ଭୁବନେଶ୍ବର: ଫେବୃଆରୀ ୧୮ ତାରିଖରେ ଆରମ୍ଭ ହେବ ଓଡିଶା ବିଧାନସଭାର ବଜେଟ ଅଧିବେଶନ । ଫେବୃଆରୀ ୨୨ ତାରିଖରେ ଆଗତ ହେବ ବଜେଟ । ଏହି ଅଧିବେଶନରେ ମୋଟ 30ଟି କାର୍ଯ୍ୟ ଦିବସ ରହିବ।
ସୋମବାର ସଂସଦରେ ସାଧାରଣ ବଜେଟ ଉପସ୍ଥାପିତ ହେବା ପରେ ରାଜ୍ୟରେ ମଧ୍ୟ ବଜେଟ ଅଧିବେଶନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଫେବୃଆରୀ ୧୮ ତାରିଖରେ ରାଜ୍ୟ ବିଧାନସଭା ଅଧିବେଶନ ଆରମ୍ଭ ହେବ । ଫେବୃଆରୀ ୨୨ ତାରିଖରେ ଆଗତ ହେବ 2021-22 ଆର୍ଥିକ ବର୍ଷ ପାଇଁ ବଜେଟ । ଦୁଇଟି ପର୍ଯ୍ୟାୟରେ ଚାଲିବ ବଜେଟ ଅଧିବେଶନ । ଏପ୍ରିଲ ୯ ତାରିଖ ଯାଏଁ ଚାଲିବ ବଜେଟ ଅଧିବେଶନ । ଏହାସହ ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହେବ ବଜେଟ ଅଧିବେଶନ । ମାର୍ଚ୍ଚ ୧ ରୁ ୧୧ ଯାଏଁ ବନ୍ଦ ରହିବ ଅଧିବେଶନ । ୩୧ ତାରିଖରେ ଆସିବ ବ୍ୟୟ ମଞ୍ଜୁର ବିଲ ।
ଭୁବନେଶ୍ବରରୁ ତପନ କୁମାର ଦାସ,ଇଟିଭି ଭାରତ