ଭୁବନେଶ୍ବର: ବିଧାନସଭା ବଜେଟ ଅଧିବେଶନ ପରେ ବସିଲା ପ୍ରଥମ ଷ୍ଟାଣ୍ଡିଙ୍ଗ କମିଟି ବୈଠକ । ବରିଷ୍ଠ ବିଜେଡି ବିଧାୟକ ପ୍ରଦୀପ ଅମାତଙ୍କ ଅଧ୍ୟକ୍ଷତାରେ ବସିଲା 8 ଜଣିଆ ସଦସ୍ୟ ବୈଠକ । ବୈଠକରେ ବହୁ ଗୁରୁତ୍ବପୂର୍ଣ୍ଣ ବିଭାଗର ପ୍ଲାନିଂ ବୈଠକ ଅନୁଷ୍ଠିତ ହୋଇଛି ।
ବୈଠକରେ ପରିବହନ, ବାଣିଜ୍ୟ, ଇସ୍ପାତ, ଖଣି, ଜଙ୍ଗଲ ପରିବେଶ ବିଭାଗରେ ବହୁ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା ହୋଇଥିଲା । ପ୍ରଥମ ବୈଠକରେ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ଆଗାମୀ ଦିନରେ ଷ୍ଟାଣ୍ଡିଙ୍ଗ କମିଟି ଜରିଆରେ ବିଧାନସଭାକୁ ପରିପୁଷ୍ଟ କରାଯାଇ ବହୁ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ସମାପନ କରାଯିବ ବୋଲି ଅଧ୍ୟକ୍ଷ କହିଛନ୍ତି ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ