ETV Bharat / city

ପଦ୍ମପୁରରେ ହେବ ଉପନିର୍ବାଚନ, ପ୍ରକାଶ ପାଇଲା ବିଧାନସଭା ବିଜ୍ଞପ୍ତି - ପଦ୍ମପୁର ବିଧାନସଭା ଆସନ

ଚଳିତ ବର୍ଷ ରାଜ୍ୟରେ ହେବ ଆଉ ଏକ ଉପନିର୍ବାଚନ । ପଦ୍ମପୁର ବିଧାନସଭା ଆସନ ଖାଲି ନେଇ ପ୍ରକାଶ ପାଇଛି ବିଜ୍ଞପ୍ତି । ଓଡିଶା ବିଧାନସଭା ପକ୍ଷରୁ ଏନେଇ ବିଧିବଦ୍ଧ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଧାନସଭା ସଚିବ ଦାଶରଥି ଶତପଥୀଙ୍କ ପକ୍ଷରୁ ଏନେଇ ଭାରତୀୟ ନିର୍ବାଚନ କମିଶନଙ୍କୁ ଚିଠି ଲେଖି ଅବଗତ କରାଯାଇଛି । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Oct 6, 2022, 5:41 PM IST

ଭୁବନେଶ୍ବର: ଚଳିତ ବର୍ଷ ରାଜ୍ୟରେ ହେବ ଆଉ ଏକ ଉପନିର୍ବାଚନ । ପଦ୍ମପୁର ବିଧାନସଭା ଆସନ ଖାଲି ନେଇ ପ୍ରକାଶ ପାଇଛି ବିଜ୍ଞପ୍ତି । ଓଡିଶା ବିଧାନସଭା ପକ୍ଷରୁ ଏନେଇ ବିଧିବଦ୍ଧ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଧାନସଭା ସଚିବ ଦାଶରଥି ଶତପଥୀଙ୍କ ପକ୍ଷରୁ ଏନେଇ ଭାରତୀୟ ନିର୍ବାଚନ କମିଶନଙ୍କୁ ଚିଠି ଲେଖି ଅବଗତ କରାଯାଇଛି ।

ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ମୃତ୍ୟୁ ପରେ ଖାଲି ପଡିଛି ପଦ୍ମପୁର ବିଧାନସଭା ଆସନ । ଖାଲି ହୋଇଥିବା ଏହି ଆସନ ନେଇ ବିଧାନସଭା ପକ୍ଷରୁ ନିର୍ବାଚନ କମିଶନଙ୍କୁ ଅବଗତ କରାଯାଇଛି । ବିଧାନସଭା ପକ୍ଷରୁ ସଚିବ ଦାଶରଥି ଶତପଥୀଙ୍କ ପକ୍ଷରୁ ଏହି ପ୍ରକାଶ ପାଇଛି । ଗତ ସୋମବାର ଭୋରୁ 65 ବର୍ଷ ବୟସରେ ଆଖି ବୁଜିଥିଲେ ପଦ୍ମପୁରର ବିଜେଡି ବିଧାୟକ ବିଜୟ ରଞ୍ଜନ ସିଂ ବରିହା । ଦୀର୍ଘ 2 ବର୍ଷ ହେବ ଅସୁସ୍ଥତା କାରଣରୁ ଚିକିତ୍ସିତ ହେଉଥିଲେ ବିଜୟ । ଚିକିତ୍ସାଧିନ ଅବସ୍ଥାରେ ବିଜୟଙ୍କର ମୃତ୍ୟୁ ହୋଇଥିବାବେଳେ ସେ ପଦ୍ମପୁରରୁ 5 ଥର ବିଧାୟକ ଥିଲେ । 1990 ଓ 1995ରେ ସେ ଜନତା ଦଳ ଟିକେଟରେ ବିଧାନସଭା ଆସିଥିଲେ ।

ସେହିପରି 2000, 2009 ଓ 2019ରେ ବିଜେଡି ଟିକେଟରେ ବିଜୟ ବିଜୟୀ ହୋଇଥିଲେ । 2014 ରେ ସେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କଠାରୁ ପରାସ୍ତ ହୋଇଥିଲେ । ନିୟମ ଅନୁସାରେ କୌଣସି ନିର୍ବାଚିତ ଲୋକ ପ୍ରତିନିଧିଙ୍କର ଦେହାନ୍ତ ପରେ ସେଠାରେ ଉପନିର୍ବାଚନ ଅନୁଷ୍ଠିତ ହୁଏ । ନିର୍ବାଚନ ପ୍ରକ୍ରିୟା ଦେହାନ୍ତର 6 ମାସ ମଧ୍ୟରେ ଶେଷ କରିବା ଲାଗି ନିୟମ ରହିଛି । ଯଦି ପରବର୍ତ୍ତୀ ସାଧାରଣ ନିର୍ବାଚନକୁ 6 ମାସରୁ କମ ରହିଥାଏ, ତେବେ ଉପ ନିର୍ବାଚନର ଆବଶ୍ୟକତା ପଡେ ନାହିଁ । ଆସନ୍ତା ସାଧାରଣ ନିର୍ବାଚନ ବିଳମ୍ବ ଥିବାରୁ ଉପ ନିର୍ବାଚନର ଆବଶ୍ୟକତା ରହିଛି । ତେଣୁ ଏନେଇ ବିଧାନସଭା ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.