ETV Bharat / city

Odisha Assembly; ଧୋଇଗଲା ଗୃହକାର୍ଯ୍ୟ, ୪ଟା ଯାଏଁ ଗୃହ ମୁଲତବୀ - ଧାନସଭା ସପ୍ତମ ଅଧିବେଶ

ଶେଷ ହେବ ଷୋଡଶ ବିଧାନସଭାର ସପ୍ତମ ଅଧିବେଶନ। ଏପରି ସ୍ଥଳେ ଆଜି (ଗୁରୁବାର) ରାଜ୍ୟବାସୀ ଆଶା କରିଥିଲେ ଶେଷ ଦିନରେ ସୁରଖୁରରେ ଚାଲିବ ଗୃହ । ସରକାର ବିରୋଧୀ ସମ୍ବେଦନଶୀଳ ହୋଇ କରିବେ କାମ । କିନ୍ତୁ ଆଜି ମଧ୍ୟ ଧୋଇଗଲା ପ୍ରଶ୍ନକାଳ । ଅଧିକ ପଢନ୍ତୁ...

Odisha Assembly
Odisha Assembly
author img

By

Published : Sep 9, 2021, 11:19 AM IST

Updated : Sep 9, 2021, 11:39 AM IST

ଭୁବନେଶ୍ବର: ଶେଷ ହେବ ଷୋଡଶ ବିଧାନସଭାର ସପ୍ତମ ଅଧିବେଶନ। ଏପରି ସ୍ଥଳେ ଆଜି (ଗୁରୁବାର) ରାଜ୍ୟବାସୀ ଆଶା କରିଥିଲେ ଶେଷ ଦିନରେ ସୁରଖୁରରେ ଚାଲିବ ଗୃହ । ସରକାର ବିରୋଧୀ ସମ୍ବେଦନଶୀଳ ହୋଇ କରିବେ କାମ । କିନ୍ତୁ ଆଜି ମଧ୍ୟ ଧୋଇଗଲା ପ୍ରଶ୍ନକାଳ । ବିରୋଧୀ ସରକାରୀ ଦଳର ରାଜନୈତିକ ଲଢେଇ ଆଗରେ ବଳି ପଡିଲା ପ୍ରଶ୍ନକାଳ । ଆଉ ଏପଟେ ଗୃହ ଚଳାଇବାକୁ ଉଦ୍ୟମ ନକରି ସିଧା ମୁଲତବୀ କରିଦେଲେ ବାଚସ୍ପତି । ପ୍ରଥମେ ପୂର୍ବାହ୍ନ ୧୧.୩୦ ଓ ପରେ ଅପରାହ୍ନ ୪ ଟା ପର୍ଯ୍ୟନ୍ତ ମୁଲତବୀ କଲେ ବିଧାନସଭା ବାଚସ୍ପତି ।

ଚଳିତ ମାସ ପ୍ରଥମରୁ ଆରମ୍ଭ ହୋଇଥିବା ଏହି ସ୍ବଳ୍ପ ଅଧିବେଶନ ଆଜି(ଗୁରୁବାର) ଶେଷ ହେଉଛି । ଛୋଟ ହୋଇଥିଲେ ମଧ୍ୟ ବେଶ ଗୁରୁତ୍ବପୂର୍ଣ୍ଣ ରହିଥିଲା। ଅଧିବେଶନରେ ସରକାର ୧୨ ଟି ବିଲ ସହ ୨ ଟି ଅଧ୍ୟାଦେଶ ଆଣିବାକୁ ଯୋଜନା କରିଥିଲେ। ସେଥିରୁ ଏକାଧିକ ବିଲ ଗୃହିତ ହୋଇ ସାରିଥିବା ବେଳେ, ଆଉ କିଛି ବାକି ରହିଛି । ଏହାବାଦ ରାଜ୍ୟର ସ୍ବାସ୍ଥ୍ୟ, ଶିକ୍ଷା, ମହାମାରୀ, ଖଣି ଦୁର୍ନୀତି, ଅଭାବୀ ବର୍ଷା, ସାର ଅଭାବ ଭଳି ମାଳମାଳ ପ୍ରସଙ୍ଗ ରହିଥିଲା । ଏହାବାଦ ମଧ୍ୟ ଅନେକ ମୁଦ୍ଦା ଥିଲା କିନ୍ତୁ ସରକାର ଓ ବିରୋଧୀଙ୍କ ଲଢେଇ ପାଇଁ ଏହି ସ୍ବଳ୍ପ ଅଧିବେଶନ ମଧ୍ୟ ଶତ ପ୍ରତିଶତ ସଫଳ ହୋଇନାହିଁ ।

ସେପଟେ ଆଜି ଗୃହ ଆରମ୍ଭ ହେବା ମାତ୍ରେ, ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ପ୍ରଶ୍ନକାଳ ଆରମ୍ଭ କରିବାକୁ ଚାହିଁଥିଲେ । କିନ୍ତୁ ବିଜେପି ସଦସ୍ୟମାନେ ଆୟୁଷ୍ମାନ ଭାରତ ଯୋଜନା କାର୍ଯ୍ୟକାରୀ କରିବାକୁ ଦାବି କରିଥିଲେ। କଂଗ୍ରେସ ମଧ୍ୟ ଖଣି ଦୁର୍ନୀତିକୁ ପ୍ରସଙ୍ଗ କରିଥିଲା ଆଉ ଶେଷରେ ଗୃହ ମୁଲତବୀ ହୋଇଗଲା ।

ଭୁବନେଶ୍ବରରୁ ସଞ୍ଜୀବ ରାୟଙ୍କ ସହ ରୁଦ୍ର ନାରାୟଣ ଦାସ, ଇଟିଭି ଭାରତ

Last Updated : Sep 9, 2021, 11:39 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.