ETV Bharat / city

ଚାଲିପାରୁନି ଗୃହ, ଆଲୋଚନା ପାଇଁ ବିରୋଧୀଙ୍କ ଦାବି

author img

By

Published : Feb 24, 2020, 1:12 PM IST

Updated : Feb 24, 2020, 1:36 PM IST

ମୁଲତବୀ ପ୍ରସ୍ତାବ ଗ୍ରହଣ କର । ଗୃହରେ ଚାଷ ଓ ଚାଷୀ ସମସ୍ୟା ନେଇ ଆଲୋଚନା କରାଯାଉ । ଗୃହରେ ଏପରି ଦାବି କରିଛନ୍ତି ବିରୋଧୀ । ଯାହାକୁ ନେଇ ଗୃହ ସ୍ବାଭାବିକ ହୋଇପାରି ନଥିଲା । ଫଳରେ ବାଚସ୍ପତି ସର୍ବଦଳୀୟ ବୈଠକ ଡାକି ଆଲୋଚନା କରିଛନ୍ତି ।

odisha assembly
ଚାଲିପାରୁନି ଗୃହ, ଆଲୋଚନା ପାଇଁ ବିରୋଧୀଙ୍କ ଦାବି

ଭୁବନେଶ୍ବର: ମୁଲତବୀ ପ୍ରସ୍ତାବ ଗ୍ରହଣ କର । ଗୃହରେ ଚାଷ ଓ ଚାଷୀ ସମସ୍ୟା ନେଇ ଆଲୋଚନା କରାଯାଉ । ଗୃହରେ ଏପରି ଦାବି କରିଛନ୍ତି ବିରୋଧୀ । ଯାହାକୁ ନେଇ ଗୃହ ସ୍ବାଭାବିକ ହୋଇପାରି ନଥିଲା । ଫଳରେ ବାଚସ୍ପତି ସର୍ବଦଳୀୟ ବୈଠକ ଡାକି ଆଲୋଚନା କରିଛନ୍ତି ।

ଚାଷ ଓ ଚାଷୀ ସମସ୍ୟାକୁ ନେଇ ଗୃହ ବାରମ୍ବାର ମୁଲତବୀ ରହିଥିଲା । ତେବେ ଗୃହ ବାରମ୍ବାର ମୁଲତବୀ ନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି, ‘ଦୁଇଟି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ପାଇଁ ସରକାର ଗୁରୁତ୍ଵ ନ ଦେବାରୁ ଗୃହକୁ ଅଚଳ କରାଗଲା । ଖର୍ଚ୍ଚ ଦାବି ଆଲୋଚନା ବେଳେ 21 ଟି ବିଭାଗକୁ ଆଲୋଚନାରୁ ବାଦ ଦେଇ ଗିଲୋଟିନରେ ପାସ୍ କରିବାକୁ ସରକାର ଯୋଜନା କରିଛନ୍ତି । ଏହି ବିଭାଗର ଖର୍ଚ୍ଚ ରହିଛି 51,800 କୋଟି ଟଙ୍କା । ବିଜେପିର ତେଇଶି ଜଣ ସଦସ୍ୟ ଥିଲେ ମଧ୍ୟ କାହାକୁ ବିଜିନେସ ଆଡଭାଇଜରି କମିଟିରେ ରଖାଯାଇନାହିଁ । ଧାନକିଣା ସମସ୍ୟା ସଂକ୍ରାନ୍ତରେ ବିଜେପି ପକ୍ଷରୁ ଦିଆଯାଇଥିବା ମୁଲତବୀ ପ୍ରସ୍ତାବକୁ ବାଚସ୍ପତି ଅଗ୍ରାହ୍ୟ କରି ଦେଇଛନ୍ତି । ଉପରୋକ୍ତ ଦୁଇଟି ବିଷୟକୁ ନେଇ ଗୃହକୁ ଅଚଳ କରାଯାଇଛି ।’ ଏ ସମ୍ପର୍କିତ ଆଲୋଚନା ନ ହେବା ପର୍ଯ୍ୟନ୍ତ ଗୃହକୁ ଚଳାଇ ଦିଆଯିବ ନାହିଁ ବୋଲି ସେ କହିଛନ୍ତି ।

ସେହିପରି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି,‘ରାଜ୍ୟରେ ଚାଷୀ ଆତ୍ମହତ୍ୟା କରିବାକୁ ବସିଲେଣି । ଧାନ ମଣ୍ଡିରେ ଶହ ଶହ କୁଇଣ୍ଟାଲ ଧାନ ପଡିରହିଛି । ଅନେକ ଚାଷୀ ରେଜିଷ୍ଟ୍ରେସନ କରି ପାରୁନାହାନ୍ତି । ଜିଲ୍ଲାପାଳ ପଠାଇଲେ ମଧ୍ୟ କମିସନର ରେଜିଷ୍ଟ୍ରେସନ୍ କରୁନାହାନ୍ତି । ମନ୍ତ୍ରୀ ଗୃହରେ ଉତ୍ତର ରଖିଲେ ମଧ୍ୟ ଧାନ କିଣା ହୋଇନାହିଁ । ବାଚସ୍ପତି କଂଗ୍ରେସ ଦଳ ପକ୍ଷରୁ ଦିଆଯାଇଥିବା ମୁଲତବୀ ଗ୍ରହଣ କଲେ ନାହିଁ ।’ ଆମର ଦାବି ବାଚସ୍ପତି ମୁଲତବୀ ପ୍ରସ୍ତାବ ଗ୍ରହଣ କରି ଏ ସମ୍ପର୍କରେ ଆଲୋଚନା କରିବାକୁ ଅନୁମତି ଦିଅନ୍ତୁ ବୋଲି ବାହିନୀପତି କହିଛନ୍ତି ।

ସେପଟେ ଏହାର ଜବାବ ଦେଇଛି ଶାସକ ବିଜେଡି । ସମସ୍ୟା ଚାଷୀଙ୍କ ନୁହେଁ, ବିରୋଧୀ ଦଳମାନଙ୍କର । ସେମାନେ ଚାଷୀ, ଶ୍ରମିକ କୌଣସି ପ୍ରସଙ୍ଗରେ ଆଲୋଚନା ଚାହୁଁନାହାନ୍ତି । ଏହି କଥା କାଳେ ବାହାରକୁ ଆସିଯିବ, ସେଥିପାଇଁ ଗୃହ ଅଚଳ କରୁଛନ୍ତି । ସରକାର ଚାଷୀଙ୍କ ପାଇଁ ସଚେତନ ଅଛନ୍ତି । କୃଷି ବଜେଟ ବି ଆସିଛି । କାର୍ଯ୍ୟ ପରାମର୍ଶଦାତା କମିଟି ରେସିଓ ଅନୁପାତରେ ସଦସ୍ୟ ରଖନ୍ତି ବାଚସ୍ପତି । ଏହି ପ୍ରସଙ୍ଗ କାହିଁକି ଉଠାଉଛନ୍ତି ବିରୋଧୀ ବୋଲି କହିଛନ୍ତି ବିଜେଡି ବିଧାୟକ ଅମର ଶତପଥୀ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Last Updated : Feb 24, 2020, 1:36 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.