ETV Bharat / city

ଜମିବ ମୌସୁମୀ ଅଧିବେଶନ; ମୁହାଁମୁହିଁ ପାଇଁ ଶାସକ-ବିରୋଧୀ ତୟାର - ସରକାରଙ୍କୁ ଘେରିବେ ବିରୋଧୀ

ସେପ୍ଟେମ୍ବର ପହିଲାରୁ ଆରମ୍ଭ ହେବ ଷୋଡଶ ବିଧାନସଭାର ସପ୍ତମ ଅଧିବେଶନ । ଅଧିବେଶନରେ ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ଘେରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ବିରୋଧୀ । ସେପଟେ ବିରୋଧୀ ଯେଉଁ ସବୁ ପ୍ରସଙ୍ଗ ଉଠେଇବେ ସମ୍ମୁଖୀନ ହେବାକୁ ସରକାର ପ୍ରସ୍ତୁତ ବୋଲି କହିଲା ଶାସକ ଦଳ । ଅଧିକ ପଢନ୍ତୁ...

ଜମିବ ମୌସୁମୀ ଅଧିବେଶନ; ମୁହାଁମୁହିଁ ପାଇଁ ଶାସକ-ବିରୋଧୀ ତୟାର

author img

By

Published : Aug 17, 2021, 9:01 PM IST

Updated : Aug 18, 2021, 12:29 PM IST

ଭୁବନେଶ୍ବର: ସେପ୍ଟେମ୍ବର ପହିଲାରୁ ଆରମ୍ଭ ହେବ ଷୋଡଶ ବିଧାନସଭାର ସପ୍ତମ ଅଧିବେଶନ । ଏହି ଅଧିବେଶନରେ ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ଘେରିବା ପାଇଁ ବିରୋଧୀଙ୍କ ହାତରେ ରହିଛି ମାଳ ମାଳ ଅଭିଯୋଗ । ବିଶେଷକରି ଓଡିଶା ଷ୍ଟାଫ ସିଲେକସନରେ ଦୁର୍ନୀତି, ବିଦ୍ୟୁତ ଦର ବୃଦ୍ଧି, ଧାନ କିଣାରେ ଅବ୍ୟବସ୍ଥା, କୋରୋନା ପରିଚାଳନାରେ ବିଭ୍ରାଟ ଭଳି ମାଳ ମାଳ ପ୍ରସଙ୍ଗ । ଏହି ସବୁ ପ୍ରସଙ୍ଗରେ ସରକାରକୁ ଘେରିବା ପାଇଁ ଯୋଜନା କରିଛନ୍ତି ବିରୋଧୀ କଂଗ୍ରେସ ଓ ବିଜେପି । ସେପଟେ ଶାସକ ଦଳ ବିଜେଡି କହିଛି ବିରୋଧୀ ଯେଉଁ ସବୁ ପ୍ରସଙ୍ଗ ଉଠେଇବେ ସମ୍ମୁଖୀନ ହେବାକୁ ସରକାର ପ୍ରସ୍ତୁତ ଅଛନ୍ତି ।

ଜମିବ ମୌସୁମୀ ଅଧିବେଶନ; ମୁହାଁମୁହିଁ ପାଇଁ ଶାସକ-ବିରୋଧୀ ତୟାର

ସେପ୍ଟେମ୍ବର ୧ରୁ ଆରମ୍ଭ ହେବାକୁ ଥିବା ଅଧିବେଶନ ୯ ତାରିଖ ଯାଏଁ ଚାଲିବ । ସେପ୍ଟେମ୍ବର ୩ ତାରିଖକୁ ପ୍ରାଇଭେଟ୍ ମେମ୍ବର୍ସ ବିଜିନେସ ପାଇଁ ରଖାଯାଇ ଥିବାବେଳେ ଅନ୍ୟ ସମସ୍ତ ଦିନଗୁଡ଼ିକ ଅଫିସିଆଲ କାର୍ଯ୍ୟ ଦିବସ ରହିଛି । ୫ ତାରିଖ ରବିବାର ଛୁଟି ରହିବ । ଏହି ଅଧିବେଶନରେ ମୋଟ ୮ଟି କାର୍ଯ୍ୟଦିବସ ରହିଛି । ଚଳିତ ଥର ମଧ୍ୟ କୋରୋନା ଗାଇଡଲାଇନ୍ ମଧ୍ୟରେ ଗୃହ ପରିଚାଳିତ ହେବ । ଯେଉଁମାନେ କୋଭିଡିର ଦୁଇଟି ଡ଼ୋଜ ଟିକା ନେଇଥିବେ ସେମାନଙ୍କୁ ଗୃହ ଭିତରକୁ ପ୍ରବେଶ କରିବାକୁ ଅନୁମତି ମିଳିବ ।

ବିଜେପି ପକ୍ଷରୁ ଏଥର ବିଧାନସଭାରେ ବିଦ୍ୟୁତ ଦର ବୃଦ୍ଧି, ଧାନ ମଣ୍ଡି ସମସ୍ୟା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବଣ୍ଟନରେ ବ୍ୟାପକ ଅନିୟମିତତାକୁ ମୁଖ୍ୟ ପ୍ରସଙ୍ଗ କରିବ ଦଳ । ତା' ସହିତ କୋଭିଡ ପରିଚାଳନା, ମନରେଗାରେ ଦୁର୍ନୀତି ପ୍ରସଙ୍ଗକୁ ମଧ୍ୟ ଉଠାଇବ ବିଜେପି । ସେପଟେ କଂଗ୍ରେସ ସୀମିତ କାର୍ଯ୍ୟକ୍ରମ ଭିତରେ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉଠାଇବ । ରାଜ୍ୟରେ କୋଭିଡ଼ ପରିଚାଳନାରେ ସରକାର ଫେଲ ମାରିବା, ଓଡିଶା ଷ୍ଟାଫ ସିଲେକସନରେ ଦୁର୍ନୀତି, ଦରଦାମ ବୃଦ୍ଧି, ବିଦ୍ୟତ ଶୁଳ୍କ ବୃଦ୍ଧି, ଚାଷୀ ସମସ୍ୟା, ଶିକ୍ଷା ଅବ୍ୟବସ୍ଥା ଭଳି ପ୍ରସଙ୍ଗ ଉଠାଇବ ଦଳ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ ଓ ସଞ୍ଜୀବ ରାୟ, ଇଟିଭି ଭାରତ

Last Updated : Aug 18, 2021, 12:29 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.