ବାରିପଦା: ସଂଯୁକ୍ତ ରାଷ୍ଟ୍ର ସମୂହ (UAE) ରେ 2007 ରୁ ରହିଆସୁଥିବା ଓଡ଼ିଆ ଝିଅ ତଥା ଉତ୍କୃଷ୍ଟ କଳାକାର ମୋନା ବିଶ୍ବରୂପା ମହାନ୍ତିଙ୍କୁ ବୁଧବାର ମିଳିଛି ଖାଡ଼ି ଦେଶର ପ୍ରତିଷ୍ଠିତ ଗୋଲ୍ଡେନ ଭିସା । ଚାରୁକଳା ପାଇଁ ଦୁବାଇର କଳା ଓ ସଂସ୍କୃତି ବିଭାଗ ଦେଲା ଭିସା । ପ୍ରଥମ ଓଡ଼ିଆ କଳାକାର ଭାବେ ବିଶ୍ବରୂପା ଏହି କୃତ୍ତିତ୍ବ ଅର୍ଜନ କରିଛନ୍ତି । ଏହି ଉପଲବ୍ଧି ପାଇଁ ବିଶ୍ବରୂପାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
-
Congratulate Mona Biswarupa Mohanty @MonaBiswarupa, an artist from Mayurbhanj, on becoming the first Odia artist to receive UAE's coveted #GoldenVisa, a long-term residence visa for 10 years. Her remarkable achievement will inspire others to excel in various fields globally.
— Naveen Patnaik (@Naveen_Odisha) June 30, 2021 " class="align-text-top noRightClick twitterSection" data="
">Congratulate Mona Biswarupa Mohanty @MonaBiswarupa, an artist from Mayurbhanj, on becoming the first Odia artist to receive UAE's coveted #GoldenVisa, a long-term residence visa for 10 years. Her remarkable achievement will inspire others to excel in various fields globally.
— Naveen Patnaik (@Naveen_Odisha) June 30, 2021Congratulate Mona Biswarupa Mohanty @MonaBiswarupa, an artist from Mayurbhanj, on becoming the first Odia artist to receive UAE's coveted #GoldenVisa, a long-term residence visa for 10 years. Her remarkable achievement will inspire others to excel in various fields globally.
— Naveen Patnaik (@Naveen_Odisha) June 30, 2021
ଏନେଇ ମୋନା କହିଛନ୍ତି ଯେ, ‘ମୁଁ ଗୋଲ୍ଡେନ ଭିସା ପାଇ ସମ୍ମାନିତ ଅନୁଭବ କରୁଛି । ଜୀବନରେ ଏହି ମାଇଲଖୁଣ୍ଟର ଅନେକ ଗୁରୁତ୍ବ ରହିଛି । ଏହା ଆପଣଙ୍କୁ ଆଶ୍ବସ୍ଥ କରେ ଯେ ଯଦି ଆପଣ ଆପଣଙ୍କ ମନ ଓ ଆତ୍ମାର କଥା ଶୁଣନ୍ତି ତେବେ ଧୀରେ ଧୀରେ ଆପଣ ଯାହା ଚାହାନ୍ତି ତା ଠାରୁ ଖୁବ୍ ଅଧିକ ପାଇଥାନ୍ତି । ଗୋଲ୍ଡେନ ଭିସା ପ୍ରାପ୍ତ କରିବା ଦ୍ବାରା ମୋର ଆତ୍ମ ବିଶ୍ବାସ ବଢ଼ିଛି ଏବଂ ଯଦି ଏହା ଅନ୍ୟ ଯୁବ କଳାକାରଙ୍କୁ ପ୍ରେରଣା ଯାଗାଏ ତେବେ ମୁଁ ଭାବିବି ଯେ ଏହା ମୋର ବଡ଼ ଯୋଗଦାନ ହେବ ।’ ସେ ଆହୁରି ମଧ୍ୟ କହିଛନ୍ତି ଯେ, ‘ମୁଁ ମୋ ମନ କଥା ଶୁଣିଲି ଓ ଏହାର ଲାଭ ଉଠାଇଲି । ଏହାଦ୍ବାର ପୁରସ୍କୃତ ହେବା ସୂଚାଏ ଯେ ଯେତେବେଳେ ଆପଣ ନିଜର ଇଚ୍ଛାକୁ ପ୍ରାଧାନ୍ୟ ଦିଅନ୍ତି ଓ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରନ୍ତି ତେବେ ଆପଣଙ୍କ ସହ ସବୁ ଭଲ ଘଟଣା ଘଟିଥାଏ ।’
ମୁଖ୍ୟମନ୍ତ୍ରୀ ବିଶ୍ବରୂପାଙ୍କୁ ଟ୍ବିଟ ଯୋଗେ ଶୁଭେଚ୍ଛା ଜଣାଇ ଲେଖଛନ୍ତି ଯେ, ‘‘ ଗୋଲ୍ଡେନ ଭିସା ପାଇଥିବାରୁ ମୋନା ବିଶ୍ବରୂପା ମହାନ୍ତିଙ୍କୁ ଶୁଭେଚ୍ଛା । ତାଙ୍କର ଏହି ସଫଳତା ଅନେକ ବିଭିନ୍ନ କ୍ଷେତ୍ରରେ କୃତିତ୍ତ୍ବ ଅର୍ଜନ କରିବା ପାଇଁ ଅନ୍ୟ ମାନଙ୍କୁ ମଧ୍ୟ ପ୍ରେରଣା ଯୋଗାଇବ ।’’
ମୟୂରଭଞ୍ଜରେ ଜନ୍ମ ହୋଇଥିବା ଫେଶନ ଡିଜାଇନର ବିଶ୍ବରୂପା 2007ରେ ଦୁବାଇରେ ମଣିପାଳ ବିଶ୍ବବିଦ୍ୟାଳୟର ପ୍ରଧ୍ୟାପକ ଭାବେ ଯାଇଥିଲେ । ତେବେ ଫେଶନ ଡିଜାଇନରେ 8 ବର୍ଷ କାର୍ଯ୍ୟ କରିବା ପରେ ସେ ଚିତ୍ରକାର ହେବାର ନିଷ୍ପତ୍ତି ନେଲେ ।
ଗୋଲ୍ଡେନ ଭିସା ବିଦେଶୀଙ୍କୁ ରାଷ୍ଟ୍ରୀୟ ପ୍ରାୟୋଜକଙ୍କ ଆବଶ୍ୟକତା ବିନା ଦେଶରେ ରହିବା, କାମ କରିବା ଓ ଅଧ୍ୟୟନ କରିବା ସହ ସଂଯୁକ୍ତ ରାଷ୍ଟ୍ର ସମୂହର ମୁଖ୍ୟ ଭୂମିରେ ସେମାଙ୍କ ବ୍ୟବସାୟର 100 ପ୍ରତିଶତ ମାଲିକାନା ପାଇଁ ସକ୍ଷମ କରେ ।
ତେବେ ବାରିପଦାର ମୋନା ବିଶ୍ୱରୂପା ମହାନ୍ତିଙ୍କୁ ୟୁଏଇ ପ୍ରଦାନ କରିଥିବା ଗୋଲ୍ଡେନ ଭିସାର ଅର୍ଥ ସେ ବିନା କୌଣସି ବାଧାରେ ୟୁଏଇରେ ୧୦ ବର୍ଷ ଯାଏ ରହିପାରିବେ । କଳା, ସୃଜନଶୀଳ ଶିଳ୍ପ, ସାହିତ୍ୟ ଏବଂ ସଂସ୍କୃତି, ଐତିହାସିକ ଏବଂ ପାଠ ପଢ଼ିବା କ୍ଷେତ୍ରରେ ପ୍ରତିଭାମାନଙ୍କୁ ଏହି ଦୀର୍ଘକାଳୀନ ସାଂସ୍କୃତିକ ଭିସା ପ୍ରଦାନ କରିଥାଏ ୟୁଏଇ । ବିଶ୍ୱରୂପା ମହାନ୍ତି ଦୁବାଇର ଅର୍ଥନୀତି ବିଭାଗର ଜଣେ କଳାକାର ।
ତେବେ ମୋନା ୨୦୦୭ ରୁ ଦୁବାଇରେ ରହିଆସୁଛନ୍ତି । ସେ ବାରିପଦା ସ୍କୁଲ ଅଫ୍ ଆର୍ଟ ଆଣ୍ଡ କ୍ରାଫ୍ଟରୁ ଫାଇନ ଆର୍ଟରେ ଡିପ୍ଲୋମା କରିଛନ୍ତି । ମୋନାଙ୍କ ବାପା ସଂଗ୍ରାମ କେଶରୀ ମହାନ୍ତି ଜଣେ ଗୀତିକାର ଭାବରେ ଜଣାଶୁଣା। ତାଙ୍କ ମାଆ ମମତା ଜଣେ ଶିକ୍ଷୟିତ୍ରୀ । ଏବେ ବିଶ୍ୱରୂପା ଦୁବାଇର ଏକାଡେମିକ୍ କ୍ଷେତ୍ରରେ ଏବଂ ଡିଜାଇନ୍ ଇଣ୍ଡଷ୍ଟ୍ରିରେ ପ୍ରାୟ ଆଠ ବର୍ଷ ହେବ ସକ୍ରିୟ ରହିଛନ୍ତି । ସେ କହିଛନ୍ତି ଯେ ଏହି ଦୀର୍ଘକାଳୀନ ରହଣି ସହିତ ସାଂସ୍କୃତିକ ବିନିମୟ ଏବଂ ଅନ୍ୟ କଳାକାରମାନଙ୍କ ସହ ସହଭାଗୀତାରେ କାମ କରିବାର ସମ୍ଭାବନା ଦେଇଥାଏ । ଦିନକୁ ଦିନ ବିଶ୍ୱରେ ସାଂସ୍କୃତିକ ଐତିହ୍ୟ ବଢ଼ି ଚାଲିଛି । ଏଥିରେ ନିଜ ଦେଶର ସଂସ୍କୃତିକୁ ନେଇ ସେ ପ୍ରତିନିଧିତ୍ୱ କରୁଛନ୍ତି । ଏହାଦ୍ୱାରା ଗୋଟିଏ ଦେଶର ସଂସ୍କୃତି ଅନ୍ୟ ଦେଶର ସଂସ୍କୃତି ସହିତ ଆଦାନ ପ୍ରଦାନ ହୋଇପାରୁଛି ବୋଲି ମୋନା କହନ୍ତି ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ