ETV Bharat / city

Omicron Tension: ଆଜିଠୁ ରାଜ୍ୟରେ ବନ୍ଦ ରହିବ ସମସ୍ତ ଶିକ୍ଷାନୁଷ୍ଠାନ - କୋରୋନା ସଂକ୍ରମଣ ଓଡିଶା

ଆଜିଠାରୁ ରାଜ୍ୟରେ ବନ୍ଦ ରହିବ ସମସ୍ତ ଶିକ୍ଷାନୁଷ୍ଠାନ । କୋରୋନା ସଂକ୍ରମଣ ଓ ଓମିକ୍ରନ ସଂକ୍ରମଣକୁ ଦୃଷ୍ଟିରେ ରଖି ଗତ ଶନିବାର ସୂଚନା ଦେଇଥିଲେ ସ୍ବତନ୍ତ୍ର ରିଲିଫ କମିଶନର । ଅଧିକ ପଢନ୍ତୁ

Omicron Tension: ଆଜିଠୁ ରାଜ୍ୟରେ ବନ୍ଦ ରହିବ ସମସ୍ତ ଶିକ୍ଷାନୁଷ୍ଠାନ

author img

By

Published : Jan 10, 2022, 6:51 AM IST

ଭୁବନେଶ୍ବର: ଆଜିଠାରୁ ରାଜ୍ୟରେ ବନ୍ଦ ରହିବ ସମସ୍ତ ଶିକ୍ଷାନୁଷ୍ଠାନ । କୋରୋନା ଓ ଓମିକ୍ରନ ସଂକ୍ରମଣକୁ ଦୃଷ୍ଟିରେ ରଖି ଗତ ଶନିବାର ଏହି ନିଷ୍ପତ୍ତି ନେଇଥିଲେ ରାଜ୍ୟ ସରକାର । ଏନେଇ ସ୍ବତନ୍ତ୍ର ରିଲିଫ କମିଶନର ସୂଚନା ଦେଇଥିଲେ । ଏହି କ୍ରମରେ ଆଜିଠାରୁ ମେଡିକାଲ କଲେଜ, ନର୍ସିଂ କଲେଜ ବ୍ୟତୀତ ରାଜ୍ୟର ସମସ୍ତ କଲେଜ, ୟୁନିଭର୍ସିଟି ବନ୍ଦ ରହିବ । ଏନେଇ SRCଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି ।

ଖାଲି ଶିକ୍ଷାନୁଷ୍ଠାନ ନୁହେଁ ଶିକ୍ଷାନୁଷ୍ଠାନ ଗୁ଼ଡ଼ିକରେ ଥିବା ହଷ୍ଟେଲ ଗୁ଼ଡ଼ିକୁ ମଧ୍ୟ ବନ୍ଦ କରିବାକୁ ନିର୍ଦ୍ଦେଶ ଜାରି ହୋଇଛି । ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଏହି ନିଷ୍ପତ୍ତି ନିଆଯାଇଛି । ତେବେ ଯେଉଁମାନେ ଅନୁସନ୍ଧାନମୂଳକ ଶିକ୍ଷାର୍ଥୀ (research scholar) ରହିଛନ୍ତି ସେମାନେ ସ୍ବଇଚ୍ଛାରେ ହଷ୍ଟେଲରେ ରହି ପାରିବେ । ଏଥିପାଇଁ କଲେଜ ବା ଶିକ୍ଷାନୁଷ୍ଠାନର ଅନୁମତି ନେବା ବାଧ୍ୟତାମୂଳକ କରାଯାଇଛି । ଶିକ୍ଷାନୁଷ୍ଠାନ ବନ୍ଦ ରହିଲେ ମଧ୍ୟ ସମସ୍ତ ଅଫ୍‌ଲାଇନ ପରୀକ୍ଷା ଗାଇଡଲାଇନ ମୁତାବକ ଜାରି ରହିବ ।

ଘରୋଇ ଭାବରେ ଚାଲୁଥିବା ଟ୍ୟୁସନ ବା କୋଚିଂ ସେଣ୍ଟର ଗୁଡିକ ମଧ୍ୟ ଆଜିଠୁ ବନ୍ଦ ରହିବା ନେଇ ନିର୍ଦ୍ଦେଶ ଦିଆଯାଇଛି । ଅଫଲାଇନ୍‌ କ୍ଲାସ ବଦଳରେ ଭର୍ଚୁଆଲ କ୍ଲାସ୍‌ ଜାରି ରଖିବାକୁ କୁହାଯାଇଛି । ତା ସହିତ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ ପାଇଁ ବିକଳ୍ପ ବ୍ୟବସ୍ଥା କରିବେ ସମସ୍ତ ଶିକ୍ଷାନୁଷ୍ଠାନ । ଏହାକୁ ନେଇ ସମସ୍ତ ସ୍କୁଲ୍‌ କଲେଜ ଓ ବିଶ୍ବବିଦ୍ୟାଳୟକୁ ଅବଗତ କରାଯାଇଛି ।

ବିଶ୍ୱବିଦ୍ୟାଳୟ ଓ କଲେଜଗୁଡ଼ିକ ପାଇଁ ବାୟୋମେଟ୍ରିକ୍ ଆଟେଣ୍ଡାଣ୍ଟ ମନା ହୋଇଛି । କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି । ଶିକ୍ଷକ ଏବଂ ଅନ୍ୟାନ୍ୟ କର୍ମଚାରୀଙ୍କ ପାଇଁ ବାୟୋମେଟ୍ରିକ୍ ଉପସ୍ଥାନ ବ୍ୟବସ୍ଥାକୁ ବନ୍ଦ କରି ଦିଆଯାଇଛି । କୋଭିଡ୍ 19ର ନୂଆ ଭାରିଆଣ୍ଟ ସଂକ୍ରମଣ ସ୍ଥିତିକୁ ଦୃଷ୍ଟିରେ ରଖି ଏହାକୁ ସ୍ଥଗିତ ରଖାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.