ETV Bharat / city

Odisha Assembly Speaker Election: ଆସନ୍ତା 13ରେ ବାଚସ୍ପତି ନିର୍ବାଚନ

author img

By

Published : Jun 8, 2022, 12:27 PM IST

ଆସନ୍ତା ଜୁନ 13ରେ ଅନୁଷ୍ଠିତ ହେବ ବାଚସ୍ପତି ନିର୍ବାଚନ । ବିଧାନସଭାର ସଚିବାଳୟ ପକ୍ଷରୁ ସୂଚନା । ଅଧିକ ପଢନ୍ତୁ

ଆସନ୍ତା 13ରେ ବାଚସ୍ପତି ନିର୍ବାଚନ
ଆସନ୍ତା 13ରେ ବାଚସ୍ପତି ନିର୍ବାଚନ

ଭୁବନେଶ୍ବର: ଆସନ୍ତା ଜୁନ 13ରେ ଅନୁଷ୍ଠିତ ହେବ ବାଚସ୍ପତି ନିର୍ବାଚନ(Odisha Assembly Speaker Election on June 13) । ଏନେଇ ବିଧାନସଭାର ସଚିବାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଶୁକ୍ରବାର ପ୍ରାର୍ଥୀପତ୍ର ଦାଖଲ ହେବାର ତାରିଖ ଧାର୍ଯ୍ୟ ହୋଇଛି । ବାଚସ୍ପତି ଭାବେ ବିକ୍ରମ କେଶରୀ ଆରୁଖ ନାମାଙ୍କନ ଦାଖଲ କରିପାରନ୍ତି ।

ନିକଟରେ ମନ୍ତ୍ରୀ ମଣ୍ଡଳର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ସେପଟେ ବିଧାନସଭାର ବାଚସ୍ପତି କିଏ ହେବେ ସେନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ସୂର୍ଯ୍ୟ ନାରାୟଣ ପାତ୍ର ଅସୁସ୍ଥତା କାରଣରୁ ଇସ୍ତଫା ଦେଇଛନ୍ତି । ଅନ୍ୟପଟେ ପୂର୍ବତନ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ବାଚସ୍ପତି ଲାଗି ନାମାଙ୍କନ ଭରିବାକୁ ଥିବା ଚର୍ଚ୍ଚା ହେଉଛି । ଚର୍ଚ୍ଚା ଭିତରେ ବାଚସ୍ପତି ନିର୍ବାଚନକୁ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । ଆସନ୍ତା ଜୁନ 13ରେ ବାଚସ୍ପତି ନିର୍ବାଚନ ହେବା ନେଇ ବିଧାନସଭାର ସଚିବାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.