟି ଲୋକ ଉପକୃତ ହୋଇଛନ୍ତି । 2025 ସୁଦ୍ଧା ଟିବି ମୁକ୍ତ ଭାରତ ଲକ୍ଷ୍ୟ ରଖିଛନ୍ତି କେନ୍ଦ୍ର ସରକାର । ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ କେନ୍ଦ୍ର ମାଧ୍ୟମରେ ସମଗ୍ର ଭାରତରେ ସୁଲଭ ମୂଲ୍ୟରେ ଔଷଧ ଯୋଗାଇ ଦିଆଯାଉଛି । କୋଭିଡ ସମୟରେ ବିଶ୍ବର ସର୍ବବୃହତ ଟିକା କରଣ କାର୍ଯ୍ୟକ୍ରମ କରାଯାଇଛି ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.