ଭୁବନେଶ୍ବର: ଏଥର ହିଞ୍ଜିଳିରେ ଜମିବ ନବୀନ-ପୀତାମ୍ବର ଲଢେଇ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ବିଜେପି ପକ୍ଷରୁ ପୀତାମ୍ବର ଆଚାର୍ଯ୍ୟଙ୍କୁ ପ୍ରାର୍ଥୀ କରାଯାଇଛି। ଏନେଇ ଆଜି ରାଜ୍ୟ ବିଜେପି ପକ୍ଷରୁ ଘୋଷଣା ହୋଇଛି।
ହିଞ୍ଜିଳି ଆସନ ପାଇଁ ନବୀନ ନାମାଙ୍କନ ଦାଖଲ କରିସାରିଛନ୍ତି। ନବୀନଙ୍କ ଗଡରେ ବିଜେପି ଏଥର ବରିଷ୍ଠ ଓକିଲ ପୀତାମ୍ବର ଆଚାର୍ଯ୍ୟଙ୍କୁ ପ୍ରାର୍ଥୀ କରିଛି।
ପୀତାମ୍ବର ଏବେ ବିଜେପି ଉପସଭାପତି ଅଛନ୍ତି। ତେବେ କଂଗ୍ରେସ ପକ୍ଷରୁ ଏଠାରେ କୌଣସି ପ୍ରାର୍ଥୀ ଏପର୍ଯ୍ୟନ୍ତ ଘୋଷଣା ହୋଇନାହିଁ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ