ETV Bharat / city

ଓସ୍କାର ଦୌଡରେ ଓଡିଆ ଗଳ୍ପକୁ ନେଇ ନିର୍ମିତ ଫିଲ୍ମ ‘ଯୋସେଫ୍’ - ଯୋସେଫ୍-ବର୍ଣ୍ଣ ଇନ୍ ଗ୍ରେସ୍

ଓଡିଆ ଲେଖକଙ୍କ ଗଳ୍ପକୁ ନେଇ ନିର୍ମିତ ହୋଇଥିବା ଫିଲ୍ମ ‘ଜୋସେଫ୍’କୁ ସଫଳତା । ଏହାକୁ ନେଇ ପ୍ରସ୍ତୁତ ହୋଇଥିବା ହିନ୍ଦୀ ସିନେମା ‘ଜୋସେଫ-ବର୍ଣ୍ଣ ଇନ୍ ଗ୍ରେସ’କୁ 92ତମ ଓସ୍କାର ଲିଷ୍ଟରେ ସାମିଲ କରାଯାଇଛି।

_odia story film nominated in oscar
ଓସ୍କାର ଦୌଡରେ ଓଡିଆ ଗଳ୍ପକୁ ନେଇ ପ୍ରସ୍ତୁତ ଫିଲ୍ମ ‘ଯୋସେଫ୍’
author img

By

Published : Dec 30, 2019, 9:25 PM IST

ଭୁବନେଶ୍ବର: ଓଡିଆ ଲେଖକଙ୍କ ଗଳ୍ପକୁ ନେଇ ନିର୍ମିତ ହୋଇଥିବା ଫିଲ୍ମ ‘ଜୋସେଫ୍’କୁ ସଫଳତା। ଏହାକୁ ନେଇ ପ୍ରସ୍ତୁତ ହୋଇଥିବା ହିନ୍ଦୀ ସିନେମା ‘ଜୋସେଫ-ବର୍ଣ୍ଣ ଇନ୍ ଗ୍ରେସ’କୁ 92ତମ ଓସ୍କାର ଲିଷ୍ଟରେ ସାମିଲ କରାଯାଇଛି। ଏହି ଫିଲ୍ମରେ ଅଧିକାଂଶ ଓଡିଆ କଳାକାର ଓ ଟେକ୍ନିସିଆନ କାର୍ଯ୍ୟ କରିଥିବା ସୂଚନା ମିଳିଛି।

ୟୁଥ୍ କଥାଚିତ୍ର ପ୍ରାଇଭେଟ୍ ବ୍ୟାନରରେ ନିର୍ମିତ ହୋଇଥିବା ଏହି ଫିଲ୍ମର ପ୍ରଯୋଜନା ଦାୟିତ୍ବ ତୁଲାଇଛନ୍ତି ଓଡିଆ ପୁଅ କ୍ୟାପଟେନ ଅଶୋକ ମହାପାତ୍ର। ଏହାର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ତଥା ଜାତୀୟ ଚଳଚ୍ଚିତ୍ର ସମ୍ମାନରେ ସମ୍ମାନିତ ଓଡିଆ ପୁଅ ସୁଶାନ୍ତ ମିଶ୍ର। ଚଳଚ୍ଚିତ୍ରଟି ଗୋଟିଏ ଅନାଥ ଶିଶୁର ଭବିଷ୍ୟତ ସମ୍ପର୍କିତ କଥାବସ୍ତୁକୁ ନେଇ ନିର୍ମିତ ହୋଇଛି । ଓଡିଆ ଲେଖକ ଉମାକାନ୍ତ ମହାପାତ୍ରଙ୍କ ଦ୍ବାରା ଲିଖିତ କ୍ଷୁଦ୍ରଗଳ୍ପ ‘ଜୋସେଫ୍’ରୁ ପ୍ରେରିତ ଫିଲ୍ମର କାହାଣୀ। ଏହାର ଚିତ୍ରନାଟ୍ୟରେ ରୂପାନ୍ତରିତ କରିଛନ୍ତି ଜାକିର ଖାନ୍।

ଓସ୍କାର ଦୌଡରେ ଓଡିଆ ଗଳ୍ପକୁ ନେଇ ପ୍ରସ୍ତୁତ ଫିଲ୍ମ ‘ଯୋସେଫ୍’

ଏହି ଫିଲ୍ମର ମୁଖ୍ୟ ଚରିତ୍ରରେ ଜାତୀୟ ସ୍ତରୀୟ ଅଭିନେତା ଭିକ୍ଟର ବାନାର୍ଜୀ, ସୁବ୍ରତ ଦତ୍ତ, ହିତେଶ ବିଷ୍ଟ, ଅନାମିକା ଗୋସ୍ୱାମୀ, ଦୀପିକା ଏଲିଜାବେଥ ଲାକ୍ରା ନଜର ଆସିବେ । 100 ମିନିଟ ସମୟ ଅବଧିର ଏହି ଫିଲ୍ମଟି ଅରୁଣାଚଳ ପ୍ରଦେଶର ଏକ ସତ୍ୟ ଘଟଣାକୁ ନେଇ ଆଧାରିତ ହେବା ବେଳେ ଏହାର ସୁଟିଂ ଉତ୍ତରାଖଣ୍ଡରେ ହୋଇଥିବା କହିଛନ୍ତି ଏହାର ନିର୍ଦେଶକ ସୁଶାନ୍ତ ମିଶ୍ର। ଏହି ଚଳଚିତ୍ରର ଆଗାମୀ ବର୍ଷ ବ୍ୟବସାୟିକ ପ୍ରଦର୍ଶନ ପାଇଁ ପ୍ରସ୍ତୁତି ହେଉଥିବା କଥା ପ୍ରଯୋଜକ କ୍ୟାପଟେନ ମହାପାତ୍ର ପ୍ରକାଶ କରିଥିବାବେଳେ ନିଜ ପ୍ରଯୋଜନା ସଂସ୍ଥାର ପ୍ରଥମ ଫିଲ୍ମ ଭାବେ ଓସ୍କାର ପାଇଁ ନୋମିନେସନ ହୋଇଥିବାରୁ ନିଜ ଖୁସି ବ୍ୟକ୍ତ କରିଛନ୍ତି।

ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:ଓଡ଼ିଆ ଲେଖକଙ୍କ ରଚିତ ଗଳ୍ପ ଜୋସେଫ କୁ ନେଇ ପ୍ରସ୍ତୁତ ହୋଇଛି ହିନ୍ଦୀ ଭାଷାରେ ସିନେମା "ଜୋସେଫ-ବର୍ଣ୍ଣ ଇନ ଗ୍ରେସ"।ଯାହାକି ଏବେ 92ତମ ଓସ୍କାର କଣ୍ଟେନସନ ଲିଷ୍ଟରେ ସ୍ଥାନ ପାଇଛି।ଯାହାକି ଓଡ଼ିଆ ସିନେମା ନିର୍ମାତା,ନିର୍ଦେଶକ ଓ କଳାକାରଙ୍କ ପାଇଁ ଏକ ଖୁସି ଖବର ଅଟେ।ଯେଉଁଥିରେ ଅଧିକାଂଶ ଓଡ଼ିଆ କଳାକାର ଓ ଟେକ୍ନିସିଆନମାନେ କାର୍ଯ୍ୟ କରିଥିବା ସୂଚନା ମିଳିଛି।

Body:ୟୁଏ କଥାଚିତ୍ର ପ୍ରାଇଭେଟ ବ୍ୟାନର ରେ ନିର୍ମିତ ହୋଇଥିବା ଏହି ଫିଲ୍ମ ର ପ୍ରଯୋଜନା ଦାଇତ୍ୱରେ ଓଡ଼ିଆ ପୁଅ କ୍ୟାପଟେନ ଅଶୋକ ମହାପାତ୍ର ଥିବା ବେଳେ ଏହାର ନିର୍ଦେଶନା ଭାର ସମ୍ଭାଳିଛନ୍ତି ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ତଥା ଜାତୀୟ ଚଳଚ୍ଚିତ୍ର ସମ୍ମାନରେ ସମ୍ମାନିତ ଓଡ଼ିଆ ପୁଅ ଶ୍ରୀଯୁକ୍ତ ସୁଶାନ୍ତ ମିଶ୍ର।ଏହି ଚଳଚିତ୍ରରେ ଗୋଟିଏ ଅନାଥ ଶିଶୁ ର ଭବିଷ୍ୟତ ସମ୍ପର୍କିତ କଥାବସ୍ତୁ କୁ ନେଇ ନିର୍ମିତ ହୋଇଛି।ଯାହାକି ଓଡ଼ିଆ କଥାକାର ଉମାକାନ୍ତ ମହାପାତ୍ରଙ୍କ ଦ୍ୱାରା ଲିଖିତ କ୍ଷୁଦ୍ରଗଳ୍ପ ଜୋସେଫ ର ବର୍ଣ୍ଣିତ।ଯାହାକୁ ଚିତ୍ରନାଟ୍ୟ ରେ ରୂପାନ୍ତରିତ କରିଛନ୍ତି ଜାକିର ଖାନ।ଏହି ଫିଲ୍ମ ର ମୁଖ୍ୟ ଚରିତ୍ରରେ ଜାତୀୟ ସ୍ତରୀୟ ଅଭିନେତା ଭିକ୍ଟର ବାନାର୍ଜୀ,ସୁବ୍ରତ ଦତ୍ତ,ହିତେଶ ବିଷ୍ଟ,ଅନାମିକା ଗୋସ୍ୱାମୀ,ଦୀପିକା ଏଲିଯାବେଥ ଲାକ୍ରା ରହିଥିବାବେଳେ ଏହାର ସଂଗୀତରେ ଅଛନ୍ତି କିଶଳୟ ରାୟ।100 ମିନିଟ ସମୟ ଅବଧି ର ଏହି ଫିଲ୍ମ ଟି ଅରୁଣାଚଳ ପ୍ରଦେଶ ର ଏକ ସତ୍ୟ ଆଧାରିତ ଘଟଣାକୁ ନେଇ ଲିଖିତ ହୋଇଥିବା ବେଳେ ଏହାର ସୁଟିଂ ଉତ୍ତରାଖଣ୍ଡ ଅଞ୍ଚଳରେ ସମ୍ପୂର୍ଣ୍ଣ ହୋଇଥିବା କହିଛନ୍ତି ଏହାର ନିର୍ଦେଶକ ସୁଶାନ୍ତ ମିଶ୍ର।ଏହି ଚଳଚିତ୍ରର ଆଗାମୀ ବର୍ଷ ବ୍ୟବସାୟୀକ ପ୍ରଦର୍ଶନ ପାଇଁ ପ୍ରସ୍ତୁତି ହେଉଥିବା କଥା ପ୍ରଯୋଜକ କ୍ୟାପଟେନ ମହାପାତ୍ର ପ୍ରକାଶ କରିଥିବାବେଳେ ନିଜ ପ୍ରଯୋଜନା ସଂସ୍ଥାର ପ୍ରଥମ ଫିଲ୍ମ ଭାବେ ଓସ୍କାର ପାଇଁ ନୋମିନେସନ କରିଥିବାରୁ ବହୁତ ଖୁସି ଥିବା ସେ କହିଛନ୍ତି।
ବାଇଟ-ସୁଶାନ୍ତ ମିଶ୍ର,ନିର୍ଦେଶକ
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ,ଈଟିଭି ଭାରତ।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.