ETV Bharat / city

ଦୁର୍ଘଟଣା ଜନିତା ଅନୁକମ୍ପା ରାଶି ବଢାଇବାକୁ ଦାବି କଲା ବିଜେପି

author img

By

Published : Jan 28, 2022, 7:57 PM IST

ବିଭିନ୍ନ ଦୁର୍ଘଟଣାରେ ମୃତ୍ୟୁବରଣ କରୁଥିବା ଆତ୍ମୀୟସ୍ବଜନଙ୍କୁ ଅନୁକମ୍ପା ରାଶି ଦେବାରେ ଓଡିଶା ସରକାର ପଛୁଆ । ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ କୁଣ୍ଠିତ ଭାବେ ସହାୟତା ପ୍ରଦାନ କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଧିକ ପଢନ୍ତୁ

ବିଜେପି
ବିଜେପି

ଭୁବନେଶ୍ବର: ବିଭିନ୍ନ ଦୁର୍ଘଟଣାରେ ମୃତ୍ୟୁବରଣ କରୁଥିବା ଆତ୍ମୀୟସ୍ବଜନଙ୍କୁ ଅନୁକମ୍ପା ରାଶି ଦେବାରେ ଓଡିଶା ସରକାର ପଛୁଆ । ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ କୁଣ୍ଠିତ ଭାବେ ସହାୟତା ପ୍ରଦାନ କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଦୁର୍ଘଟଣା ଜନିତା ଅନୁକମ୍ପା ରାଶି ବଢାଇବାକୁ ଦାବି କଲା ବିଜେପି

ଆଜି ଏନେଇ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କୁ ଘେରିଛନ୍ତି ବିଜେପି ମୁଖପାତ୍ର ଠାକୁର ରଞ୍ଜିତ ଦାସ । ରଞ୍ଜିତ କହିଛନ୍ତି ବିଜୁ ଜନତା ଦଳ ଓଡିଶାବାସୀଙ୍କ ବଳ ବୋଲି ବିଜେଡି ପ୍ରଚାର କରୁଛି । ମୁଖ୍ୟମନ୍ତ୍ରୀ ମଧ୍ୟ ରାଜ୍ୟବାସୀଙ୍କୁ ବିଭିନ୍ନ ଯୋଜନା କରି ଲୋକଙ୍କୁ ଆକୃଷ୍ଟ କରୁଛନ୍ତି ।

କିନ୍ତୁ ରାଜ୍ୟ ସରକାର ବିଭିନ୍ନ ଦୁର୍ଘଟଣାରେ ମୃତ୍ୟୁବରଣ କରୁଥିବା ଆତ୍ମୀୟଙ୍କ ପାଇଁ ଅନୁକମ୍ପା ରାଶି ଦେବାରେ କୁଣ୍ଠିତ ହେଉଛନ୍ତି । ସବୁ ରାଜ୍ୟ ସରକାର ଦୁର୍ଘଟଣା ହେଲେ ଅନୁକମ୍ପା ରାଶି ଘୋଷଣା କରନ୍ତି । ନିକଟରେ ଘଟିଥିବା ସୋର ବସ ଦୁର୍ଘଟଣାରେ ମୃତକଙ୍କ ପାଇଁ ଓଡିଶା ସରକାର 2 ଲକ୍ଷ ଟଙ୍କା ଘୋଷଣା ମଧ୍ୟ କରିଛନ୍ତି । ପୂର୍ବରୁ ମଧ୍ୟ ଦୁର୍ଘଟଣା ଜନିତ ମୃତ୍ୟୁ ପାଇଁ ଓଡିଶା ସରକାର ମାତ୍ର 2 ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଦେଇଛନ୍ତି ।

ହେଲେ ମହାରାଷ୍ଟ୍ରରେ ଏକ ଅଗ୍ନିକାଣ୍ଡ ଘଟଣାରେ ମୃତକଙ୍କ ପାଇଁ 5 ଲକ୍ଷ ଟଙ୍କା ଲେଖାଏଁ ଘୋଷଣା କରିଥିଲେ ସେଠାକାର ସରକାର । ବୈଷ୍ଣୋଦେବୀ ଦଳାଚକଟାରେ ମୃତକଙ୍କ ପାଇଁ 10 ଲକ୍ଷ ଟଙ୍କା ଲେଖାଏଁ ସହାୟତା ଦେଇଥିଲେ ସେଠାକାର ପ୍ରଶାସନ । ତେଣୁ ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଅନୁକମ୍ପା ରାଶିକୁ କୁଣ୍ଠିତ ଭାବେ ନଦେଇ ବୃଦ୍ଧି କରନ୍ତୁ ବୋଲି ସେ ଦାବି କରିଛନ୍ତି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.