ETV Bharat / city

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ ପ୍ରସଙ୍ଗ: ଅପରାଜିତାଙ୍କୁ ସାଥ ଦେଲାନାହିଁ BJP

author img

By

Published : Apr 27, 2022, 6:00 PM IST

ଆଜି ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ପୁରୀ ଗସ୍ତ ନେଇ ହାଇଡ୍ରାମା ହୋଇଛି । ସାଂସଦଙ୍କୁ ରାସ୍ତାରେ ଅଟକାଇବା ପରେ ପୁଣି ଯିବା ପାଇଁ ଅନୁମତି ଦିଆଯାଇଛି । ଏହାକୁ ନେଇ ଅପରାଜିତା କହିଛନ୍ତି ଶ୍ରୀମନ୍ଦିରର ସୁରକ୍ଷା ରାଜନୀତିଠାରୁ ଉପରେ । ଏପଟେ ବିଜେପି କହିଲା ଏହା ତାଙ୍କର ବ୍ୟକ୍ତିଗତ କାର୍ଯ୍ୟକ୍ରମ । ଅଧିକ ପଢନ୍ତୁ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ ପ୍ରସଙ୍ଗ: ଅପରାଜିତାଙ୍କୁ ସାଥ ଦେଲା ନାହିଁ ଦଳ

ଭୁବନେଶ୍ବର: ଆଜି ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ପୁରୀ ଗସ୍ତ ନେଇ ହାଇଡ୍ରାମା ହୋଇଛି । ସାଂସଦଙ୍କୁ ରାସ୍ତାରେ ଅଟକାଇବା ପରେ ପୁଣି ଯିବା ପାଇଁ ଅନୁମତି ଦିଆଯାଇଛି । ଏହାକୁ ନେଇ ଅପରାଜିତା କହିଛନ୍ତି ଶ୍ରୀମନ୍ଦିରର ସୁରକ୍ଷା ରାଜନୀତିଠାରୁ ଉପରେ । ଅରୁଣ ସ୍ତମ୍ଭ ନିକଟରେ ଦଣ୍ଡବତ ହେବା ସହ ଶ୍ରୀମନ୍ଦିରରେ କରିଛନ୍ତି ଜଗା ଦର୍ଶନ ।

ପରେ ଅପରାଜିତାଙ୍କ ଶୋଭାଯାତ୍ରା ଉପରେ ଟମାଟୋ ମାଡ ହୋଇଛି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ ଭିତରେ ଅପରାଜିତା ଷଡଙ୍ଗୀଙ୍କ ପୁରୀ ଗସ୍ତ ନେଇ ହାଇଡ୍ରାମା ଦେଖିବାକୁ ମିଳିଛି । ଅପରାଜିତାଙ୍କ ସହ ଯାଇଥିବା ଅନ୍ୟ ସମସ୍ତ ଗାଡିକୁ ମଧ୍ୟ ଯିବା ପାଇଁ ଅନୁମତି ଦିଆଯାଇଥିଲା । ପୁରୀ ଗସ୍ତ ଅବସରରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ଅପରାଜିତା । କହିଛନ୍ତି, ଶ୍ରୀମନ୍ଦିରର ସୁରକ୍ଷା ରାଜନୀତିର ଉର୍ଦ୍ଧ୍ବରେ । ଶ୍ରୀମନ୍ଦିରକୁ ସୁରକ୍ଷା ଦେବା ସମସ୍ତଙ୍କ ଦାୟିତ୍ବ ବୋଲି ଅପରାଜିତା କହିଛନ୍ତି । ବିକାଶ ଓ ସୌନ୍ଦର୍ଯ୍ୟକରଣକୁ ସମର୍ଥନ କରୁଛନ୍ତି ହେଲେ ଆଇନ ପରିସରରେ ରହି ସରକାର କାମ କରିବା ଉଚିତ ବୋଲି କହିଛନ୍ତି ସାଂସଦ । ଏପର୍ଯ୍ୟନ୍ତ କ’ଣ ପାଇଁ ଗୃହ କମିଟି ଶ୍ରୀମନ୍ଦିର ଯାଇନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି । ଏଏସଆଇର ଅନୁମତି ନନେଇ କେମିତି କାମ ହେଲା ବୋଲି ପ୍ରଶ୍ନ କରିଛନ୍ତି ଅପରାଜିତା ଷଡଙ୍ଗୀ ।

ସେପଟେ ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ରାଜ୍ୟ ସରକାର ଅନେକ ଗୁଡିଏ ନୀତି ନିୟମ ଉଲ୍ଲଙ୍ଘନ କରି ଏକାମ କରୁଛନ୍ତି । ASI ର ଦାୟିତ୍ଵ ଶ୍ରୀମନ୍ଦିର ସୁରକ୍ଷା ତାଙ୍କର ଅନୁମତି ନେଇ କାମ କରିବା କଥା ଯାହାକି ରାଜ୍ୟ ସରକାର କିଛି ସ୍ପଷ୍ଟ ନୀତି ଆପଣାଇ ନାହାଁନ୍ତି । ଏଭଳି ଏକ ଅପରାଧ କହିଲେ ଅତ୍ୟୁକ୍ତି ହେବ ନାହିଁ ବୋଲି ପୃଥ୍ବୀରାଜ କହିଛନ୍ତି । ରାଜ୍ୟ ସରକାର ଯାହା କରୁଛନ୍ତି ନିଜର ବାହାବା ନେବା ପାଇଁ କରୁଛନ୍ତି ଏଭଳି ଏକ ସ୍ଥିତି ହୋଇଛି ଏବଂ ଏହି ସ୍ଥିତିରେ ଆମେ ଦଳ ତରଫରୁ ସଜାଗ ଦୃଷ୍ଟି ରଖିଛୁ ବୋଲି କହିଛନ୍ତି ପୃଥ୍ବୀରାଜ ।

ଜଗନ୍ନାଥ ପ୍ରେମୀ ଭକ୍ତ ମାନଙ୍କର ହେଉ ତାଙ୍କର ଭକ୍ତର ଭାବନା ପ୍ରତି ହେଉ କିମ୍ବା ଶ୍ରୀମନ୍ଦିରର ଚତୁଃପାର୍ଶ୍ଵରେ ଉନ୍ନୟନମୂଳକ କାର୍ଯ୍ୟ ହେଉ ଧର୍ମୀୟ ଭାବନା ଓ ଅସ୍ମୀତା ପ୍ରତି ଯଦି ରାଜ୍ୟ ସରକାର ଏସବୁ ଦିଗରେ ପ୍ରତିବନ୍ଧକ ସୃଷ୍ଟି କରନ୍ତି ତେବେ ବିଜେପି ନିଶ୍ଚିତ ଭାବରେ ପଦକ୍ଷେପ ନେବ । ସାଂସଦଙ୍କ ପଦଯାତ୍ରା ପ୍ରସଙ୍ଗ ରେ କହିଛନ୍ତି ଯେଉଁ ସଂଗଠନ ଏହି ପଦଯାତ୍ରା କରୁଛନ୍ତି ସେ ବିଜେପିକୁ ଆମନ୍ତ୍ରଣ କରିନାହାନ୍ତି । ଯେହେତୁ ସେ ଭୁବନେଶ୍ଵର ସାଂସଦଙ୍କୁ ନିମନ୍ତ୍ରଣ କରିଛନ୍ତି ସେ ଯାଇଛନ୍ତି । ବିଜେପି କୌଣସି ପ୍ରକାର ଆନ୍ଦୋଳନ କରିବା ପାଇଁ ଡାକରା ଦେଇନାହିଁ ।

ଅନ୍ୟପଟେ ବିଜେପି ମୁଖପାତ୍ର ସୁରଥ ବିଶ୍ଵାଳ କହିଛନ୍ତି ଶ୍ରୀମନ୍ଦିର ପ୍ରସଙ୍ଗ ରେ ବିଜେପି କୌଣସି ଆନ୍ଦୋଳନ କରିବା ନେଇ ସ୍ଥିର କରିନାହିଁ । ଶ୍ରୀମନ୍ଦିର କାର୍ଯ୍ୟ ବିଧି ବ୍ୟବସ୍ଥା ଭିତରେ ଚାଲୁ । ସପକ୍ଷବାଦୀ ଓ ବିପକ୍ଷ ବାଦୀର ମୂଳ କାରଣ ହେଲା ରାଜ୍ୟ ସରକାର । ଯେହେତୁ ଆଇନକୁ ମାନୁନାହାନ୍ତି, ଗୃହ କମିଟି ଗଠନ ହେଲା ହେଲେ ସେମାନେ ଯାଇନାହାଁନ୍ତି ରାଜ୍ୟ ସରକାର ସେଥିପାଇଁ ଦାୟୀ । ସାଂସଦଙ୍କ ପଦଯାତ୍ରା ପ୍ରସଙ୍ଗରେ କହିଛନ୍ତି ବ୍ୟକ୍ତି ଗତ ଭାବେ କିଏ କେଉଁଠି ଗଲା ସେଇଟା ଅଲଗା କଥା ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.