ଭୁବନେଶ୍ବର: ମଙ୍ଗଳବାର ଦିନ ୧୦.୩୦ ପର୍ଯ୍ୟନ୍ତ ଗୃହ ମୁଲତବୀ କରିଛନ୍ତି ବାଚସ୍ପତି । ବିଧାନସଭାର ପଞ୍ଚମ ଦିନରେ ଗୃହରେ ୪ଟି ବିଲ୍ ପାରିତ ହୋଇଛି । ସୋମବାର ସକାଳୁ ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ଗୃହରେ ପାରିତ ହୋଇଥିଲା ୩ଟି ବିଲ୍ । ଏହାପରେ ଅପରାହ୍ଣରେ ବିଧାନସଭାରେ ଓଡ଼ିଶା ପୌର ଆଇନ ସଂଶୋଧନ ବିଲ୍ ପାରିତ ହୋଇଛି ।
ମୌସୁମୀ ଅଧିବେଶନର ପଞ୍ଚମ ଦିନରେ ରାଜ୍ୟରେ ସମ୍ଭାବ୍ୟ ମରୁଡ଼ି ସ୍ଥିତିକୁ ନେଇ ଗୃହ ସରଗରମ ରହିଥିଲା । ବିରୋଧୀମାନେ ରାଜ୍ୟ ସରକାରଙ୍କୁ ଏହାକୁ ନେଇ ଉତ୍ତର ରଖିବାକୁ ଦାବି କରିଥିଲେ । ଏହାକୁ ନେଇ ରାଜସ୍ବ ମନ୍ତ୍ରୀ ଉତ୍ତର ରଖିଥିଲେ ସୁଦ୍ଧା ଅସନ୍ତୋଷ ପ୍ରକାଶ କରିଥିଲେ କଂଗ୍ରେସ ବିଧାୟକ ଦଳ ନେତା ।
ସେପଟେ ମରୁ଼ଡ଼ି ମୁକାବିଲାକୁ ନେଇ କେନ୍ଦ୍ର ସରକାରଙ୍କ ଫସଲ ବୀମା ଯୋଜନା ରହିଛି । ତେବେ ରାଜ୍ୟ ସରକାର ଏହି ଯୋଜନାକୁ ପ୍ରଣୟନ କରୁନଥିବା ଅଭିଯୋଗ କରିଥିଲେ ବିଜେପି ବିଧାୟକ ମୁକେଶ ମହାଲିଙ୍ଗ । ଏହାକୁ ନେଇ ଗୃହରେ ନରସିଂହ ମିଶ୍ର ଓ ମୁକେଶ ମହାଲିଙ୍ଗ ମୁହାଁମୁହିଁ ମଧ୍ୟ ହୋଇଥିଲେ ।
ଭୁବନେଶ୍ବରରୁ ରୁଦ୍ର ନାରାୟଣ ଦାସ ଓ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ