ଭୁବନେଶ୍ବର: ବିଧାନସଭାରେ ପୁଣି ଉଠିଲା ପରି ହତ୍ୟା ପ୍ରସଙ୍ଗ । ବାଚସ୍ପତି ଚାରୋଟି ଦିଗରୁ ଗୃହରେ ବିବୃତି ରଖିବା ପାଇଁ ଗୃହରାଷ୍ଟ୍ରମନ୍ତ୍ରୀଙ୍କୁ କହିଥିଲେ । ସେ କେବଳ ଗୋଟିଏ ବିଷୟରେ ଉତ୍ତର ଦେଇକି ଆଉ ତିନୋଟି ବିଷୟରେ କହିନଥିଲେ । ଅଭିଯୋଗ ଆସିଥିବା ମନ୍ତ୍ରୀଙ୍କ ସମ୍ପର୍କରେ ମଧ୍ୟ କିଛି କହିଲେ ନାହିଁ ବୋଲି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ।
ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ଆମର ଦାବି ଥିଲା ହାଇକୋର୍ଟଙ୍କ ତତ୍ତ୍ବାବଧାନରେ ଏସଆଇଟି ଗଠନ କରାଯାଉ ଓ ମନ୍ତ୍ରୀ ଇସ୍ତଫା ଦିଅନ୍ତୁ । ଏସଆଇଟି ତଦନ୍ତ ନେଇ ଭିନ୍ନ ଭିନ୍ନ ଅର୍ଥ ହେଉଛି । ତେଣୁ ଏସଆଇଟି ତଦନ୍ତ ସମ୍ପର୍କରେ ସ୍ପଷ୍ଟୀକରଣ ଦିଅନ୍ତୁ ସରକାର । ଏନେଇ ଗୃହରେ ପ୍ରତିବାଦ କଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ।
ଭୁବନେଶ୍ବରରୁ ତପନ ଦାଶ, ଇଟିଭି ଭାରତ