ETV Bharat / city

Odisha Assembly Winter Session: ଆଜିଠୁ ଆରମ୍ଭ ଶୀତ ଅଧିବେଶନ, ବିରୋଧୀଙ୍କ ମୁଖ୍ୟ ମୁଦ୍ଦା ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା

author img

By

Published : Dec 1, 2021, 9:22 AM IST

Updated : Dec 1, 2021, 10:02 AM IST

ଆଜିଠୁ ଆରମ୍ଭ ହେଉଛି ବିଧାନସଭା ଶୀତ ଅଧିବେଶନ(Odisha Assembly Winter Session) । ଶୀତ ଅଧିବେଶନକୁ ତତାଇବ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲା । ଅଧିକ ପଢନ୍ତୁ

Odisha Assembly Winter Session: ଆଜିଠୁ ଆରମ୍ଭ ଶୀତ ଅଧିବେଶନ, ବିରୋଧୀଙ୍କ ମୁଖ୍ୟ ମୁଦ୍ଦା ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା
Odisha Assembly Winter Session: ଆଜିଠୁ ଆରମ୍ଭ ଶୀତ ଅଧିବେଶନ, ବିରୋଧୀଙ୍କ ମୁଖ୍ୟ ମୁଦ୍ଦା ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେଉଛି ବିଧାନସଭା ଶୀତ ଅଧିବେଶନ(Odisha Assembly Winter Session) । କୋଭିଡ କଟକଣା ମଧ୍ୟରେ ସମସ୍ତ ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର । ୩ ଦିନ ପୂର୍ବରୁ ସମସ୍ତ ବିଧାୟକ, ବିଧାନସଭା କର୍ମଚାରୀ ଏବଂ ସାମ୍ବାଦିକଙ୍କ କୋଭିଡ ଟେଷ୍ଟ କରାଯାଇଛି । ଏଥିସହ ଚଳିତ ଅଧିବେଶନରେ କିପରି ଆତ୍ମାହୂତି ଟ୍ରେଣ୍ଡକୁ ରୋକାଯିବ ସେନେଇ ସମସ୍ତ ଏସପିଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର ।

ଅନ୍ୟପଟେ ଅତିରିକ୍ତ ବଜେଟ ଆଗତ ପୂର୍ବରୁ ଏଥର ଶୀତ ଅଧିବେଶନକୁ ତତାଇବ କଳାହାଣ୍ଡି ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲା । ଏହି ହତ୍ୟାକାଣ୍ଡରେ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ଦର୍ଶାଇ ବିରୋଧୀ ମନ୍ତ୍ରୀଙ୍କ ବହିଷ୍କାର ଦାବିରେ ସାରା ରାଜ୍ୟକୁ ହୁଲୁସ୍ତୁଲ କରି ଦେଇଥିବାବେଳେ ଗୃହରେ ମଧ୍ୟ ସରକାରଙ୍କୁ ଘେରିବେ ।

ଏଥିସହ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା, ଧାନମଣ୍ଡି ଅବ୍ୟବସ୍ଥା, ବିଜୁ ସ୍ବାସ୍ଥ୍ୟ କାର୍ଡ ଏବଂ ଆବାସ ଦୁର୍ନୀତିକୁ ମୁଖ୍ୟ ପ୍ରସଙ୍ଗ କରି ଶାସକ ଦଳକୁ ଘେରିବେ ବିରୋଧୀ । ସେପଟେ ଶାସକ ମଧ୍ୟ କେନ୍ଦ୍ର ଅବହେଳାକୁ ପାଥେୟ କରି ବିରୋଧୀଙ୍କ ନିଆଁରେ ପାଣି ଢାଳିବାକୁ ଚେଷ୍ଟା କରିବ । ଦରଦାମ ବୃଦ୍ଧି, କୋଇଲା ରୟାଲଟି, ରନ୍ଧନ ଗ୍ୟାସ୍ ଦର ବୃଦ୍ଧି ଏବଂ ସାର ଅଭାବ ପ୍ରସଙ୍ଗକୁ ନେଇ କେନ୍ଦ୍ରର ଅବହେଳା ଦର୍ଶାଇବ ।

ଏହା ମଧ୍ୟ ପଢନ୍ତୁ:-All Party Meeting; ସର୍ବଦଳୀୟ ବୈଠକରେ ସ୍ଥିର ହେଲା ବିଧାନସଭା କାର୍ଯ୍ୟସୂଚୀ, ଦିନକୁ 5 ଘଣ୍ଟା ଚାଲିବ ଗୃହ

ତେବେ ଗୃହରେ ହଟ୍ଟଗୋଳ ମଧ୍ୟରେ ଅତିରିକ୍ତ ବଜେଟ୍ ଆଗତ ଉପରେ ବିଶେଷ ଦୃଷ୍ଟି ଦେବେ ସରକାର । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ (Finance Minister Niranjan Pujari) ୧୯ ହଜାର କୋଟିରୁ ଅଧିକ ବଜେଟ ଉପସ୍ଥାପନ କରିବେ ବୋଲି ଜଣାପଡିଛି । ଆଜି ଅହରାହ୍ନ ୫ ଟାରେ ଏହି ବଜେଟ୍ ଉପସ୍ଥାପନ ହେବ ।

ଏହା ମଧ୍ୟ ପଢନ୍ତୁ:-Assembly Winter Session; ଅତିରିକ୍ତ ବଜେଟ ନେଇ ରାଜନୀତି ଜୋରଦାର

ବିଧାନସଭା ଶୀତ ଅଧିବେଶନ ୩୧ ଡିସେମ୍ବର ପର୍ଯ୍ୟନ୍ତ ଚାଲିବ । ଏହି ଅଧିବେଶନରେ ମୋଟ ୨୬ଟି କାର୍ଯ୍ୟ ଦିବସ ରହିବ । ସେଥି ମଧ୍ୟରୁ ୫ ଦିନ ଛୁଟି ଦିବସ ରହିବ । ପ୍ରତିଦିନ ୫ ଘଣ୍ଟା ଧରି ବିଧାନସଭା ଚାଲିବ । ପୂର୍ବାହ୍ନ ୧୦ ଟା ୩୦ ରୁ ମଧ୍ୟାହ୍ନ ୧ଟା ୩୦ ଏବଂ ଦ୍ବିତୀୟ ପର୍ଯ୍ୟାୟ ୪ଟା ରୁ ୬ ଟା ପର୍ଯ୍ୟନ୍ତ ଚାଲିବ । ମାତ୍ର ଆଜି ପ୍ରଥମ ଦିନର ବିଧାନସଭା ଦିନ ୧୧ ରୁ ଆରମ୍ଭ ହେବ ।

ମୁଲତବୀ ପ୍ରସ୍ତାବ 90 ମିନିଟ ଆଲୋଚନା ହେବ । ବିରୋଧୀ 55 ମିନିଟ ଓ ମନ୍ତ୍ରୀଙ୍କ ରିପ୍ଲାଏ ସହ ଶାସକ ଦଳ ପାଇଁ ସମୟ 35 ମିନିଟ ରହିବ । ସପ୍ତାହିକ 6 ଦିନ ଭିତରେ ମୁଖ୍ୟ ବିରୋଧୀ ଦଳ ବିଜେପି 4 ଦିନ ଓ କଂଗ୍ରେସ 2 ଦିନ ମୁଲତବୀ ପ୍ରସ୍ତାଵ ଦେଇ ପାରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 1, 2021, 10:02 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.