ଭୁବନେଶ୍ବର: ଶେଷ ହେଲା ବିଧାନସଭା ଶୀତ ଅଧିବେଶନ । ଅନିର୍ଦ୍ଦିଷ୍ଟ କାଳ ପାଇଁ ଗୃହ ମୁଲତବୀ । ଗତ 13 ତାରିଖରୁ ଆରମ୍ଭ ହୋଇଥିବା ଏହି ଅଧିବେଶନ ଆଜି(ଗୁରୁବାର) ଶେଷ ହୋଇଛି । 17 ଟି କାର୍ଯ୍ୟ ଦିବସ ଆଗରୁ ଶେଷ ହୋଇଛି ଅଧିବେଶନ ।
ଡିସେମ୍ବର 19ରେ ଏହି ଅଧିବେଶନ ସରିବାକୁ ଥିବାବେଳେ ସରକାରୀ କାର୍ଯ୍ୟ ନଥିବା ହେତୁ ଆଗୁଆ ବନ୍ଦ କରାଯାଇଛି । ତେବେ ଏହି ଅଧିବେଶନରେ 5ଟି ବିଲ ପାରିତ ହୋଇଛି । ଦୁଇଟି ବିଭାଗର ସିଏଜି ରିପୋର୍ଟ ଉପସ୍ଥାପନ ହୋଇଛି । ଏହାସହ 2019-20 ଆର୍ଥିକ ବର୍ଷ ପାଇଁ ପ୍ରଥମ ଅତିରିକ୍ତ ବଜେଟ ଆଗତ ହେବା ସହ 5ଟି ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ହୋଇଛି ।
ସେହିପରି 31ଟି ଧ୍ୟାନ ଆକର୍ଷଣ ନୋଟିସ ଥିବାବେଳେ 3ଟି ଉପରେ ଆଲୋଚନା ହୋଇଛି । ସେପଟେ ସରକାର ଜାଣିଶୁଣି ଗୃହକୁ ବନ୍ଦ କରିଛନ୍ତି । ପୂରା ଅଧିବେଶନ ଚାଲିଥିଲେ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥାନ୍ତା । ହେଲେ ସରକାର ଜାଣିଶୁଣି ବନ୍ଦ କରିଥିବା ବିରୋଧୀ କହିଛନ୍ତି ।
ତେବେ କହିବାକୁ ସୁଯୋଗ ନଦେବାରୁ ଶେଷ ବେଳକୁ ଅସନ୍ତୁଷ୍ଟ ହୋଇ ବିରୋଧୀ ବିଜେପି କକ୍ଷ୍ୟତ୍ୟାଗ କରିଥିବା ଦେଖିବାକୁ ମିଳିଛି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ