ETV Bharat / city

ଏଣିକି ଗୃହ ମଧ୍ୟଭାଗକୁ ଆସି ହୋହାଲ୍ଲା କରିପାରିବେନି ବିଧାୟକ

ବିଧାନସଭାରେ ଅଚଳାବସ୍ଥା । ଗୃହ ଚଳାଇ ଦେଉନାହାନ୍ତି ବିରୋଧୀ । ଗୃହ 4.42 ଯାଏ ମୁଲତବୀ । ସ୍ବାଭାବିକ ପାଇଁ ସର୍ବଦଳୀୟ ବୈଠକ ଡକାଇଲେ ବାଚସ୍ପତି ।

author img

By

Published : Nov 13, 2019, 5:04 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ବିଧାନସଭାରେ ଅଚଳାବସ୍ଥା । ଗୃହ ଚଳାଇ ଦେଉନାହାନ୍ତି ବିରୋଧୀ । ଗୃହ 4.42 ଯାଏଁ ମୁଲତବୀ । ସ୍ବାଭାବିକ ପାଇଁ ସର୍ବଦଳୀୟ ବୈଠକ ଡକାଇଲେ ବାଚସ୍ପତି ।

ବିଧାୟକଙ୍କୁ ଗୃହ ମଧ୍ୟ ଭାଗକୁ ଆସିବା ଉପରେ କଟକଣା, ଗୃହରେ ଅଚଳାବସ୍ଥା

ସେପଟେ ଗୃହ ମୁଲତବୀ ନେଇ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି,‘ଆମେ book circle 47 ପାଇଁ ସଚେତନ ଅଛୁ । ଯଦି କେହି ଅଫିସର ମାନି ନଥିଲେ, ସବୁ ଅଧିକାର ଅଛି ସ୍ବାଧୀକାର କମିଟିର ହସ୍ତକ୍ଷେପ ପାଇଁ । ମୁଁ ସବୁ ଦଳ ନେତାଙ୍କୁ ଗୋଟେ ଚିଠି ପଠେଇଛି ଯେ ଗୃହ ମଧ୍ୟଭାଗକୁ ଆସିବା ଭବିଷ୍ୟତ ଉପରେ ଖରାପ ପ୍ରଭାବ ପକାଉଛି । ସଂସଦର ବାଚସ୍ପତି ଓମ ବିର୍ଲା ବି ସମାନ କଥା କହିଛନ୍ତି । ଆମେ କମିଟି ହୋଇ ହିମାଚଳ ପ୍ରଦେଶ ବିଧାନସଭା ଯାଇଥିଲୁ । ସେଠି କେହି ଗୃହ ମଧ୍ୟ ଭାଗକୁ ଆସନ୍ତି ନାହିଁ । କୌଣସି ମନ୍ଦ ଉଦେଶ୍ୟରେ କହିନଥିଲି । ମୁଁ ସକାଳେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କୁ ଦେଖିନଥିବାରୁ ନରସିଂହ ମିଶ୍ରଙ୍କୁ ସୁଯୋଗ ଦେଲି । କ୍ଷମା ବି ମାଗିଛି । ପ୍ରଶ୍ନଉତ୍ତର ବନ୍ଦ ହୁଏନି । ଉଭୟ ବିରୋଧୀଙ୍କ ସମାନ ପ୍ରସଙ୍ଗରେ ଆଲୋଚନା ଦାବି କରିଥିଲେ । ଗୃହ ଶାନ୍ତ କରିବାକୁ ମୁଲତବୀ କଲି । ବିରୋଧୀ ଦଳ ନେତା ଯେଉଁ ଭାବେ ଚିଠି ଦେଇଥିଲେ, ସେମିତି ହୁଏନି । ହୁଏତ କାଲି ଏହି ମୋଶନ ଉପରେ ଆଲୋଚନା ହୋଇପାରିବ ।’

ଅନ୍ୟପଟେ ଏହାକୁ ନେଇ ନରସିଂହ ମିଶ୍ର କହିଛନ୍ତି,‘ସରକାର ଆଲୋଚନା ପାଇଁ ଚାହୁଁନାହାନ୍ତି । ପ୍ରଶ୍ନକାଳକୁ ବାତିଲ କରାଯାଇ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହେବାର ପରମ୍ପରା ରହିଛି ।’

ଯାଜପୁର ସ୍ମିତାରାଣୀ ମୃତ୍ୟୁ ପ୍ରସଙ୍ଗରେ ଆଲୋଚନା ପାଇଁ ବାଚସ୍ପତିଙ୍କୁ ଚିଠି ଲେଖିଥିଲେ ନରସିଂହ । ପ୍ରଶ୍ନକାଳକୁ ବାତିଲ କରି ଆଲୋଚନା ପାଇଁ ଦାବି କରିଥିଲେ ନରସିଂହ । ତେବେ ବାଚସ୍ପତି ଶୂନ୍ୟକାଳରେ ପ୍ରସଙ୍ଗ ଉଠାଇବାକୁ କହିଥିଲେ । ଏ ପ୍ରସଙ୍ଗରେ ଉଭୟ କଂଗ୍ରେସ ଓ ବିଜେପି ମୁଲତବୀ ପ୍ରସ୍ତାବ ଦେଇଥିଲେ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ବିଧାନସଭାରେ ଅଚଳାବସ୍ଥା। ଗୃହ ଚଳାଇ ଦେଉନାହାନ୍ତି ବିରୋଧୀ। ସ୍ୱାଭାବିକ ପାଇଁ। ସର୍ବଦଳୀୟ ବୈଠକ ଡକାଇଲେ ବାଚସ୍ପତି। ଗୃହ 4.42 ଯାଏ ମୁଲତବୀ। ଏନେଇ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି, ଆମେ book circle 47 ପାଇଁ ସଚେତନ ଅଛୁ। ଯଦି କେହି ଅଫିସର ମାନେ ନଥିଲେ, ସବୁ ଅଧିକାର ଅଛି ସ୍ବାଧୀକାର କମିଟିର ହସ୍ତକ୍ଷେପ ପାଇଁ।
ମୁଁ ସବୁ ଦଳ ନେତାଙ୍କୁ ଗୋଟେ ଚିଠି ପଠେଇଛି ଯେ ଗୃହ ମଧ୍ୟ ଭାଗକୁ ଆସିବା ଭବିଷ୍ୟତ ଉପରେ ଖରାପ ପ୍ରଭାବ ପକାଉଛି। ସଂସଦର ବାଚସ୍ପତି ଓମ ବିର୍ଲା ବି ସମାନ କଥା କହିଛନ୍ତି। ଆମେ କମିଟି ହୋଇ ହିମାଚଳ ପ୍ରଦେଶ ବିଧାନସଭା ଯାଇଥିଲୁ। ସେଠି କେହି ଗୃହ ମଧ୍ୟ ଭାଗକୁ ଆସନ୍ତି ନାହିଁ। କୌଣସି ମନ୍ଦ ଉଦେଶ୍ୟରେ କହିନଥିଲି। ମୁଁ ସକାଳେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କୁ ଦେଖିନଥିବାରୁ ନରର୍ସିଂ ମିଶ୍ରଙ୍କୁ ସୁଯୋଗ ଦେଲି। କ୍ଷମା ବି ମାଗିଛି। ପ୍ରଶ୍ନଉତ୍ତର ବନ୍ଦ ହୁଏନି। ଉଭୟ ବିରୋଧୀଙ୍କ ସମାନ ପ୍ରସଙ୍ଗରେ ଆଲୋଚନା ଦାବି କରିଥିଲେ। ଗୃହ ଶାନ୍ତ କରିବାକୁ ମୁଲତବୀ କଲି। ବିରୋଧୀ ଦଳ ନେତା ଯେଉଁ ଭାବେ ଚିଠି ଦେଇଥିଲେ, ସେମିତି ହୁଏନି। ହୁଏତ କାଲି ଏହି ମୋସନ ଉପରେ ଆଲୋଚନା ହୋଇପାରିବ।
Body:ନରସିଂହ ମିଶ୍ର ନଙ୍କ ପ୍ରତିକ୍ରିୟା।।ସରକର ଆଲୋଚନା ପାଇଁ ଚାହୁଁନାହାନ୍ତି। ପ୍ରଶ୍ନ କଲକୁ ବାତିଲ କରାଯାଇ ଗୁରୁତ୍ୱ ପୂର୍ଣ ପ୍ରସଙ୍ଗ ଉପରେ ଆଲୋଚନା ହେବାର ପରମ୍ପରା ରହିଛି। ଯାଜପୁର ସ୍ମିତାରଣୀ ମୃତ୍ୟୁ ପ୍ରସଙ୍ଗ ରେ ଆଲୋଚନା ପାଇଁ ବାଚସ୍ପତିଙ୍କ ଉ ଚିଠି ଲେଖିଥିଲେ ନରସିଂହ। ପ୍ରଶଂକାଳକୁ ବାତିଲ କରି ଆଲୋଚନା ପାଇଁ ଦାବି କରିଥିଲେ ନରସିଂହ। ବାଚସ୍ପତି ଶୂନ୍ୟକାନରେବେ ପ୍ରସଙ୍ଗ ଉଠାଇ ବାକୁ ବାଚସ୍ପତି କହିଥିଲେ। ଏ ପ୍ରସଙ୍ଗରେ ଉଭୟ କଂଗ୍ରେସ ଓ ବିଜେପି ମୁଲତବୀ ପ୍ରସ୍ତାବ ଦେଇଥିଲେ।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.