ETV Bharat / city

'ରାଜ୍ୟରେ ଯେତେ ଅଧିକ ବିମାନବନ୍ଦର ହେବ, ଅର୍ଥନୀତି ଓ ପର୍ଯ୍ୟଟନର ବିକାଶ ହେବ'

author img

By

Published : Jul 6, 2021, 7:40 PM IST

ଭୁବନେଶ୍ବର ଏୟାରପୋର୍ଟ ନିର୍ଦ୍ଦେଶକ (Bhubaneswar Airport Director) ଭାବରେ ଯୋଗଦେଲେ ଓଡ଼ିଆ ଅଧିକାରୀ ପ୍ରଭାତ ରଞ୍ଜନ ବେଉରିଆ । ରାଜ୍ୟରେ ଅଧିକ ବିମାନବନ୍ଦର ହେଲେ ଅର୍ଥନୀତି ଓ ପର୍ଯ୍ୟଟନର ବିକାଶ ହେବ ବୋଲି ଭୁବନେଶ୍ବର ଏୟାରପୋର୍ଟ ନିର୍ଦ୍ଦେଶକ କହିଛନ୍ତି । ଅଧିକ ପଢନ୍ତୁ…

bhubaneswar airport director
ଭୁବନେଶ୍ବର ଏୟାରପୋର୍ଟ ନିର୍ଦ୍ଦେଶକ

ଭୁବନେଶ୍ବର: ଏୟାରପୋର୍ଟରେ ଯୋଗଦେଲେ ନୂତନ ନିର୍ଦ୍ଦେଶକ । ଓଡ଼ିଆ ଅଧିକାରୀ ପ୍ରଭାତ ରଞ୍ଜନ ବେଉରିଆ ଏୟାରପୋର୍ଟର ନିର୍ଦ୍ଦେଶକ ଭାବରେ କାର୍ଯ୍ୟରେ ଯୋଗ ଦେଇଛନ୍ତି । ରାଜ୍ୟରେ କିଭଳି ଭାବରେ ବିମାନବନ୍ଦରର ସୁରକ୍ଷା ଓ ଅଧିକରୁ ଅଧିକ ବିମାନ ଚଳାଚଳ କରିବ, ସେନେଇ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ।

ଭୁବନେଶ୍ବର ଏୟାରପୋର୍ଟ ନିର୍ଦ୍ଦେଶକ

ଭୁବନେଶ୍ବର ବିମାନବନ୍ଦରରେ ନିର୍ଦ୍ଦେଶକ (Bhubaneswar Airport Director) ଭାବରେ ଯୋଗଦେଲେ ଓଡ଼ିଆ ଅଫିସର । ସେ ହେଉଛନ୍ତି ପ୍ରଭାତ ରଞ୍ଜନ ବେହୁରିଆ। ଦାୟିତ୍ବ ନେଲା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା କହିଛନ୍ତି ଯେ ଅନେକ ବିକାଶମୂଳକ ଓ ନବୀକରଣ କାମ ବାକି ରହିଛି। ଏହାକୁ ଖୁବ ଶୀଘ୍ର ତ୍ବରାନ୍ବିତ କରାଯିବ। ଅନେକ ପ୍ରୋଜେକ୍ଟ ସହ ଅନ୍ତର୍ଜାତୀୟ ବିମାନ ସେବା ବୃଦ୍ଧି କରାଯିବା ପାଇଁ ଆଲୋଚନା ଚାଲିଛି । କୋରୋନା ପାଇଁ ଏସବୁ ଅଟକି ରହିଛି । ପୁରୀରେ ହେବାକୁ ଥିବା ନୂତନ ବିମାନବନ୍ଦର ବାବଦରେ କହିଛନ୍ତି ଯେ ରାଜ୍ୟରେ ଯେତେ ଅଧିକ ବିମାନବନ୍ଦର ହେବ ଅର୍ଥନୀତି ଓ ପର୍ଯ୍ୟଟନର ବିକାଶ ହେବ ବୋଲି କହିଛନ୍ତି ।

ସୂଚନାଥାଉକି ରାଜ୍ୟରେ ଭୁବନେଶ୍ବର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦର (Biju Pattanik Airport) ପରେ ଝାରସୁଗୁଡାର ବୀର ସୁରେନ୍ଦ୍ର ସାଏ ଏୟାରପୋର୍ଟ ରହିଛି । ବର୍ତ୍ତମାନ ରାଜ୍ୟର ତୃତୀୟ ଏୟାରପୋର୍ଟ ଭାବରେ ନିକଟରେ ଶ୍ରୀକ୍ଷେତ୍ର ପୁରୀରେ ବିମାନବନ୍ଦର ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.