ETV Bharat / city

କୃଷି ଓଡ଼ିଶା କାର୍ଯ୍ୟକ୍ରମ ଉଦଯାପିତ, ଯୋଗ ଦେଲେ ବିଭିନ୍ନ ପ୍ରାନ୍ତର ଚାଷୀ

author img

By

Published : Mar 19, 2021, 8:35 PM IST

ଉଦଯାପିତ ହୋଇଛି 5ଦିନ ଧରି ଚାଲିଥିବା କୃଷି ଓଡ଼ିଶା କାର୍ଯ୍ୟକ୍ରମ । ଅନ୍ତିମ ଦିନରେ କୃଷିମନ୍ତ୍ରୀ ଅରୁଣ ସାହୁ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥଲେ। ଅଧିକ ପଢ଼ନ୍ତୁ...

କୃଷି ଓଡ଼ିଶା କାର୍ଯ୍ୟକ୍ରମ ଉଦଯାପିତ, ଯୋଗ ଦେଇଥିଲେ ବିଭିନ୍ନ ପ୍ରାନ୍ତର ଚାଷୀ

ଭୁବନେଶ୍ବର: ଉଦଯାପିତ ହୋଇଛି 5ଦିନ ଧରି ଚାଲିଥିବା କୃଷି ଓଡ଼ିଶା କାର୍ଯ୍ୟକ୍ରମ । ଅନ୍ତିମ ଦିନରେ କୃଷିମନ୍ତ୍ରୀ ଅରୁଣ ସାହୁ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥଲେ। ଚଳିତ ବର୍ଷ ସମନ୍ବିତ ଚାଷ ଓ ଚାଷୀର ବିକାଶ ଏହି କାର୍ଯ୍ୟକ୍ରମର ଥିମ ରହିଥିଲା। ଏହି ଅବସରରେ କୃଷି ଓଡ଼ିଶାରେ 11ଟି ବିଷୟ ଉପରେ ସେମିନାର ହୋଇଥିଲା। ସେମିନାରରେ ଵିଭିନ୍ନ ପ୍ରାନ୍ତରୁ ଚାଷୀ ଯୋଗ ଦେଇଥିଲେ। ଏହାକୁ ନେଇ କୃଷିମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଛନ୍ତି।

ଚଳିତ ବର୍ଷ ଅଣ୍ଡା ଓ ମତ୍ସ୍ୟ ଉତ୍ପାଦନ ବଢ଼ିଛି। ଏହି ଚାଷକୁ ନେଇ ଚାଷ ଓ ଚାଷୀଙ୍କ ମନରେ ବିଶେଷ ଉତ୍ସାହ ବଢ଼ିଛି। ନୂତନ କିସମର ଯନ୍ତ୍ରପାତି, ଜ୍ଞାନ କୌଶଳ, ପାଣିପାଗ ପରିବର୍ତ୍ତନ ଯୋଗୁଁ ଚାଷୀଙ୍କୁ ସୁହାଇବା ଭଳି ପଦକ୍ଷେପ କିଭଳି ନିଆଯିବ ସେନେଇ ଆଲୋଚନା କରାଯାଉଛି। ଗୋଟିଏ ଜମିରେ କିପରି ସମନ୍ବିତ ଚାଷ କରି ଚାଷୀ ଲାଭବାନ ହେବେ କୃଷି ଓଡ଼ିଶା କାର୍ଯ୍ୟକ୍ରମରେ ତାହାରି ଉପରେ ଗୁରୁତ୍ବ ଦିଆଯାଇଛି।

କୃଷି ଓଡ଼ିଶା କାର୍ଯ୍ୟକ୍ରମ ପ୍ରଭାବ ଯୋଗୁଁ ଚାଷ କ୍ଷେତ୍ରରେ ଏକ ବିପ୍ଳବ ଦେଖା ଦେଇଛି। ଓଡ଼ିଶାରେ ଏକ ଲକ୍ଷ ମେଟ୍ରିକ ଟନର ଶୀତଳ ଭଣ୍ଡାର ରହିଛି। କୋଭିଡ ପରେ ବହୁ ଯୁବକ ଚାଷ ପ୍ରତି ମନ ବଳାଇଛନ୍ତି। ଚାଷକାର୍ଯ୍ୟ ବିଷୟରେ ଜାଣିବାକୁ ଯୁବଚାଷୀଙ୍କ ଆଗ୍ରହ ରହିଥିବା ଏହି କାର୍ଯ୍ୟକ୍ରମରୁ ଜାଣିବାକୁ ମିଳିଥିଲା।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.