ETV Bharat / city

Budget session: ଛିଗୁଳାଇଲେ ସୁର, ନାମ ବାଦ ଦେବାକୁ ଦାବି କଲେ ବିଧାୟକ ପ୍ରଣବ - Budget session 2022

ଶୋଡଷ ବିଧାନସଭା ନବମ ଅଧିବେଶନର ଆଜି ଥିଲା ତୃତୀୟ ଦିବସ । ପ୍ରଶ୍ନକାଳରେ ଆଜି ଅର୍ଥ ବିଭାଗ ସମ୍ବନ୍ଧୀତ ପ୍ରଶ୍ନୋତ୍ତର ଚାଲିଥିବା ବେଳେ କଂଗ୍ରେସର ବରିଷ୍ଠ ବିଧାୟକ ସୁର ରାଉତରାୟ ଓ ବିଜେଡି ସାଂଗଠନିକ ସମ୍ପାଦକ ତଥା ବିଧାୟକ ପ୍ରଣବ ପ୍ରକାଶ ଦାସ ମୁହାଁମୁହିଁ ହୋଇଥିଲେ । ଅଧିକ ପଢନ୍ତୁ

ଛିଗୁଳାଇଲେ ସୁର, ନା ବାଦ ଦେବାକୁ ଦାବି କଲେ ବିଧାୟକ ପ୍ରଣବ

author img

By

Published : Mar 28, 2022, 9:21 PM IST

ଭୁବନେଶ୍ବର: ଶୋଡଷ ବିଧାନସଭା ନବମ ଅଧିବେଶନର ଆଜି ଥିଲା ତୃତୀୟ ଦିବସ । ପ୍ରଶ୍ନକାଳରେ ଆଜି ଅର୍ଥ ବିଭାଗ ସମ୍ବନ୍ଧୀତ ପ୍ରଶ୍ନୋତ୍ତର ଚାଲିଥିବା ବେଳେ କଂଗ୍ରେସର ବରିଷ୍ଠ ବିଧାୟକ ସୁର ରାଉତରାୟ ଓ ବିଜେଡି ସାଂଗଠନିକ ସମ୍ପାଦକ ତଥା ବିଧାୟକ ପ୍ରଣବ ପ୍ରକାଶ ଦାସ ମୁହାଁମୁହିଁ ହୋଇଥିଲେ ।

ପ୍ରଶ୍ନକାଳରେ ସୁର କହିଥିଲେ 1999-2000 ଆର୍ଥିକ ବର୍ଷରେ ରାଜ୍ୟର ଋଣ ଭାର ମୁଣ୍ଡ ପିଛା 5 ହଜାର ଟଙ୍କା ଥିଲା । ବର୍ତ୍ତମାନ 2020-22 ରେ ମୁଣ୍ଡ ପିଛା ଋଣ ଭାର 23 ହଜାର 761 ଟଙ୍କା ହେଲାଣି । ସୁର ଅଭିଯୋଗ କହିଥିଲେ ରାଜ୍ୟ ସରକାର ଋଣ କରି ସରକାରୀ କର୍ମଚାରୀଙ୍କ ଦରମା ଦେଉଛନ୍ତି ।

ଛିଗୁଳାଇଲେ ସୁର, ନା ବାଦ ଦେବାକୁ ଦାବି କଲେ ବିଧାୟକ ପ୍ରଣବ

ସେହିପରି ଦ୍ବିତୀୟ ପ୍ରଶ୍ନ କରି ସୁର କହିଥିଲେ 1999-2000 ରେ ସେତେବେଳେ 15 ହଜାର କୋଟି ଋଣ ଥିଲା । ବର୍ତ୍ତମାନ 1 ଲକ୍ଷ 4 ହଜାର 312 କୋଟି ଋଣ ହେଲାଣି । ସରକାର ଯୋଜନା ପରେ ଯୋଜନା କରି ଋଣ କରୁଛନ୍ତି । ଋଣ ଭାର ହ୍ରାସ ପାଇଁ କଣ ପଦକ୍ଷେପ ନେବେ କି ? ଏହାସହ ଅର୍ଥମନ୍ତ୍ରୀଙ୍କୁ ଛିଗୁଳାଇ ସୁର କହିଥିଲେ ଆପଣ (ଅର୍ଥମନ୍ତ୍ରୀ) କିଛି କରିପାରିବେ ନାହିଁ କି କହିପାରିବେ ନାହିଁ । କାରଣ (ମୁଖ୍ୟମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ପାଣ୍ଡିଆନ ଓ ବବି) କିଛି ନକହିଲେ ତୁମେ (ଅର୍ଥମନ୍ତ୍ରୀ) କିଛି କହିପାରିବ ନାହିଁ ବୋଲି କହିଥିଲେ ସୁର ।

ତତକ୍ଷଣାତ ବିଧାୟକ ପ୍ରଣବ ପ୍ରକାଶ ଦାସ (ବବି) ସୁରଙ୍କ ଏହି ଅଭିଯୋଗକୁ ପ୍ରତିବାଦ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା 5T ସଚିବଙ୍କ ନାଁକୁ ଗୃହର ବିବରଣୀରୁ ବାଦ ଦେବାକୁ ଦାବି କରିଥିଲେ । ଯେହେତୁ ସେ ଗୃହର ସଦସ୍ୟ ନୁହଁନ୍ତି ତାଙ୍କ ନାକୁ ବାଦ ଦେବାକୁ ଦାବି କରିଥିଲେ । ବାଚସ୍ପତି ମଧ୍ୟ ତୁରନ୍ତ ରୁଲିଂ ଦେଇ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ପାଣ୍ଡିଆନଙ୍କ ନା କୁ ବାଦ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ନିଜ ଉତ୍ତର ରଖିଥିଲେ ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.