ଭୁବନେଶ୍ବର: ଆସନ୍ତା 28 ଓ 29ରେ ରାଜ୍ୟ ବିଜେପିର କାର୍ଯ୍ୟକାରିଣୀ ବୈଠକ । 28ରେ ରାଜ୍ୟ ପଦାଧିକାରୀ ଏବଂ ଜିଲ୍ଲା ସଭାପତି ଏବଂ ପ୍ରଭାରୀମାନଙ୍କ ବୈଠକ ବସିବାକୁ ଥିବାବେଳେ 29ରେ ନଖରା ନିକଟସ୍ଥ କରାଙ୍ଗ ଶାସନରେ ରାଜ୍ୟ କାର୍ଯ୍ୟକାରିଣୀ ଅନୁଷ୍ଠିତ ହେବ ।
ସହ ପ୍ରଭାରୀ ବିଜୟ ପାଲ ସିଂ ତୋମାର ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ରହିବେ । ଏଥିରେ ବିଭିନ୍ନ ରାଜନୈତିକ ଚିଠା ପ୍ରସ୍ତାବ ଉପରେ ଆଲୋଚନା ହେବ । ସାମ୍ପ୍ରତିକ ସ୍ଥିତିରେ ସମସ୍ତ ରାଜନୈତିକ, ସାଂଗଠନିକ, ସାମାଜିକ ବିଷୟରେ ଆଲୋଚନା ହେବ । ଆଗାମୀ ଦିନରେ ଦଳ କଣ ରଣନୀତି କରିବ ସେନେଇ 2 ଦିନ ଧରି ମାନସ ମନ୍ଥନ କରିବ ଦଳ ।
ଇଟିଭି ଭାରତ, ଭୁବନେଶ୍ବର