ETV Bharat / city

'ଓଡ଼ିଶା କୃଷକଙ୍କ ଆୟ ଦ୍ବିଗୁଣିତ କରିବା ରାଜ୍ୟ ସରକାରଙ୍କ ବାହାସ୍ଫୋଟ'

author img

By

Published : Sep 15, 2021, 4:47 PM IST

ଓଡ଼ିଶାର କୃଷକମାନଙ୍କ ଆୟ ଦ୍ବିଗୁଣିତ କରିବା ରାଜ୍ୟ ସରକାରଙ୍କ ବାହାସ୍ଫୋଟ । କେନ୍ଦ୍ର ସରକାରଙ୍କ ସର୍ଭେ ରିପୋର୍ଟକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ସଭାପତି । ଅଧିକ ପଢନ୍ତୁ...

odisha kissan morcha president target govt on farmers double income
ଓଡ଼ିଶାର କୃଷକ ମାନଙ୍କ ଆୟ ଦ୍ବିଗୁଣିତ କରିବା ରାଜ୍ୟ ସରକାରଙ୍କ ବାହସ୍ପଟ

ଭୁବନେଶ୍ବର: ଓଡ଼ିଶାର କୃଷକମାନଙ୍କ ଆୟ ଦ୍ବିଗୁଣିତ କରିବା ରାଜ୍ୟ ସରକାରଙ୍କ ବାହାସ୍ଫୋଟ । କେନ୍ଦ୍ର ସରକାରଙ୍କ ସର୍ଭେ ରିପୋର୍ଟକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ । ରାଜ୍ୟସରକାରଙ୍କ କୃଷକଙ୍କ ପ୍ରତି କୌଣସି ଆନ୍ତରିକତା ନାହିଁ ବୋଲି ପ୍ରଦୀପ କହିଛନ୍ତି ।

'ଓଡ଼ିଶା କୃଷକଙ୍କ ଆୟ ଦ୍ବିଗୁଣିତ କରିବା ରାଜ୍ୟ ସରକାରଙ୍କ ବାହାସ୍ଫୋଟ'

ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ କହିଛନ୍ତି ଯେ 21 ବର୍ଷ ଧରି ଓଡ଼ିଶାରେ ବିଜୁ ଜନତା ଦଳର ଶାସନ ଚାଲିଛି । ଏ ରାଜ୍ୟ ସରକାର ବାହାସ୍ଫୋଟ ମାରୁଛନ୍ତି ଓଡ଼ିଶାର କୃଷକ ମାନଙ୍କ ଆୟ ଦ୍ବିଗୁଣିତ କରିବା ପାଇଁ ସବୁ ପ୍ରକାର ଯୋଜନା ଲାଗୁ କରୁଛନ୍ତି । କିନ୍ତୁ ବାସ୍ତବିକତା ଏବେ ପଦାରେ ପଡିଛି କୃଷକମାନଙ୍କ ଆୟ କେତେ କେନ୍ଦ୍ର ସରକାରଙ୍କ ଦ୍ବାରା କରାଯାଇଥିବା ସର୍ଭେ ରିପୋର୍ଟରୁ ଏହା ସାମନାକୁ ଆସିଛି ।

ଓଡ଼ିଶାରେ କୃଷକଙ୍କ ସ୍ଥିତି ନୈରାଶ୍ୟଜନକ ରହିଛି । ଓଡ଼ିଶାର କୃଷକ ମାନଙ୍କ ଆୟ ମାତ୍ର 5112 ଟଙ୍କା । ସାରା ଭାରତରେ ଶେଷ ଆଡୁ ଦୁଇ ନମ୍ବର ସ୍ଥାନରେ ରହିଛି ଓଡ଼ିଶା । ମେଘାଳୟ ଛୋଟ ରାଜ୍ୟ ହୋଇ ମଧ୍ୟ ସେଠାକାର କୃଷକଙ୍କ ଆୟ 29348 ଟଙ୍କା ରହିଛି । ଓଡ଼ିଶାରେ ପଶୁ ଚାଷ କରାଯାଉନାହିଁ କେନ୍ଦ୍ର ସରକାର ଚାଷ ପାଇଁ ଦେଉଥିବା ଅନୁଦାନ ଏଠାରେ ଲୁଟ ହେଉଛି । କେନ୍ଦ୍ର ସରକାର ଚାଷୀ ମାନଙ୍କ ପାଇଁ କରୁଥିବା ଯୋଜନାରେ ଓଡ଼ିଶାର ଚାଷୀ ମାନେ ଉପକୃତ ହେଉନାହାନ୍ତି । ପ୍ରଧାନମନ୍ତ୍ରୀ ଜଳସେଚନ ଯୋଜନାରେ ଆସୁଥିବା ପଇସା ଠିକ ସେ କାର୍ଯ୍ୟକାରୀ ହେଉନାହିଁ । କେନ୍ଦ୍ର ସରକାର ଦେଉଥିବା ପଇସା ଫେରିଯାଉଛି ।

ଓଡ଼ିଶାର 61.2% ଚାଷୀ ଏବେ ଋଣ ଗ୍ରସ୍ତ ହୋଇଛନ୍ତି ଯାହା ଗୋଟେ ଚିନ୍ତା ଜନକ ବିଷୟ । ନବୀନ ସରକାର ଯେଉଁ ବାହସ୍ପଟ ମାରୁଥିଲେ ଚାଷୀଙ୍କ ଆୟକୁ ଦୁଇ ଗୁଣିତ କରିଦେବେ ତାହାର ସତ୍ୟତା କେନ୍ଦ୍ର ସରକାରଙ୍କ ସର୍ଭେ ରିପୋର୍ଟରୁ ଓଡ଼ିଶା ସରକାରଙ୍କ ଛଳନା ଜଣାପଡିଛି । ରାଜ୍ୟ ବିଜେପି କୃଷକ ମୋର୍ଚ୍ଚର ସଭାପତି ପ୍ରଦୀପ ପୁରୋହିତ କହିଛନ୍ତି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.