ETV Bharat / city

ଗୃହରେ ଧାନକିଣା ତାତି, ଏକ ମିନିଟ୍‌ ବି ଚାଲିଲାନି ବିଧାନସଭା ପ୍ରଶ୍ନକାଳ

author img

By

Published : Feb 24, 2020, 11:01 AM IST

Updated : Feb 24, 2020, 11:22 AM IST

ସୋମବାର ବିଧାନସଭା ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ । ଗୃହ 11.30 ଯାଏଁ ମୁଲତବୀ । ଅଧିକ ପଢନ୍ତୁ...

odisha assembly adjourned
ଗୃହରେ ଧାନକିଣା ତାତି, ଏକ ମିନିଟ୍‌ ବି ଚାଲିଲାନି ବିଧାନସଭା ପ୍ରଶ୍ନକାଳ

ଭୁବନେଶ୍ବର: ତିନି ଦିନର ମୁଲତବୀ ପରେ ଆଜି(ସୋମବାର) ବିଧାନସଭାର ବଜେଟ୍‌ ଅଧିବେଶନ ପୁଣି ଆରମ୍ଭ ହୋଇଥିଲା । ତେବେ ଗୃହ ଆରମ୍ଭ ହେବା ମାତ୍ରେ ବିରୋଧୀ, ଧାନ କିଣାକୁ ନେଇ ହୋହଲ୍ଲା କରିଥିଲେ । ଫଳରେ ଗୃହକୁ 11.30 ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ।

ଧାନ କିଣାକୁ ନେଇ ବିଧାନସଭାରେ ବିରୋଧୀଙ୍କ ହୋହଲ୍ଲା ଓ ହଟ୍ଟଗୋଳ । ଏବେ ବି ବାହାରେ ପଡି ରହିଛି ଧାନ । ବିକ୍ରି କରିପାରୁ ନାହାଁନ୍ତି ଚାଷୀ । ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ କେନ୍ଦ୍ର । ଚାଷୀ ମଣ୍ଡି ବାହାରେ ବସିଛି । ମୁଣ୍ଡରେ ତାର ଚଡକ ପଡିଛି ବୋଲି ଅଭିଯୋଗ କରି ବିରୋଧୀ କଂଗ୍ରେସ ସଭ୍ୟ ପ୍ରଥମେ ହୋହଲ୍ଲା କରିଥିଲେ । କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଏହି ପ୍ରସଙ୍ଗ ଉଠାଇ ଗୃହ ମଧ୍ୟ ଭାଗକୁ ଚାଲି ଆସିଥିଲେ ।

ବିଜେପିର ସଭ୍ୟ ମଧ୍ୟ ଏହି ପ୍ରସଙ୍ଗ ଉଠାଇଥିଲେ । ଫଳରେ ଗୃହ 1 ମିନିଟ ବି ଚାଲିପାରିଲା ନାହିଁ । ପ୍ରଶ୍ନକାଳ ବାତିଲ କରି ଆଲୋଚନା କରିବାକୁ ବିରୋଧୀ ଅଡି ବସିଥିଲେ । ଫଳରେ 11 ଟା 30 ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି । ଆଜି ଗୃହ, ସ୍ବାସ୍ଥ୍ୟ, ରାଜସ୍ବ, ଖଣି ବିଭାଗର ପ୍ରଶୋତ୍ତର କାର୍ଯ୍ୟକ୍ରମ ଥିଲା ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Last Updated : Feb 24, 2020, 11:22 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.