ETV Bharat / city

ଆସନ୍ତା 3 ତାରିଖ ଯାଏଁ ଗୃହ ମୁଲତବୀ, ବ୍ୟୟ ମଞ୍ଜୁରୀ ବିଲ ପାରିତ - odisha assembly live update

odisha assembly
ଗୃହ ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ ।
author img

By

Published : Mar 31, 2021, 10:38 AM IST

Updated : Mar 31, 2021, 7:46 PM IST

19:16 March 31

ଆସନ୍ତା 3 ତାରିଖ ଯାଏଁ ଗୃହ ମୁଲତବୀ

ଭୁବନେଶ୍ବର: ଆସନ୍ତା 3 ତାରିଖ ଯାଏଁ ଗୃହ ମୁଲତବୀ । ଏପ୍ରିଲ 3 ତାରିଖ ୧୦.୩୦ ପର୍ଯ୍ୟନ୍ତ ଗୃହ ମୁଲତବୀ କଲେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । 

ତେବେ ବୁଧବାର ବିଧାନସଭାରେ ଓଡିଶା ବ୍ୟୟ ମଞ୍ଜୁରୀ ବିଲ୍ ୨୦୨୧ ପାରିତ ହୋଇଛି  । ଏହି ବିଲକୁ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଚାର ଓ ପାରିତ ନିମନ୍ତେ ଗୃହରେ ଆଗତ କରାଇଥିଲେ । ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଓ ପ୍ରସାଶନିକ ବ୍ୟୟ ବାବଦକୁ ୨୦୨୧-୨୨ ଆର୍ଥିକ ବର୍ଷ ନିମନ୍ତେ ସମୁଦାୟ ୧ ଲକ୍ଷ ୭୫ ହଜାର ୮୯୦ କୋଟି ୨୩ ଲକ୍ଷ ୬୦ ହଜାର ଟଙ୍କା ବ୍ୟୟ ବରାଦ କରାଯାଇଛି । ବିଲ୍ ଉପରେ ବିସ୍ତୃତ ଆଲୋଚନା ଓ ବିଚାର ପରେ ବିଧାନସଭାରେ ବାଚସ୍ପତି ଏହାକୁ ପାରିତ କରିଛନ୍ତି ।

ଏପଟେ ବୁଧବାର ବିଧାନସଭାରେ ଆଲୋଚନାରେ ଅଂଶଗ୍ରହଣ କରି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି, ଶିଶୁ ନିଖୋଜ, ମହିଳା  ନିର୍ଯ୍ୟାତନା ଆଦି ପ୍ରସଙ୍ଗ ଉଠାଇ ସରକାରଙ୍କ ଉପରେ ବର୍ଷିଥିଲେ । ସେହିପରି ଆଲୋଚନାରେ ଅଂଶଗ୍ରହଣ କରି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ଯେ, ଏହି ବ୍ୟୟ ମଞ୍ଜୁରୀ ବିଲକୁ ସମର୍ଥନ କରିପାରୁନାହାନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ସ୍ଵେତପତ୍ରରେ ସରକାରଙ୍କ ବିଫଳତାକୁ ପଦାରେ ପକାଇଛି । ଯଦି ଆଇନଶୃଙ୍ଖଳା ପରସ୍ଥିତି ଯଦି ନିୟନ୍ତ୍ରଣ ଥାଏ, ପୋଲିସ  ୮ଥର ଗୁଳିଚାଳନା କଥା ସ୍ଵେତପତ୍ରରେ କାହିଁକି ଉଲ୍ଲେଖ ରହିଛି ବୋଲି ପ୍ରଶ୍ନ କରିଛନ୍ତି ସେ । ଦିନକୁ ୮ ଜଣ ଦୁଷ୍କର୍ମରେ ଶୀକାର ହେଉଛନ୍ତି । ରାଜ୍ୟ ସରକାରଙ୍କ ଜାରି ହୋଇଥିବା ସ୍ଵେତପତ୍ର ବାସ୍ତବରେ କଳାପତ୍ର କହିଲେ ନରସିଂହ ।

ଏପଟେ ଏହି ବଜେଟ ମହାମାରୀ ମୁକାବିଲା ଓ ଭଲ ସ୍ଵାସ୍ଥ୍ୟ ସେବା ପାଇଁ ୧୩ ହଜାର କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଏସସିବିକୁ ଏମ୍ସ ପ୍ଲସ କରିବା ପାଇଁ ୩ ବର୍ଷରେ ୩ ହଜାର ୫୦୦ କୋଟି ଟଙ୍କା ଦିଆଯାଇଛି ।୧୩-୧୪ରୁ ସ୍ଵତନ୍ତ୍ର କୃଷି ବଜେଟ ଆଗତ କରି ଆସୁଛୁ ବୋଲି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି ।  2013-14ରେ ୭ହଜାର ୧୬୨ କୋଟି ଥିବାବେଳେ ୨୧-୨୨ ୧୭ ହଜାର ୪୬୮ କୋଟିରେ ପହଞ୍ଚିଛି । ଦକ୍ଷତା ବିକାଶ, ସ୍ଵୟଂ ସହାୟକ ଗୋଷ୍ଠୀ ମାନଙ୍କୁ ଓ ଏମଏସଏମଇ କ୍ଷେତ୍ରକୁ ପ୍ରାଧାନ୍ୟ ଦିଆଯାଇଛି । ବିତୀୟ ପରିଚାଳନା ପାଇଁ ପଞ୍ଚଦଶ ଅର୍ଥ କମିଶନ ପ୍ରଶଂସା କରିଛନ୍ତି । ମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୋଷ ହୋଇ ବିରୋଧୀ ଦଳର କକ୍ଷତ୍ୟାଗ ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ 

17:00 March 31

ପୁଣି ଆରମ୍ଭ ହେଲା ଗୃହକାର୍ଯ୍ୟ

ଭୁବନେଶ୍ବର: ପୁଣି ଆରମ୍ଭ ହେଲା ଗୃହକାର୍ଯ୍ୟ । ଗୃହ ଆରମ୍ଭରୁ  ରାଜ୍ୟ ସରକାର ବିଜୁଳି ଦର ବୃଦ୍ଧି ସମ୍ପର୍କରେ ଓଇଆରସି ନିକଟରେ ପୁନର୍ବିଚାର ପାଇଁ ଆବେଦନ କରିବେ ବୋଲି ବିବୃତ୍ତି ରଖିଲେ ଶକ୍ତିମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର।

16:25 March 31

ପୁଣି 20 ମିନିଟ୍ ଗୃହ ମୁଲତବୀ

ଭୁବନେଶ୍ବର: ପୁଣି 20 ମିନିଟ୍ ଗୃହ ମୁଲତବୀ । ବିଧାନସଭାରେ ବିରୋଧୀଙ୍କ ହଟୋଗୋଳ କାରଣରୁ 20 ମିନିଟ୍ ଗୃହ ମୁଲତବୀ କଲେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । 

16:17 March 31

ପୁଣି ଆରମ୍ଭ ହେଲା ଗୃହକାର୍ଯ୍ୟ, ବିଜୁଳି ଦର ବୃଦ୍ଧି ନେଇ ସରକାରଙ୍କୁ ଘେରିଲେ ବିରୋଧୀ

ଭୁବନେଶ୍ବର: ଅପରାହ୍ନ ୪ଟାରେ ଆରମ୍ଭ ହେଲା ଗୃହ କାର୍ଯ୍ୟ। ଆରମ୍ଭରୁ ବିଜୁଳି ଦର ବୃଦ୍ଧି ନେଇ ବିରୋଧୀ ଦଳ ନେତା ଓ ନରସିଂହ ମିଶ୍ର ଆଲୋଚନା କରୁଛନ୍ତି। ତେବେ ସର୍ବଦଳୀୟ ବୈଠକ ମୂଲ୍ୟହୀନ ବୋଲି ଗୃହରେ କହିଛନ୍ତି ନରସିଂହ ମିଶ୍ର । ଏଥିସହ ସେ କହିଛନ୍ତି ବିଜୁଳି,ପେଟ୍ରୋଲ ଓ ଡିଜେଲ ଦର ସବୁ ବଢି ବଢି ଚାଲିଛି  । ଆମ ସରକାର କିଛି ଦେଖି ପାରୁନାହାନ୍ତି କି କିଛି ଶୁଣିପାରୁନାହାନ୍ତି । ଏପରିକି ପ୍ରଶ୍ନ ପଚାରିଲେ ମନ୍ତ୍ରୀ ଠିକ ଉତ୍ତର ଦେଇ ପାରୁନାହାନ୍ତି । ସରକାର  ଦୁଇ ଥର ଧାନ କିଣିବା କଥା କହିଥିଲେ । କିନ୍ତୁ ଏଯାଏଁ ଧାନ ଉଠିଲା ନାହିଁ  । ବିଧାନସଭାରେ ଘୋଷଣା କରି କିଛି କଲେ ନାହିଁ ବୋଲି ଅଭିଯୋଗ କରିଛନ୍ତି ନରସିଂହ ।

12:29 March 31

ଅପରାହ୍ନ 4 ଟା ଯାଏଁ ଗୃହ ମୁଲତବୀ

ବିଦ୍ୟୁତ ଦରବୃଦ୍ଧି ଓ ପିଏମ ଆବାସ ଯୋଜନାର ଲୋଗୋକୁ ନେଇ ଗୃହରେ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁଁ ଗୃହକୁ ଅପରହ୍ନ 4 ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି ।

12:16 March 31

ହୋହଲ୍ଲା ଭିତରେ ଗୃହ କାର୍ଯ୍ୟ ଆରମ୍ଭ

ହୋହଲ୍ଲା ଭିତରେ ଗୃହ କାର୍ଯ୍ୟ ଆରମ୍ଭ । ପୂର୍ବରୁ ବିଦ୍ୟୁତ ଦରବୃଦ୍ଧି ଓ ପିଏମ ଆବାସ ଯୋଜନାର ଲଗୋକୁ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ ।

11:59 March 31

ପୁଣି 10 ମିନିଟ ପାଇଁ ଗୃହ ମୁଲତବୀ

ପୁଣି 10 ମିନିଟ ପାଇଁ ଗୃହ ମୁଲତବୀ ।

11:44 March 31

୧୫ ମିନିଟ ପାଇଁ ଗୃହ ମୁଲତବୀ,ବାଚସ୍ପତି ଡାକିଲେ ସର୍ବଦଳୀୟ ବୈଠକ

ଦଳମତ ନିର୍ବିଶେଷରେ ନିଷ୍ପତ୍ତି ହେଉ  । ସେଥିପାଇଁ ସର୍ବଦଳୀୟ ବୈଠକ ଡାକି ନିଷ୍ପତ୍ତି ନିଆଯାଉ । କୋରୋନା ସମୟରେ ବିଦ୍ୟୁତ ଶୁଳ୍କ ୟୁନିଟ ପିଛା ୨୦ ପଇସା ବଢେଇଥିଲେ, ଏବେ ୩୦ ପଇସା ବଢେଇଛନ୍ତି । ଯାହା ବୋଝ ଉପରେ ଳଳିତା ବିଡା ସଦୃଶ । ରାଜ୍ୟ ସରକାର ତୁରନ୍ତ ଓଇଆରସିକୁ କହି ଏହି ଦର ବୃଦ୍ଧିକୁ ପ୍ରତ୍ୟାହାର କରିବା ପାଇଁ ଦାବି କରିଛନ୍ତି ବିରୋଧୀ।

10:33 March 31

ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ, 11.30 ପର୍ଯ୍ୟନ୍ତ ଗୃହ ମୁଲତବୀ

ଗୃହ ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ, ଗୃହ 11.30 ପର୍ଯ୍ୟନ୍ତ ମୁଲତବୀ

ଗୃହ ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ । ପ୍ରଧାନମନ୍ତ୍ରୀ ଆବାସ ଯୋଜାନକୁ ନେଇ ବିଧାନସଭାରେ ହଟ୍ଟଗୋଳ କଲେ ବିରୋଧୀ । 11.30 ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କଲେ ବାଚସ୍ପତି ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବିଜୁ ପକ୍କା ଘର ଲୋଗୋ ଲାଗି ହେଉଥିବା ଚଞ୍ଚକତା ଓ ବର୍ଦ୍ଧିତ ବିଦ୍ୟୁତ ଦେୟକୁ ନେଇ ବିଧାନସଭାରେ ହଟ୍ଟଗୋଳ । ବିଜେପି ଉଠାଇଲା ପ୍ରସଙ୍ଗ । ସେପଟେ କଂଗ୍ରେସର ବର୍ଦ୍ଧିତ ବିଦ୍ୟୁତ ଦେୟ ପ୍ରସଙ୍ଗ । 

10:26 March 31

ଆସନ୍ତା 3 ତାରିଖ ଯାଏଁ ଗୃହ ମୁଲତବୀ

ଆରମ୍ଭ ହେଲା ବିଧାନସଭା ଅଧିବେଶନ । ଗୃହରେ ଆରମ୍ଭ ହୋଇଛ ପ୍ରଶ୍ନକାଳ । ଗୃହ ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ ।

Last Updated : Mar 31, 2021, 7:46 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.