ETV Bharat / city

ଓଡିଶା ଅଗ୍ନିଶମ ସେବା ପୋର୍ଟାଲର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ - ଅଗ୍ନିଶମ ସେବା ପୋର୍ଟାଲର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶା ଅଗ୍ନିଶମ ସେବା ପୋର୍ଟାଲର ଶୁଭାରମ୍ଭ କରିଛନ୍ତି ।

_Odisha Agnishama seva portal lunch By CM Naveen Patnaik
ଓଡିଶା ଅଗ୍ନିଶମ ସେବା ପୋର୍ଟାଲର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
author img

By

Published : Aug 1, 2020, 6:51 AM IST

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶା ଅଗ୍ନିଶମ ସେବା ପୋର୍ଟାଲର ଶୁଭାରମ୍ଭ କରିଛନ୍ତି । ଏହା ଦ୍ଵାରା ଜନସାଧାରଣ ୮ଟି ସେବା ପାଇପାରିବେ । ଏହି ପୋର୍ଟାଲ ସହାୟତାରେ ଫାୟାର ସେଫଟି ସାର୍ଟିଫିକେଟ ସହ ଅନ୍ୟ ଅଗ୍ନିଶମ ବିଭାଗ ସହ ଜଡିତ ସେବା ଅନଲାଇନରେ ପାଇପାରିବେ । ଏବେ ଏହି ପୋର୍ଟାଲରେ ୮ଟି ସେବା ଉପଲବ୍ଧ ଥିବା ବେଳେ ଅକ୍ଟୋବର ୨ ସୁଦ୍ଧା ସମସ୍ତ ସୁବିଧା ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ୫ଟି କାର୍ଯ୍ୟକ୍ରମକୁ ଆଖିଆଗରେ ରଖି ଏହି ପଦକ୍ଷେପ ନିଆଯାଇଛି ।

ଓଡିଶା ଅଗ୍ନିଶମ ସେବା ପୋର୍ଟାଲର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଓଡିଶା ଅଗ୍ନିଶମ ସେବା ପୋର୍ଟାଲ୍ ଲୋକଙ୍କୁ ସେବା ଯୋଗାଇବା ଦିଗରେ ଅନେକ ସହାୟତା ହେବ,ଏବଂ ସମୟ ଉପଯୋଗୀ ହେବ ବୋଲି ମୁଖ୍ୟମନ୍ତ୍ରୀ ଉଦଘାଟନୀ ଉତ୍ସବରେ କହିଛନ୍ତି । ଫାୟାର ସେଫଟି ସାର୍ଟିଫିକେଟ ଓ ଅନ୍ୟ ସୁବିଧା ପାଇପାରିବେ । ଏହି ପୋର୍ଟାଲ ମାଧ୍ୟମରେ ଉଚ୍ଚ ଅଟ୍ଟାଳିକା ପାଇଁ ଫାୟାର ସେଫଟି ସାର୍ଟିଫିକେଟ, ସିନେମା ହଲ, ହସ୍ପିଟାଲ ଓ ଘର ତିଆରି ପାଇଁ ଆବେଦନ କରିପାରିବେ ।

ବାତ୍ୟା ଅମ୍ପାନ ସମୟରେ ଅଗ୍ନିଶମ ବିଭାଗର କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହିତ ପଶ୍ଚିମବଙ୍ଗରେ ଅମ୍ପାନ ପୁନରୁଦ୍ଧାର କାର୍ଯ୍ୟ ପାଇଁ ମଧ୍ୟ ଧନ୍ୟବାଦ ଦେଇଛନ୍ତି । କୋରୋନା ସମୟରେ ଅଗ୍ନିଶମ ବିଭାଗର କାର୍ଯ୍ୟକୁ ମାନବିକତାର ନିଦର୍ଶନ ବୋଲି କହିଛନ୍ତି । ଏଥିସହିତ ଅନେକ ଅଗ୍ନିଶମ କର୍ମଚାରୀ କୋରୋନାରୁ ସୁସ୍ଥ ହୋଇ ପ୍ଲାଜମା ଦାନ କରିଥିବାରୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଗ୍ନିଶମ ସେବା ପୋର୍ଟାଲ୍ ଶୁଭାରମ୍ଭ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ, ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଓ ମୁଖ୍ୟଶାସନ ସଚିବ ଅସିତ୍ ତ୍ରିପାଠୀ, ଉନ୍ନୟନ କମିଶନର, ଓ ଅଗ୍ନିଶମ ଡିଜି ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.