ETV Bharat / city

ଆସନ୍ତାକାଲି ସକାଳ 10.30 ପର୍ଯ୍ୟନ୍ତ ଗୃହ ମୁଲତବୀ

odisha assembly live update
ଆରମ୍ଭ ହେଲା ଗୃହ କାର୍ଯ୍ୟ,ଆରମ୍ଭ ହୋଇଛି ପ୍ରଶ୍ନକାଳ
author img

By

Published : Mar 24, 2021, 10:36 AM IST

Updated : Mar 24, 2021, 7:34 PM IST

19:27 March 24

ଗୁରୁବାର ସକାଳ 10.30 ପର୍ଯ୍ୟନ୍ତ ଗୃହ ମୁଲତବୀ

ଗୁରୁବାର ସକାଳ 10.30 ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ।

17:42 March 24

ଧାରଣାସ୍ଥଳକୁ ଯାଇ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରନ୍ତୁ ସରକାରଙ୍କ ପ୍ରତିନିଧି

ମାଷ୍ଟରକ୍ୟାଣ୍ଟିନ ଛକକୁ ଧାରଣା ଦେବାକୁ ବିଭିନ୍ନ ସଙ୍ଗଠନ କାହିଁକି ଆସୁଛନ୍ତି ? ସେ ବିଷୟ ବୁଝିବା ପାଇଁ ସରକାର ଜଣେ ଅଫିସରଙ୍କୁ ନିଯୁକ୍ତି ଦିଅନ୍ତୁ ,ଯିଏ କି ପ୍ରତ୍ୟେକ ଦିନ ସେଠାକୁ ଯାଇ ସେମାନଙ୍କ ସହ ଆଲୋଚନା କରିବେ ଓ ସେ ବିଷୟରେ ସରକାରଙ୍କୁ ଜଣାଇବେ । ଏପରି ଗୃହରେ କିଛି ପ୍ରସ୍ତାବ ରଖିଛନ୍ତି  ବିରୋଧୀ ଦଳ ନେତା ପ୍ରଦିପ୍ତ ନାୟକ ।  

ଧାରଣା ସ୍ଥଳରେ କାହିଁକି ସରକାରଙ୍କ କେହି ପ୍ରତିନିଧି ଯାଇ ଆଲୋଚନା କରୁନାହାନ୍ତି । ଜଙ୍ଗଲ ବିଭାଗରେ କାର୍ଯ୍ୟ କରୁଥିବା କିଛି କର୍ମଚାରା ଆଜି ରାଜରାସ୍ତାରେ ବସିଛନ୍ତି । ସରକାର ତୁରନ୍ତ ଏଦିଗରେ ଦୃଷ୍ଟି ଦିଅନ୍ତୁ ବୋଲି କହିଛନ୍ତି ପ୍ରଦିପ୍ତ । ତେବେ ବିରୋଧୀ ଦଳର ନେତାଙ୍କ ଏପରି ବିବୃତି ପରେ ବିଭାଗୀୟ ମନ୍ତ୍ରୀଙ୍କୁ ଏବାବଦରେ ବିଚାର କରିବା ପାଇଁ ବାଚସ୍ପତି ନିର୍ଦେଶ ଦେଇଛନ୍ତି । 

12:43 March 24

ଗୃହରେ ବିଜେପି ଓ କଂଗ୍ରେସର ହଟ୍ଟଗୋଳ, ଅପରାହ୍ନ 4ଟା ପର୍ଯ୍ୟନ୍ତ ଗୃହ ମୁଲତବୀ

ଅପରାହ୍ନ 4ଟା ପର୍ଯ୍ୟନ୍ତ ଗୃହ ମୁଲତବୀ । ଶୂନ୍ୟକାଳରେ ବିରୋଧୀଦଳ ଉପନେତା ବିଷ୍ଣୁ ସେଠୀ ଓ କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜାଙ୍କୁ  କହିବା ପାଇଁ ସୁଯୋଗ ଦିଆ ନ ଯିବା ଅଭିଯୋଗ । ଗୃହର ମଧ୍ୟ ଭାଗକୁ ଆସି ଉଭୟ ବିଜେପି ଓ କଂଗ୍ରେସ ହଟ୍ଟଗୋଳ କରିଛନ୍ତି ।

12:22 March 24

ଶୂ୍ନ୍ୟକାଳରେ ଦରଦାମ ବୃଦ୍ଧି ପ୍ରସଙ୍ଗ ଉଠାଇଲା କଂଗ୍ରେସ

ବିଧାନସଭାରେ ଉଠିଲା ଦରଦାମ ବୃଦ୍ଧି ପ୍ରସଙ୍ଗ । ବିଧାନସଭାର ଶୂ୍ନ୍ୟକାଳରେ ଦରଦାମ ବୃଦ୍ଧି ପ୍ରସଙ୍ଗକୁ  ଉଠାଇଛି କଂଗ୍ରେସ । ଖାଇବା ତେଲ ଡିଜେଲ ପେଟ୍ରୋଲ ରନ୍ଧନ ଗ୍ୟାସ ଦର ବୃଦ୍ଧିକୁ ନେଇ ଉଠାଇଛି କଂଗ୍ରେସ ।

12:08 March 24

ବିଧାନସଭାରେ ଉଠିଲା ବ୍ୟୋମକେଶଙ୍କ ଅଡ଼ିଓ ଭାଇରାଲ ପ୍ରସଙ୍ଗ

ବିଧାନସଭାରେ ଉଠିଲା ବ୍ୟୋମକେଶଙ୍କ ଅଡ଼ିଓ ଭାଇରଲ ପ୍ରସଙ୍ଗ । ଶୂନ୍ୟକାଳରେ ବ୍ୟୋମକେଶଙ୍କ ଅଡ଼ିଓ ଭାଇରାଲକୁ ନେଇ ବିଧାନସଭାରେ ମୁହାଁମୁହିଁ ହେଲେ ପ୍ରଦୀପ୍ତ ଓ ବ୍ୟୋମକେଶ ରାୟ ।

ଏହି ପ୍ରସଙ୍ଗକୁ ନେଇ ଉଦବେଗ ପ୍ରକାଶ କଲେ ବିରୋଧୀ ଦଳ ନେତା । ରାଜ୍ୟରେ କିପରି ଶାସନ ଚାଲିଛି ଶାସକ ଦଳର ନେତା ସାଧାରଣ ପୋଲିସ ଏଏସଆଇଙ୍କୁ ଧମକାଇବେ କି ? ଏହି ଘଟଣାର ନିରପେକ୍ଷ ତଦନ୍ତ ଦାବି କଲେ ବିରୋଧୀ ଦଳ ନେତା । ବିଧାୟକ ମାନେ ନିଜ ଆଚରଣରେ ଶାଳୀନତା ରଖନ୍ତୁ ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରଦୀପ୍ତ । ସେପଟେ ଗୃହରେ ବ୍ୟୋମକେଶଙ୍କ ବିବୃତି  ଗୃହକୁ ବିଭ୍ରାନ୍ତି କରୁଛନ୍ତି ବିରୋଧୀ ଦଳ ନେତା ସେ ପୋଲିସ ଜଣକ ଗରିବ ଲୋକଙ୍କୁ ହଇରାଣ ହରକତ କରୁଥିଲା । ତେଣୁ ମୁଁ ତାକୁ ଫୋନ କରିଥିଲି । ମୁଁ କହିଥିଲି ଆଇନ ତା ବାଟରେ ଯିବ ବୋଲି । ସେ ଟଙ୍କା ଆଦାୟ କରୁଥିଲେ । ଲୋକଙ୍କୁ ହଇରାଣ କରୁଥିଲେ । ମୋ ଅଡ଼ିଓ ଟେପକୁ ବିଭ୍ରାନ୍ତି କରି ଦେଖାଯାଉଛି ।  

ଯଦି ବାଚସ୍ପତି ଚାହିଁବେ ସମ୍ପୂର୍ଣ୍ଣ ଅଡ଼ିଓ ମୁଁ ଗୃହରେ ଉପସ୍ଥାପନ କରିପାରିବି । ମୁଁ ଜଣେ ବିଧାୟକ ମଧ୍ୟବିତ୍ତ ପରିବାରରୁ ଆସିଛି । ମୁଁ ପିଏଚଡ଼ି କରିଛି । ବ୍ୟବହାର କେମିତି କରାଯିବ ସେ କଥା ମୋତେ ଶିଖାନ୍ତୁନି । ବିଜେପିକୁ କାଉଣ୍ଟର କରି କହିଲେ ମୟୂରଭଞ୍ଜର ଜଣେ ବିଧାୟକ ଆସିଷ୍ଟାଣ୍ଟ ଇଂଜିନିୟରକୁ ମାଡ଼ ମାରି ଗିରଫ ହୋଇଥିଲେ ।

11:22 March 24

ପ୍ରଶ୍ନକାଳ, ଉତ୍ତର ରଖୁଛନ୍ତି ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ

ପ୍ରଶ୍ନକାଳରେ ଉତ୍ତର ରଖୁଛନ୍ତି ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ । 

10:49 March 24

ଗୃହରେ ଉତ୍ତର ରଖୁଛନ୍ତି କୃଷିମନ୍ତ୍ରୀ

ବିଧାନସଭାରେ ଚାଲିଛି ପ୍ରଶ୍ନକାଳ । କୃଷିବିଭାଗର ବିଭିନ୍ନ ପ୍ରଶ୍ନର ଉତ୍ତର ରଖୁଛନ୍ତି କୃଷିମନ୍ତ୍ରୀ ଅରୁଣ କୁମାର ସାହୁ । ମାପ ଓ ଓଜନ ବିଷୟରେ ଉତ୍ତର ରଖୁଛନ୍ତି ।

09:59 March 24

ଆରମ୍ଭ ହେଲା ବିଧାନସଭା ଅଧିବେଶନ

ଆରମ୍ଭ ହେବା ବିଧାନସଭା ବଜେଟ ଅଧିବେଶନ ଦ୍ବିତୀୟ ପର୍ଯ୍ୟାୟର ଏକାଦଶ ଦିନ । ଗୃହ ଆରମ୍ଭରୁ ଆରମ୍ଭ ହୋଇଛି ପ୍ରଶ୍ନକାଳ । ବିଭିନ୍ନ ପ୍ରଶ୍ନର ଉତ୍ତର ରଖୁଛନ୍ତି ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାସ ।

Last Updated : Mar 24, 2021, 7:34 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.