ଭୁବନେଶ୍ବର: ଅପରାହ୍ନ ଅଧିବେଶନ ସ୍ୱାଭାବିକ ହେବା ପରେ ଗୃହରେ କୋଭିଡ ପରିଚାଳନାର ଅବ୍ୟବସ୍ଥା ପ୍ରସଙ୍ଗ ଉଠାଇଥିଲେ ବିରୋଧୀଦଳ ନେତା । ବିରୋଧୀଦଳ ନେତାଙ୍କ ଉଦବେଗ ପରେ ବାଚସ୍ପତି ଜାରି କରିଛନ୍ତି ରୁଲିଂ । ସେହିପରି ଓଡିଶା ବିଶ୍ୱବିଦ୍ୟାଳୟ ଆଲୋଚନା ବିଲ ଅସମାପ୍ତ ରହିଥିବାବେଳେ ଆସନ୍ତାକାଲି ଅର୍ଥାତ ରବିବାର ଦିନ ୧୦.୩୦ ଯାଏ ଗୃହ ମୁଲତବୀ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ।
ଅନେକ ବିଧାୟକ ବିଭିନ୍ନ ସମସ୍ୟା କଥା କହୁଛନ୍ତି ତେଣୁ ବିଭାଗୀୟ ମନ୍ତ୍ରୀ ଏକ ସ୍କ୍ୱାର୍ଡ କରି ପ୍ରାଇଭେଟ ଓ ସରକାରୀ ହସ୍ପିଟାଲ ଚେକ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ।
ସେହିପରି ଆସନ୍ତା ୪ ତାରିଖରେ ବିଧାୟକ ଓ କର୍ମଚାରୀଙ୍କ କୋଭିଡ ଟେଷ୍ଟ ହେବନାହିଁ ବୋଲି ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି । କେବଳ ଥର୍ମାଲ ସ୍କ୍ରିନିଂ ବ୍ୟବସ୍ଥା କରାଯିବ ବୋଲି ବାଚସ୍ପତି କହିଛନ୍ତି । ଯେଉଁମାନଙ୍କର ତାପମାତ୍ରା ରହିବ, ଲକ୍ଷଣ ଦେଖାଯିବ ଆଣ୍ଟିଜେନ ଟେଷ୍ଟ କରାଯିବ । ବିଧାନସଭା ଶେଷ ଦିନ ପୁନର୍ବାର ଆରଟିପିସିଆର ଟେଷ୍ଟ କରାଯିବନି । ସୂଚନା ଅନୁସାରେ ୪ ତାରିଖ ଦିନ ସଦସ୍ୟ ସଦସ୍ୟାଙ୍କ ପୁନର୍ବାର ଟେଷ୍ଟ ନେଇ ଜାରି ହୋଇଥିଲା ବିଜ୍ଞପ୍ତି ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ