ETV Bharat / city

କଂଗ୍ରେସର ଓଡ଼ିଶା ବନ୍ଦ ସଫଳ, ଆଗକୁ ବି ସଂଗ୍ରାମ ଜାରି ରହିବାକୁ ଚେତାବନୀ

author img

By

Published : Nov 12, 2021, 4:33 PM IST

ମମିତା ମେହେର ହତ୍ୟାକାଣ୍ଡକୁ ନେଇ ଆଜି ୬ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦେଇଥିଲା କଂଗ୍ରେସ । କଂଗ୍ରେସ କର୍ମୀ ହାଇକୋର୍ଟଙ୍କ ରାୟକୁ ମାନି ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ପାଳନ କରିଛନ୍ତି । ଅଧିକ ପଢ଼ନ୍ତୁ...

ସଫଳ ହେଲା କଂଗ୍ରେସର ଓଡ଼ିଶା ବନ୍ଦ, କିନ୍ତୁ ଆଗକୁ ବି ସଂଗ୍ରାମ ଜାରି ରହିବ

ଭୁବନେଶ୍ବର: ମମିତା ମେହେର ହତ୍ୟାକାଣ୍ଡକୁ ନେଇ ଆଜି ୬ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦେଇଥିଲା କଂଗ୍ରେସ । କଂଗ୍ରେସ କର୍ମୀ ହାଇକୋର୍ଟଙ୍କ ରାୟକୁ ମାନି ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ପାଳନ କରିଛନ୍ତି । ଫଳରେ କଂଗ୍ରେସର ବନ୍ଦ ପାଳନ ସଫଳ ହୋଇଛି । ଏହାପରେ କଂଗ୍ରେସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ ହୋଇଥିଲା । କଂଗ୍ରେସ ଏତିକିରେ ଚୁପ୍‌ ହୋଇ ବସିବ ନାହିଁ । ଏହି ଲଢେଇ ଆଗାମୀ ଦିନରେ ବି ଜାରି ରହିବ ବୋଲି ଦୃଢ଼ୋକ୍ତି ଦେଇଛନ୍ତି କଂଗ୍ରେସ କାର୍ଯ୍ୟକାରୀ ସଭାପତି ଚିରଞ୍ଜିବୀ ବିଶ୍ବାଳ ।

ମମିତା ମେହେରଙ୍କ ପରିବାରକୁ ଯେପର୍ଯ୍ୟନ୍ତ ନ୍ୟାୟ ମିଳିନି ଏବଂ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଇସ୍ତଫା ଦେଇ ନାହାନ୍ତି କଂଗ୍ରେସ ସେପର୍ଯ୍ୟନ୍ତ କଂଗ୍ରେସର ସଂଗ୍ରାମ ଜାରି ରହିବ । ଦରକାର ପଡ଼ିଲେ କଂଗ୍ରେସ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବ ବୋଲି କହିଛନ୍ତି ଚିରଞ୍ଜିବୀ ବିଶ୍ୱାଳ । ବିଜେଡି ସରକାରର ଅହଙ୍କାର ସୀମା ପାର କରିଛି । ମମିତା ମେହେରକୁ ନ୍ୟାୟ ଦେବା ପାଇଁ କଂଗ୍ରେସ ଓଡ଼ିଶା ବନ୍ଦ ଡାକରା ଦେଇଥିଲା । ନୂଆ କରି କଂଗ୍ରେସ ବନ୍ଦ ପାଳନ କରୁନାହିଁ । ରାଜ୍ୟ ସରକାର କୋର୍ଟକୁ ଯାଇ ବନ୍ଦକୁ ଭଣ୍ଡୁର କରିବା ପାଇଁ ଚଞ୍ଚକତା କରିଛନ୍ତି । ଏଭଳି ପରିସ୍ଥିତି ପାଇଁ ରାଜ୍ୟ ସରକାର ଦାୟୀ ।

ଗୋଟିଏ ମମିତା ମେହେର ନୁହେଁ, ବେବିନା, କୁନ୍ଦୁଲି, ପରୀ ଭଳି ଘଟଣା ନବୀନ ସରକାରର ଅସଲ ଚେହେରାକୁ ପଦାରେ ପକାଇଛି । ରାଜ୍ୟ ସରକାର ବନ୍ଦକୁ ବିଫଳ କରିବା ପାଇଁ ଯେଉଁ ଉଦ୍ୟମ କରିଥଲେ, ତାହା ହୋଇପାରିଲା ନାହିଁ । ମୁଖ୍ୟମନ୍ତ୍ରୀ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ କଳାହାଣ୍ଡିରେ ମଞ୍ଚରେ ବସାଇ ତାଙ୍କୁ ସୁରକ୍ଷା ଦେଉଥିବା କଥା ସ୍ପଷ୍ଟ କରିଛନ୍ତି । ସତକୁ ଲୁଚାଇବା ପାଇଁ ମୁଖ୍ୟମନ୍ତ୍ରୀ ତତ୍ପର । ରାଜ୍ୟ ନାରୀଙ୍କୁ ସୁରକ୍ଷା ମିଳୁନି ବୋଲି ସମସ୍ତେ ଜାଣି ସାରିଲେଣି । କେଵଳ କ୍ଷମତା ଓ ନିର୍ବାଚନ ବିଜୟକୁ ପାଇଁ ବିଜେଡି ଲକ୍ଷ୍ୟ ରଖିଛି ବୋଲି ଅଭିଯୋଗ କରିଛନ୍ତି ପୂର୍ବତନ ପିସିସ ସଭାପତି ଜୟଦେବ ଜେନା ।

ଯେଉଁମାନେ ହାଇକୋର୍ଟରେ ବନ୍ଦ ବିରୋଧରେ ହୋଇଥିବା ମକଦ୍ଦମା ଲଢୁଥିଲେ, ସେମାନେ ବିଜେଡି ଲିଗାଲ ସେଲ୍‌ର କର୍ମକର୍ତ୍ତା। କଂଗ୍ରେସର ବନ୍ଦ ସମ୍ପୂର୍ଣ୍ଣ ସଫଳ ହୋଇଛି । ଏକ ନୂତନ ଢାଞ୍ଚାରେ କଂଗ୍ରେସ ବନ୍ଦ କରିଛି । ବିଜେଡି ଯାହା ଆଶଙ୍କା କରି ହାଇକୋର୍ଟ ଯାଇଥିଲା ତାହା ସଫଳ ହେଲା ନାହିଁ । ହାଇକୋର୍ଟଙ୍କ ରାୟ ସମସ୍ତ ରାଜନୈତିକ ଦଳଗୁଡ଼ିକ ପାଇଁ ଲାଗୁ ହେବା ଉଚିତ । କଂଗ୍ରେସର ବନ୍ଦ ଉଦ୍ଦେଶ୍ୟ ସାଧିତ ହୋଇଛି । ମମିତା ମେହେରଙ୍କୁ ନ୍ୟାୟ ଦେବା ପାଇଁ କଂଗ୍ରେସ ଉଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହେବ ବୋଲି କହିଛନ୍ତି ଏଆଇସିସି ସମ୍ପାଦକ ଶରତ ରାଉତ।

ଆଗାମୀ ଦିନରେ ବିଧାନସଭାରେ ମଧ୍ୟ ମମିତା ମେହେର ପ୍ରସଙ୍ଗ ଉଠାଇବ କଂଗ୍ରେସ । ଅତି ନିର୍ଦ୍ଦୟ ଭାବେ ମମିତାଙ୍କୁ ହତ୍ୟା କରାଗଲା । ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ମଧ୍ୟ ସ୍କୁଲରେ ରାତ୍ରିଯାପନ କରୁଥିଲେ ବୋଲି ମମିତାର ବାପା ମାଆ କହିଛନ୍ତି । କିନ୍ତୁ କେବଳ ଗୋବିନ୍ଦ ସାହୁଙ୍କୁ ଗିରଫ କରାଯାଇ ପୋଲିସ ବାରାକରେ ରଖା ଗଲା ଏବଂ ଫେରାର ହେବା ପାଇଁ ସୁଯୋଗ ଦିଆଗଲା ବୋଲି ଅଭିଯୋଗ କରିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା । ଏବେ ମମିତାଙ୍କ ପରିବାରକୁ ଡରାଇ ତାଙ୍କ ବୟାନ ପରିବର୍ତ୍ତନ କରାଯାଇଛି । ମୁଖ୍ୟମନ୍ତ୍ରୀ ଦୁର୍ନୀତିର ଛାଇ ଦେଖିଲେ କାର୍ଯ୍ୟାନୁଷ୍ଠାନ ନେଉଥିଲେ । କିନ୍ତୁ ଏ ଘଟଣାରେ ମୁଖ୍ୟମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଗୋଟିଏ ମଞ୍ଚରେ ବସାଉଛନ୍ତି । ରାଜ୍ୟ ସରକାର ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ଘଣ୍ଟ ଘୋଡ଼ାଉଥିବା ଅଭିଯୋଗ ହୋଇଛି ।

ଧୃତରାଷ୍ଟ୍ରଙ୍କୁ ବି କିଛି ଦେଖାଯାଉ ନଥିଲା ଏବଂ ନବୀନ ପଟ୍ଟନାୟକଙ୍କୁ ମଧ୍ୟ କିଛି ଦେଖାଯାଉନାହିଁ । ପୋଲିସ ଗୁଣ୍ଡା ଲଗାଇ ଏ ସରକାର କଂଗ୍ରେସର ବିକ୍ଷୋଭକୁ ବନ୍ଦ କରିବା ପାଇଁ ଉଦ୍ୟମ କରୁଛନ୍ତି । ଆଗାମୀ ଦିନରେ ଏ ଧ୍ରୁତରାଷ୍ଟ୍ର ସରକାରକୁ ହଟାଇବା ପାଇଁ ଲୋକ ସାମ୍ନାକୁ ଆସିବେ । ସସ୍ମିତ୍ ପାତ୍ର ମୁଖ୍ୟମନ୍ତ୍ରୀଙ୍କୁ ପରାମର୍ଶ ଦିଅନ୍ତୁ, ତୁରନ୍ତ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର କରନ୍ତୁ । ବିଜେଡିର ଚକ୍ରାନ୍ତର ଜବାବ ଜନସାଧାରଣ ଦେବେ । ଆଗାମୀ ଦିନରେ ବିଧାନସଭାରେ ମଧ୍ୟ ମମିତା ମେହେର ପ୍ରସଙ୍ଗ ଉଠିବ ବୋଲି କହିଛି କଂଗ୍ରେସ ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.