ETV Bharat / city

ବିଧାନସଭା ମୌସୁମୀ ଅଧିବେଶନ: ଆରମ୍ଭରୁ ହଙ୍ଗାମା, ଗୃହ ମୁଲତବୀ

author img

By

Published : Sep 1, 2021, 12:26 PM IST

ଆରମ୍ଭ ହେଲା ବିଧାନସଭା ମୌସୁମୀ ଅଧିବେଶନ। କୋଭିଡ କଟକଣା ମଧ୍ୟରେ ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ଚାଲିବ ଗୃହ । ଆଜି ପ୍ରଥମେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ଗୃହ ସଦସ୍ୟଙ୍କ ଅଂଶ ଗ୍ରହଣ ସମ୍ପର୍କରେ ସମ୍ୟକ ସୂଚନା ଦେଇଥିଲେ ବାଚସ୍ପତି । ଅଧିକ ପଢନ୍ତୁ...

ବିଧାନସଭା ମୌସୁମୀ ଅଧିବେଶନ
ବିଧାନସଭା ମୌସୁମୀ ଅଧିବେଶନ

ଭୁବନେଶ୍ବର: ଆରମ୍ଭ ହେଲା ବିଧାନସଭା ମୌସୁମୀ ଅଧିବେଶନ। ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ଚାଲିବ ଗୃହ । କୋରୋନା କଟକଣା ମଧ୍ୟରେ ଗୃୃହକାର୍ଯ୍ୟ ଆରମ୍ଭ ହୋଇଥିବାବେଳେ ପ୍ରଥମେ ଶୋକ ପ୍ରସ୍ତାବ ଆଗତ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଡାକିଥିଲେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ।

ବିଧାନସଭା ମୌସୁମୀ ଅଧିବେଶନ; ଆରମ୍ଭରୁ ହଙ୍ଗାମା, ଗୃହ ମୁଲତବୀ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବୀନ ନିବାସରୁ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଅଧିବେଶନରେ ସାମିଲ ହୋଇ ଶୋକ ପ୍ରସ୍ତାବ ଆଗତ କରିଥିଲେ । ଗୃହର ଦିଂବଗତ ସଦସ୍ୟ ଓ କୋଭିଡ ଯୋଦ୍ଧାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶୋକ ପ୍ରସ୍ତାବ ଆଗତ କରିଥିଲେ । ପୂ୍ର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ, କାର୍ତ୍ତିକ ପ୍ରସାଦ ତରିଆ, ବିବେକା ନନ୍ଦ ମେହେର ପୂର୍ବତନ ସରକାରୀ ଉପମୁଖ୍ୟ ସଚେତକ, ଅରୁଣ ଦେ ପୂ୍ର୍ବତନ ବିଧାୟକ, ଚନ୍ଦ୍ରମା ସାନ୍ତା ପୂ୍ର୍ବତନ ବିଧାୟିକା, କମଳାକାନ୍ତ ନାୟକ ପୂ୍ର୍ବତନ ବିଧାୟକ, ଉମାକାନ୍ତ ମିଶ୍ର ପୂ୍ର୍ବତନ ବିଧାୟକ, ବିକ୍ରମ କେଶରୀ ବର୍ମା ପୂ୍ର୍ବତନ ବିଧାୟକ, ସୁନୀଲ କୁମାର ନାଏକ ହାବିଲଦାର ଓଡିଶା ପୋଲିସ, ଅନିଲ ଏକ୍କା ଓଏପିଏଫ ଓଡିଶା ପୋଲିସ ଓ ରାଜ୍ୟର ସମସ୍ତ କୋଭିଡ ଯୋଦ୍ଧାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶୋକ ପ୍ରସ୍ତାବ ଆଗତ କରିଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବକୁ ବିରୋଧୀ ଦଳନେତା ପ୍ରଦୀପ୍ତ ନାୟକ ସମର୍ଥନ କରିବା ସହ ଦଳ ତରଫରୁ ସମବେଦନା ଜଣାଇଥିଲେ । ସେହିପରି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବକୁ ସମର୍ଥନ କରିଥିଲେ । ଏହାବାଦ ସିପିଆଇ(ଏମ) ବିଧାୟକ ଲକ୍ଷ୍ମଣ ମୁଣ୍ଡା ବି ଗଭୀର ଶୋକ ବ୍ୟକ୍ତ କରି ପ୍ରସ୍ତାବକୁ ସମର୍ଥନ କରିଥିଲେ ।

ପରେ ବାଚସ୍ପତି ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ବିଧାନସଭା ପକ୍ଷରୁ ସମବେଦନା ଜଣାଇବା ସହ ଗୃହର ପ୍ରସ୍ତାବକୁ ଜଣାଇ ଦିଆଯିବ ବୋଲି ସୂଚନା ଦେଇଥିଲେ । ଏହାପରେ ବାଚସ୍ପତି ପ୍ରଶ୍ନକାଳ ପାଇଁ ଡାକିବା ବେଳେ କଂଗ୍ରେସ ବିଧାୟକ ମାନେ ନିଜ ଦାବି ନେଇ ହୋହାଲ୍ଲା ଆରମ୍ଭ କରିଥିଲେ । ଫଳରେ ବାଚସ୍ପତି ଗୃହକୁ ମଧ୍ୟାହ୍ନ ୧୨.୩୪ ପର୍ଯ୍ୟନ୍ତ ମୁଲତବୀ ରଖିଛନ୍ତି ।

ଭୁବନେଶ୍ବରରୁ ରୁଦ୍ର ନାରାୟଣ ଦାସଙ୍କ ସହ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.