ETV Bharat / city

ଏଣିକି ଘରୋଇ ହସ୍ପିଟାଲରେ ହେବ ଟୀକାକରଣ - ଟିକାକରଣକୁ ନେଇ ଅତିରିକ୍ତ ସ୍ବାସ୍ଥ୍ୟ ସଚିବଙ୍କ ଚିଠି

ଟୀକାକରଣକୁ ଆହୁରି ବ୍ୟାପକ କରିବା ପାଇଁ ସମସ୍ତ ଜିଲ୍ଲାପାଳ ଏବଂ ପୌରପାଳିକା କର୍ତ୍ତୃପକ୍ଷକୁ ଚିଠି ଲେଖିଛନ୍ତି ଅତିରିକ୍ତ ସ୍ବାସ୍ଥ୍ୟ ସଚିବ ପିକେ ମହାପାତ୍ର ଟୀକାକରଣକୁ ଆହୁରୀ ବ୍ୟାପକ କରିବା ପାଇଁ ସମସ୍ତ ଜିଲ୍ଲାପାଳ ଏବଂ ପୌରପାଳିକା କର୍ତ୍ତୃପକ୍ଷକୁ ଚିଠି ଲେଖିଛନ୍ତି ଏସିଏସ ପିକେ ମହାପାତ୍ର । ପଢନ୍ତୁ...

ଏଣିକି ଘରୋଇ ହସ୍ପିଟାଲରେ ହେବ ଟୀକାକରଣ
ଏଣିକି ଘରୋଇ ହସ୍ପିଟାଲରେ ହେବ ଟୀକାକରଣ
author img

By

Published : Mar 2, 2021, 4:53 PM IST

ଭୁବନେଶ୍ବର: ସାରା ରାଜ୍ୟରେ ଚାଲିଛି ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ । ଟୀକାକରଣକୁ ଆହୁରୀ ବ୍ୟାପକ କରିବା ପାଇଁ ସମସ୍ତ ଜିଲ୍ଲାପାଳ ଏବଂ ପୌରପାଳିକା କର୍ତ୍ତୃପକ୍ଷକୁ ଚିଠି ଲେଖିଛନ୍ତି ଏସିଏସ ପିକେ ମହାପାତ୍ର ।

ଏଣିକି ଘରୋଇ ହସ୍ପିଟାଲରେ ହେବ ଟୀକାକରଣ
ଏଣିକି ଘରୋଇ ହସ୍ପିଟାଲରେ ହେବ ଟୀକାକରଣ

ଏଣିକି ଘରୋଇ ହସ୍ପିଟାଲରେ ହେବ ଟୀକାକରଣ । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଓ ସିଜିଏଚଏସ ଅଧୀନରେ ଥିବା ହସ୍ପିଟାଲ ସହିତ ଅନ୍ୟ ଘରୋଇ ହସ୍ପିଟାଲରେ ହେବ ଟୀକାକରଣ । ଏନେଇ ବିଧିବଦ୍ଧ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ତେଣୁ ଏହି ହସ୍ପିଟାଲରେ କୋଭିଡ ଟୀକାକରଣ ଲାଗି ବ୍ୟବସ୍ଥା କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଏନେଇ ମଙ୍ଗଳବାର ସମସ୍ତ ଜିଲ୍ଲାପାଳ ଓ 5 ମହନଗର ନିଗମ କମିଶନଙ୍କୁ ଚିଠି ଲେଖିଛନ୍ତି ଏସିଏସ ପ୍ରଦୀପ୍ତ ମହାପାତ୍ର । ତୁରନ୍ତ ଏହି ହସ୍ପିଟାଲରେ ଟୀକାକରଣ ଲାଗି ବ୍ୟବସ୍ଥା କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି ଏସିଏସ ପ୍ରଦୀପ୍ତ ମହାପାତ୍ର ।

ଏସିଏସ ଚିଠିରେ ଦର୍ଶାଇଛନ୍ତି ଯେ, ସ୍ବାସ୍ଥ୍ୟକର୍ମୀ, ଫ୍ରଣ୍ଟ୍ ଲାଇନ ୱାର୍କରଙ୍କ ଏବଂ ବରିଷ୍ଠ ନାଗରିକଙ୍କ ଟୀକାକରଣ ଆମ ରାଜ୍ୟରେ ସୁରୁଖୁରୁରେ ଚାଲିଛି । ସମସ୍ତ ସରକାରୀ, CGHS ଏବଂ BSKY ଅଧୀନରେ ଥିବା ଘରୋଇ ଡାକ୍ତରଖାନାଗୁଡ଼ିକରେ ଟୀକାକରଣ କେନ୍ଦ୍ର କରାଯାଇଛି ।

ଅଧିକ ଟୀକାକରଣ କେନ୍ଦ୍ର ଖୋଲି କୋଭିଡ ଟିକା ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ତେଣୁ ବିଭିନ୍ନ ଜିଲ୍ଲାରେ ଥିବା ଘରୋଇ ଡାକ୍ତରଖାନା ଯାହା BSKY ଏବଂ CGHS ଅଧୀନରେ କାର୍ଯ୍ୟକ୍ଷମ ନୁହେଁ ସେଠାରେ ମଧ୍ୟ ଟୀକାକରଣ କେନ୍ଦ୍ର କରିବା ଲାଗି ସରକାର ନିଷ୍ପତ୍ତି ନେଇଛନ୍ତି ।

ତେଣୁ ନିର୍ଦ୍ଦିଷ୍ଟ କିଛି ମାନଦଣ୍ଡ ପୂରଣ କରୁଥିବା ଘରୋଇ ହସ୍ପିଟାଲରେ ଟୀକାକରଣ କେନ୍ଦ୍ର କରାଯିବ ।

1. ପର୍ଯ୍ୟାପ୍ତ ପରିମାଣ ଏସି ରୁମ ଓ ଆନୁଷଙ୍ଗିକ ବ୍ୟବସ୍ଥା ।

2. ୱେଟିଂ ହଲ, ଟୀକାକରଣ ଏବଂ ପର୍ଯ୍ୟବେକ୍ଷଣ ହଲ ଲାଗି ରୁମ ।

3. ପର୍ଯ୍ୟାପ୍ତ ସଂଖ୍ୟକ ତାଲିମପ୍ରାପ୍ତ ଟୀକାକରଣକାରୀ ଏବଂ ଯାଞ୍ଚକାରୀ ।

4. କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ନିୟମ ଏବଂ ଗାଇଡଲାଇନ ଅନୁଯାୟୀ ଥିବା ସ୍ବାସ୍ଥ୍ୟ ସୁବିଧା ।

ଏହି ସବୁ ମାନଦଣ୍ଡ ପୂରଣ କରୁଥିବା ଘରୋଇ ହସ୍ପିଟାଲ ଚିହ୍ନଟ କରିବାକୁ ଜିଲ୍ଲାପାଳ ଓ କମିଶନରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ତୁରନ୍ତ ଚିହ୍ନଟ କରି ଜଣାଇବାକୁ ଏସିଏସ ନିର୍ଦ୍ଦେଶ ଦେଇଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.