ETV Bharat / city

ବନ୍ୟା କ୍ଷତିଗ୍ରସ୍ତଙ୍କୁ ଖୁବଶୀଘ୍ର କ୍ଷତିପୂରଣ ପାଇଁ BJPର ଦାବି

author img

By

Published : Aug 26, 2022, 7:03 PM IST

ବନ୍ୟା ଯୋଗୁଁ ରାଜ୍ୟରେ କ୍ଷତିରେ ରହିଛନ୍ତି ଚାଷୀକୂଳ । ଖୁବଶୀଘ୍ର ଚାଷୀଙ୍କୁ ବନ୍ୟା କ୍ଷତିପୂରଣ ଦେବାକୁ ବିଜେପି ସାମ୍ବାଦିକ ସମ୍ମିଳନୀରେ ଦାବି କରିଛି । ଅଧିକ ପଢନ୍ତୁ

ବନ୍ୟା କ୍ଷତିଗ୍ରସ୍ତଙ୍କୁ ଖୁବଶୀଘ୍ର କ୍ଷତିପୂରଣ ପାଇଁ ବିଜେପିର ଦାବି

ଭୁବନେଶ୍ବର: ରାଜ୍ୟରେ ଅନେକ ସ୍ଥାନରେ ପ୍ରବଳ ବନ୍ୟା ଯୋଗୁଁ କ୍ଷତିରେ ଚାଷୀକୂଳ । ଖୁବଶୀଘ୍ର ଚାଷୀଙ୍କୁ ବନ୍ୟା କ୍ଷତିପୂରଣ ଦେବାକୁ ଦାବି କରିଛି ବିଜେପି । ବର୍ତ୍ତମାନ ସୁଦ୍ଧା କାହିଁକି ସରକାର ବନ୍ୟା କ୍ଷତିର ଆକଳନ କଲେ ନାହିଁ ବୋଲି ସାମ୍ବାଦିକ ସମ୍ମିଳନୀ କରି ପ୍ରଶ୍ନ ଉଠାଇଛନ୍ତି ବିଜେପି କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ ।

ବିଜେପି କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ କହିଛନ୍ତି, "ବିଳମ୍ବ ହେବାର କାରଣ କଣ ? ରାଜ୍ୟ ସରକାରଙ୍କ ପାଖରେ ମ୍ୟାନ ପାୱାର୍ କମ୍ ଅଛନ୍ତି କି ? ପ୍ରାକୃତିକ ବିପର୍ଯ୍ୟୟ ବାବଦକୁ କେନ୍ଦ୍ର କୋଟି କୋଟି ଟଙ୍କାର ଅନୁଦାନ ଦେଉଛନ୍ତି । ଏବେ ବି ରାଜ୍ୟ ସରକାରଙ୍କ ପାଖରେ ହଜାରେ କୋଟି ଟଙ୍କା ଗଚ୍ଛିତ ରହିଛି । ତେଣୁ ଯଥାଶୀଘ୍ର କ୍ଷୟକ୍ଷତି ଆକଳନ କରି କ୍ଷତିପୂରଣ ଦିଅନ୍ତୁ ସରକାର ।"

ଏହା ବି ପଢନ୍ତୁ- ରାଜଧାନୀରେ ଅଳିଆ ସମସ୍ୟା, BMC କାର୍ଯ୍ୟାଳୟ ଘେରିଲା ବିଜେପି

ସେ ଆହୁରି କହିଛନ୍ତି, "ସେହିପରି ବୀମା କମ୍ପାନୀଙ୍କୁ ଅହେତୁକ ଅନୁକମ୍ପା ଦେଖାଉଛନ୍ତି ସରକାର । ହେଲେ ଚାଷୀଙ୍କୁ ହଇରାଣ କରୁଛନ୍ତି ବୀମା କମ୍ପାନୀ । ୨୦୨୧ ମରୁଡ଼ି ବୀମା ପଇସା ଚାଷୀ ପାଇଲେ ନାହିଁ । ରାଜ୍ୟରେ ୩ଟି ବୀମା କମ୍ପାନୀ ୭୭୭ କୋଟି ଦେବା ପାଇଁ ସ୍ଥିର ହୋଇଥିଲା । ହେଲେ ବର୍ତ୍ତମାନ ସୁଦ୍ଧା ମାତ୍ର ୧୨୦ କୋଟି ବୀମା ଚାଷୀଙ୍କୁ ପ୍ରଦାନ କରାଯାଇଛି । ହଜାର ହଜାର ଚାଷୀ ଏବେ ବି ବୀମା ଟଙ୍କା ଅପେକ୍ଷାରେ ଅଛନ୍ତି । ଆଉ ରାଜ୍ୟ ସରକାର ସବୁ ଜାଣି ବି କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି ।"

ଏଣୁ ରାଜ୍ୟ ସରକାର କାହା ସ୍ଵାର୍ଥରେ ଚାଷୀ ନା କମ୍ପାନୀଙ୍କ ସ୍ଵାର୍ଥରେ ବୋଲି ପ୍ରଶ୍ନ କରିଛି ବିଜେପି । ଏହା ସହ ପୌର ନିର୍ବାଚନବେଳେ ବୀମା କମ୍ପାନୀ ଗୁଡ଼ିକ ସହ ୧୦୦ କୋଟି ଟଙ୍କାର ଡିଲ ହୋଇଥିବାରୁ ରାଜ୍ୟ ସରକାର ଏମିତି ପ୍ରୀତି ଦେଖାଇଥିବା ଅଭିଯୋଗ କରିଛି ବିଜେପି । ତେଣୁ ଖୁବଶୀଘ୍ର ଚାଷୀଙ୍କୁ ତାଙ୍କ ବୀମା ରାଶି ପ୍ରଦାନ ନ କଲେ ରାଜରାସ୍ତାକୁ ଦଳ ଓହ୍ଲାଇବ ବୋଲି ସେ ଚେତାବନୀ ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.